26.1 C
Bhubaneswar
Wednesday, August 10, 2022
Homeଦେଶ ବିଦେଶଇଟାଲିର ଏହି ସହରରେ ରହିବା ପାଇଁ ଆପଣଙ୍କୁ ମିଳିବ ୨୪.୭୬ ଲକ୍ଷ ଟଙ୍କା, କିନ୍ତୁ ରହିଛି...

ଇଟାଲିର ଏହି ସହରରେ ରହିବା ପାଇଁ ଆପଣଙ୍କୁ ମିଳିବ ୨୪.୭୬ ଲକ୍ଷ ଟଙ୍କା, କିନ୍ତୁ ରହିଛି ଏହି ସର୍ତ୍ତ

ନୂଆଦିଲ୍ଲୀ: ବିଶ୍ୱର ଅନେକ ସହରରେ ଲଗାତାର ବଢ଼ୁଥିବା ଜନସଂଖ୍ୟା କାରଣରୁ ଜୀବନଯାପନ ଅଧିକ ମହଙ୍ଗା ହୋଇଛି । ଲୋକମାନେ ରହିବା ପାଇଁ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହାରି ମଧ୍ୟରେ ଇଟାଲିର କିଛି ଗାଁ ଏପରି ରହିଛି, ଯେଉଁଠାରେ ରହିବା ପାଇଁ ଲୋକଙ୍କୁ ଲକ୍ଷ-ଲକ୍ଷ ଟଙ୍କା ମିଳୁଛି ।ଇଟାଲିର କାଲାବ୍ରିୟା କ୍ଷେତ୍ର ଲୋକଙ୍କୁ ଏଠାରେ ରହିବାକୁ ୨୮ ହଜାର ୟୁରୋ ଅର୍ଥାତ୍ ୨୪.୭୬ ଲକ୍ଷ ଟଙ୍କା ଦେବ । କିନ୍ତୁ ଏଠାରେ ରହିବାକୁ ଲୋକଙ୍କୁ କିଛି ସର୍ତ୍ତ ପାଳନ କରିବାକୁ ପଡ଼ିବ । ରିପୋର୍ଟ ମୁତାବକ, ଇଟାଲୀର କାଲାବ୍ରିୟାରେ ରହିବା ପାଇଁ ବୟସସୀମା ଧାର୍ଯ୍ୟ କରାଯାଇଛି । ଏଥିପାଇଁ ଆବେଦନ କରୁଥିବା ଲୋକଙ୍କ ବୟସ ୪୦ ବର୍ଷରୁ କମ୍ ହୋଇଥିବା ଆବଶ୍ୟକ ।

ତେବେ ଇଟାଲିର କାଲାବ୍ରିୟା ଅଞ୍ଚଳ କମ୍ ଜନସଂଖ୍ୟା ସମସ୍ୟା ଦେଇ ଗତି କରୁଛି । ଏହି ଅଞ୍ଚଳର ୭୫ ପ୍ରତିଶତରୁ ଅଧିକ ସହରରେ ୫୦୦୦ ରୁ କମ୍ ଲୋକ ଅଛନ୍ତି। ବିଗତ କିଛି ବର୍ଷ ମଧ୍ୟରେ ଜନସଂଖ୍ୟାର ସମସ୍ୟାକୁ ସାମ୍ନା କରୁଥିବା ଇଟାଲିର ଅନେକ ସହର କମ୍ ମୂଲ୍ୟରେ ଘର ଯୋଗାଇ ଦେଇଛନ୍ତି । ଏହି ବର୍ଷ ଇଟାଲିର ବେସିଲିକାଟା ଅଞ୍ଚଳର ଲୋରେଞ୍ଜାନା ସହରରେ ୧ ୟୁରୋରେ ଘର ବିକ୍ରି ହେଉଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking