38.8 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗଜାନୁଆରୀ ୨୧ରୁ ତୋଷାଳୀ ମେଳା

ଜାନୁଆରୀ ୨୧ରୁ ତୋଷାଳୀ ମେଳା

ଭୁବନେଶ୍ୱର,(ଓଏନଏ): ଜାନୁଆରୀ ୨୧ରୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେବାକୁ ଯାଉଛି ତୋଷାଳି ମେଳା । ଜାନୁଆରୀ ୨୧ରୁ ଫେବୃୟାରୀ ୪ ତାରିଖ ପର୍ଯ୍ୟନ୍ତ ତୋଷାଳି ମେଳା ଚାଲିବ । ତୋଷାଳୀ ମେଳା ଆୟୋଜନ ନେଇ ବୟନ ଓ ହସ୍ତତନ୍ତ ମନ୍ତ୍ରୀ ପଦ୍ମିନୀ ଦିଆନ ସୂଚନା ଦେଇଛନ୍ତି । ତେବେ କୋଭିଡ କଟକଣା ମାନି ମେଳା ଆୟୋଜନ କରାଯିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ଚଳିତ ଥର ମେଳାରେ ରାଜ୍ୟରେ ୧୭୦ଟି ଓ ରାଜ୍ୟ ବାହାରର ୮୦ଟି ଷ୍ଟଲ ରହିବ । ଜାତୀୟ ସ୍ତରୀୟ ମେଳାର ଆୟୋଜନ ଦ୍ୱାରା ବୁଣାକାର ଓ ଶିଳ୍ପୀମାନଙ୍କ ଉତ୍ପାଦର ବିକ୍ରି ନିିମନ୍ତେ ସୁଯୋଗ ସୃଷ୍ଟି ହୋଇପାରିବ । ଗତବର୍ଷ ୪୫୦ଟି ଷ୍ଟଲ ଥିବା ବେଳେ ସ୍ୱତନ୍ତ୍ର କୋଭିଡ ନିୟମ ପାଳନକୁ ଆଖିରେ ରଖି ଚଳିତ ବର୍ଷ ଏହି ମେଳାରେ ସମୁଦାୟ ୨୫୦ଟି ଷ୍ଟଲ କରାଯାଉଛି । ତୋଷାଳୀ ମେଳାରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଆବଶ୍ୟକୀୟ ପୋଲିସ, ଯଥେଷ୍ଟ ଟ୍ରାଫିକ ବ୍ୟବସ୍ଥା, ବିଦ୍ୟୁତ ଯୋଗାଣ, ପିଇବା ପାଣି ନେଇ ବ୍ୟବସ୍ଥା ହେବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking