27.8 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗବଡ ଖବର : ଆଜି ୩୨୩୫ କରୋନା ପଜିଟିଭ ଚିହ୍ନଟ

ବଡ ଖବର : ଆଜି ୩୨୩୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ ବଢିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଥମିବାର ନାଁ ନେଉନି କରୋନା ସଂକ୍ରମଣ । ରାଜ୍ୟରେ ଏଥିସହ ପ୍ରତିଦିନ ଟେଷ୍ଟ ସଂଖ୍ୟା ମଧ୍ୟ ବଢିଚାଲିଛି । ତେବେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁଯାୟୀ, ରାଜ୍ୟରେ ଟେଷ୍ଟ ସଂଖ୍ୟା ବଢିଥିବାରୁ ପ୍ରତିଦିନ ସଂକ୍ରମଣ ସଂଖ୍ୟା ମଧ୍ୟ ବଢୁଛି । ରାଜ୍ୟରେ ଆଜି ୩୨୩୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୩୨୩୫ ପଜିଟିଭ ମଧ୍ୟରୁ ୧୯୧୫ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ୧୩୨୦ ଲୋକାଲ କେସ୍ ଭାବେ ଚିହ୍ନଟ ହୋଇଛନ୍ତି । ଏଥିସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୧୨ ହଜାର ୬୦୯କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ୩୮ ହଜାର ୧୭୨ ଆକ୍ଟିଭ କେସ୍ ରହିଛି । ଏଥିସହ କରୋନାକୁ ହରାଇ ୧ ଲକ୍ଷ ୭୩ ହଜାର ୫୭୧କୁ ବୃଦ୍ଧି ପାଇଛି । ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ ପୁଲ୍ ରୁ ୨୪ ଘଣ୍ଟାରେ ୩୨୩୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି ।ଖୋର୍ଦ୍ଧା ଜିଲ୍ଲାରୁ ସବ ାର୍ଧିକ ୫୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking