36.7 C
Bhubaneswar
Tuesday, April 16, 2024
Homeଦେଶ ବିଦେଶଟ୍ରକ୍ ଦୁର୍ଘଟଣାରେ ୨୩ ପ୍ରବାସୀ ଶ୍ରମିକ ମୃତ

ଟ୍ରକ୍ ଦୁର୍ଘଟଣାରେ ୨୩ ପ୍ରବାସୀ ଶ୍ରମିକ ମୃତ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଔରେୟାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୩ ପ୍ରବାସୀ ଶ୍ରମିକଙ୍କ ମୃତ। ୧୫ରୁ ଅଧିକ ଶ୍ରମିକ ଆହତ। ସ୍ଥାନୀୟ ମେଡିକାଲରେ ଭର୍ତ୍ତି।
ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଔରେୟାରେ ଦୁଇଟି ଟ୍ରକ୍ ମଧ୍ୟରେ ମୁହୁଁମୁହିଁ ଧକ୍କା ହେବାରୁ ଏଥିରେ ଥିବା ଶ୍ରମିକଙ୍କ ମଧ୍ୟରୁ ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଶ୍ରମିକମାନେ ଏକ ଟ୍ରକ୍‌ରେ ରାଜସ୍ଥାନରୁ ଉତ୍ତରପ୍ରଦେଶ ‌ଫେରୁଥିବା ବେଳେ ଲକ୍ଷ୍ମୗ-ଆଗ୍ରା ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ମାଲବାହୀ ଟ୍ରକ ସହ ଶ୍ରମିକମାନେ ଯାଉଥିବା ଟ୍ରକ୍‌ଟି ମୁହୁଁମୁହିଁ ଧକ୍କା ହେବାରୁ ଟ୍ରକ୍‌ରେ ଥିବା ଶ୍ରମିକଙ୍କ ମଧ୍ୟରୁ ୨୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମବାହୀନି ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସମସ୍ତ ମୃତାହତ ଶ୍ରମିକ ବିହାର, ଝାଡଖଣ୍ଡ ଓ ପଶ୍ଚମିବଙ୍ଗ ଅଂଚଳର ବୋଲି ସୂଚନା ମିଳିଛି । ଶ୍ରମିକଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । କେଉଁ ପରିସ୍ଥିତିରେ ଦୁର୍ଘଟଣା ହେଲା ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆହତ ଶ୍ରମିକଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking