31.1 C
Bhubaneswar
Tuesday, April 23, 2024
Homeଓଡିଶାଆଜି ସକାଳୁ ୨୩ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ପହଂଚିଲା ୪୩୭ରେ

ଆଜି ସକାଳୁ ୨୩ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ପହଂଚିଲା ୪୩୭ରେ

ଭୁବନେଶ୍ୱର : ରାଜ୍ୟରେ ଆଜି ସକାଳୁ ଆଉ ୨୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ସଂଖ୍ୟା ପହଂଚିଛି ୪୩୭କୁ ଛୁଇଁଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବାଲେଶ୍ୱରରେ ସର୍ବାଧିକ ୧୫ଜଣ ବୌଦ୍ଧରେ ଜଣେ , ପୁରୀରୁ ଜଣେ, ଗଞ୍ଜାମରୁ ୩ ଓ ଯାଜପୁରରୁ ୩ଜଣ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରେ ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୫୭କୁ ବୃଦ୍ଧି ପାଇଛି ସେଥିମଧ୍ୟରୁ ୧୧ଜଣ ସୁସ୍ଥ ହୋଇସାରିଛନ୍ତି । ସେହିପରି ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୭ରେ ପହଂଚି ଶୀର୍ଷରେ ରହିଛି ଓ ସେହି ଜିଲ୍ଲାରେ ଜଣଙ୍କର ମୃତ୍ୟୁ ଘଟିଛି । ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୬୪ରେ ପହଂଚିଛି ସେଥିମଧ୍ୟରୁ ୨ଜଣ ସୁସ୍ଥ ହୋଇଛନ୍ତି । ବୌଦ୍ଧରେ ସଂଖ୍ୟା ପହଂଚିଛି ୫ରେ । ପୁରୀରେ ସଂଖ୍ୟା ପହଂଚିଛି ୪ରେ ସେଥିମଧ୍ୟରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଗତକାଲି ୨୪ଘଣ୍ଟାରେ ୩୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ସକାଳୁ ୨୩ଜଣ ଚିହ୍ନଟ ହେଳେଣି । ମୁଖ୍ୟତଃ ସୁରଟ୍ ଫେରନ୍ତାଙ୍କ ସହ ଅନ୍ୟାନ୍ୟ ରାଜ୍ୟର ଆକ୍ରାନ୍ତ ମଧ୍ୟ ସାମିଲ୍ ହେଲେଣି ।
ବର୍ତ୍ତମାନ ରାଜ୍ୟରେ ଚିକିସିତ ହେଉଛନ୍ତି ୩୪୯ଜଣ । ୮୫ଜଣ ସୁସ୍ଥ ହୋଇଛନ୍ତି ଓ ୩ଜଣଙ୍କର ମୃତ୍ୟୁ ଘଟିଛି ।
https://onakhabar.com/2020/05/11/20-more-corona-positive-identified-from-ganjam-sundergarh-and-boudh/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking