29.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶକଂଗ୍ରେସରେ ଆମୂଳଚୁଳ ପରିବର୍ତ୍ତନ ପାଇଁ ସୋନିଆଙ୍କ ନିକଟରେ ଦାବି କଲେ ବରିଷ୍ଠ ନେତା

କଂଗ୍ରେସରେ ଆମୂଳଚୁଳ ପରିବର୍ତ୍ତନ ପାଇଁ ସୋନିଆଙ୍କ ନିକଟରେ ଦାବି କଲେ ବରିଷ୍ଠ ନେତା

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖି ଦଳରେ ସଂସ୍କାର ବାବଦରେ ଦାବି କରିଛନ୍ତି ୨୩ରୁ ଅଧିକ ନେତା। ଦଳରେ ପରିବର୍ତ୍ତନ କରି ହେଉଥିବା କ୍ଷତିରୁ ରୋକାଯାଇପାରିବ ବୋଲି ଏହି ନେତାମାନେ କହିଛନ୍ତି ।
ଏହି ପତ୍ରରେ ରାଜ୍ୟସଭାରେ ବିରୋଧି ଦଳ ନେତା ଗୁଲାମ ନବୀ ଆଜାଦ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆନନ୍ଦ ଶର୍ମା, କପିଲ ଶିବଲ, ମନୀଷ ତିଓ୍ୱାରୀ, ସାଂସଦ ବିବେକ ତନଖା ଓ ଅନେକ ପୂର୍ବତନ ମୁଖ୍ୟମନ୍ତ୍ରୀ ଦସ୍ତଖତ କରିଛନ୍ତି ।
ପତ୍ରରେ  କୁହାଯାଇଛି ଯେ, କଂଗ୍ରେସକୁ କ୍ଷତି ହେଉଛି । ଯୁବକଙ୍କ ଭରସା ହରାଇଛି କଂଗ୍ରେସ । ନେତାମାନେ ଦଳରେ ପୂର୍ଣ୍ଣକାଳୀନ ଓ ପ୍ରଭାବୀ ନେତୃତ୍ୱ ଉପରେ ଜୋର୍ ଦେଇଛନ୍ତି ।
ଲୋକସଭା ନିର୍ବାଚନ ହାରିବା ପରେ ଦଳ ଲଗାତାର ଭାବେ ଦୁର୍ବଳ ହେଉଛି । କାରଣ ସମ୍ବନ୍ଧରେ ଆତ୍ମନିରୀକ୍ଷଣ କରାଯାଉ ନାହିଁ । ଏନେଇ ସୋମବାର ସିଡବ୍ୟୁସିସି ବୈଠକରେ ଆଲୋଚନା କରାଯିବ ବୋଲି ଅନୁମାନ କରାଯାଉଛି ।
 
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking