27.1 C
Bhubaneswar
Friday, March 29, 2024
Homeଓଡିଶାରାଜ୍ୟରେ ଗୋଟିଏ ଦିନରେ ୨୨୦୯ ନମୂନା ପରୀକ୍ଷା

ରାଜ୍ୟରେ ଗୋଟିଏ ଦିନରେ ୨୨୦୯ ନମୂନା ପରୀକ୍ଷା

ଭୁବନେଶ୍ୱର : ରାଜ୍ୟରେ ବୁଧବାର ଗୋଟିଏ ଦିନରେ ସର୍ବାଧିକ ସାମ୍ପଲ ପରୀକ୍ଷା କରାଯାଇଛି । ଗୋଟିଏ ଦିନରେ ୨୨୦୯ଟି ସାମ୍ପଲ ପରୀକ୍ଷା ହୋଇଛି । ପୂର୍ବରୁ ଗୋଟିଏ ଦିନରେ ହୋଇଥିବା ପରୀକ୍ଷା ଭିତରେ ଏହା ସର୍ବାଧିକ । ବୁଧବାର ସୁଦ୍ଧା ରାଜ୍ୟରେ ସମୂଦାୟ ୧୫,୯୮୪ନମୂନା ପରୀକ୍ଷା ହୋଇଛି । ତେବେ ୨୧ ତାରିଖ ସୁଦ୍ଧା ୧୩,୭୭୫ ନମୂନା ପରୀକ୍ଷା ହୋଇଥିଲା । ହେଲେ ବୁଧବାର ରାଜ୍ୟରେ ୪ ପଜିଟିଭ୍ ଚିହ୍ନଟ ହେେଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ବର୍ତ୍ତମାନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୩ରେ ପହଞ୍ଚିଥିବା ବେଳେ ୫୦ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି ।
https://onakhabar.com/2020/04/22/record-number-of-corona-sample-tests-in-the-state/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking