28.1 C
Bhubaneswar
Friday, March 29, 2024
Homeଓଡିଶାଖୁସି ଖବର: ରାଜ୍ୟରେ ଆଜି ୨୧୨୮ଆକ୍ରାନ୍ତ ସୁସ୍ଥ

ଖୁସି ଖବର: ରାଜ୍ୟରେ ଆଜି ୨୧୨୮ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୨୧୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୨,୫୭,୦୪୧ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ସୁସ୍ଥ ହୋଇଥିବା ୨୧୨୮ଜଣ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧାରୁ ୨୧୦ଜଣ, ଅନୁଗୁଳରୁ ୧୪୯ଜଣ, କଟକରୁ ୧୪୦ଜଣ, ସୁନ୍ଦରଗଡ଼ରୁ ୧୧୪ଜଣ, ବାଲେଶ୍ୱରରୁ ୧୦୪ଜଣ, ମୟୁରଭଞ୍ଜରୁ ୧୦୦ଜଣ, ନବରଙ୍ଗପୁରରୁ ୧୦୦ଜଣ, ନୂଆପଡ଼ାରୁ ୯୯ଜଣ, ଯାଜପୁରରୁ ୮୬ଜଣ, ପୁରୀରୁ ୮୦ଜଣ, କେନ୍ଦ୍ରାପଡ଼ାରୁ ୭୨ଜଣ, କଳାହାଣ୍ଡିରୁ ୬୮ଜଣ, ଜଗତସିଂହପୁରରୁ ୬୪ଜଣ, ମାଲକାନଗିରିରୁ ୬୩ଜଣ, ଝାରସୁଗୁଡ଼ାରୁ ୬୧ଜଣ, ବରଗଡ଼ରୁ ୬୦ଜଣ, ବଲାଙ୍ଗୀରରୁ ୬୦ଜଣ, ସମ୍ବଲପୁରରୁ ୫୭ଜଣ, ଭଦ୍ରକରୁ ୫୧, କେନ୍ଦୁଝରରୁ ୪୯ଜଣ, ସୋନପୁରରୁ ୪୦ଜଣ, ନୟାଗଡ଼ରୁ ୩୯ଜଣ, ବୌଦ୍ଧରୁ ୩୧ଜଣ, କୋରାପୁଟରୁ ୩୧, କନ୍ଧମାଳରୁ ୩୦, ଢେଙ୍କାନାଳରୁ ୨୪, ଦେଓଗଡ଼ରୁ ୧୭ଜଣ, ଗଞ୍ଜାମରୁ ୧୬ଜଣ, ରାୟଗଡ଼ାରୁ ୧୧ଜଣ ଏବଂ ଗଜପତିରୁ ୯ଜଣ ସୁସ୍ଥ ହୋଇଛନ୍ତି | ଏହା ସହ ଷ୍ଟେଟପୁଲରୁ ଆଜି ୯୩ଜଣକରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking