26.1 C
Bhubaneswar
Friday, March 29, 2024
Homeକରୋନାପୁଣି ଚିନ୍ତା ବଢ଼ାଉଛି କରୋନାର ଡେଲ୍ଟା ଭରିଏଣ୍ଟ, ମହାରାଷ୍ଟ୍ରରୁ ୨୧ ରୋଗୀ ଚିହ୍ନଟ

ପୁଣି ଚିନ୍ତା ବଢ଼ାଉଛି କରୋନାର ଡେଲ୍ଟା ଭରିଏଣ୍ଟ, ମହାରାଷ୍ଟ୍ରରୁ ୨୧ ରୋଗୀ ଚିହ୍ନଟ

ମୁମ୍ବାଇ : ଦେଶରେ ତାଣ୍ଡବ ରଚିଥିବା କରୋନାର ଡେଲ୍ଟା ଭରିଏଣ୍ଟ ଏବେ ମ୍ୟୁଟେସନ ହୋଇ ଡେଲ୍ଟା ପ୍ଲସର ରୂପ ଧାରଣ କରିଛି । ଏହି ଡେଲ୍ଟା ପ୍ଲସ ଭାରିଏଣ୍ଟ ଏବେ ଧୀରେଧୀରେ ତା’ର କାୟା ବିସ୍ତାର କରିବା ଆରମ୍ଭ କରିଛି । ଦ୍ୱିତୀୟ ୱେଭରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ରରେ ୨୧ଟି ଡେଲ୍ଟା ପ୍ଲସ ଭାରିଏଣ୍ଟ କେସ୍‌ ସାମ୍ନାକୁ ଆସିଥିବା ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଡେଲ୍ଟା ପ୍ଲସ ଭାରିଏଣ୍ଟ ସମ୍ପର୍କରେ ମହାରାଷ୍ଟ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଭାରିଏଣ୍ଟକୁ ଚିହ୍ନଟ କରିବା ପାଇଁ ଜନୋମ ସିକ୍ୱେନ୍ସିଂ କରିବାକୁ ନିଷ୍ପତ୍ତି ହୋଇଛି । ପ୍ରତି ଜିଲ୍ଲାରୁ ୧୦୦ଟି ଲେଖାଏ ନମୁନା ସଂଗ୍ରହ କରାଯାଇଥିଲା । ମେ’ ୧୫ରୁ ଇତି ମଧ୍ୟରେ ୭୫୦୦ ନମୁନା ସଂଗ୍ରହ ହୋଇଥିଲା ଓ ଏହା ମଧ୍ୟରୁ ୨୧ ଜଣ ଡେଲ୍ଟା ପ୍ଲସ ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking