29.4 C
Bhubaneswar
Thursday, April 18, 2024
Homeଓଡିଶାବଡ଼ଖବର : ଆଜି ରାଜ୍ୟରେ ୨୧ ଜୀବନ ନେଲା କରୋନା

ବଡ଼ଖବର : ଆଜି ରାଜ୍ୟରେ ୨୧ ଜୀବନ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ଭୟ ବଢ଼ାଉଛି କରୋନା ମୃତ୍ୟୁ ସଂଖ୍ୟା । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ଅଲୋଡ଼ା ରେକର୍ଡ ସୃଷ୍ଟି କରୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗୁନି । ରାଜ୍ୟର କରୋନା ସ୍ଥିତି ଧୀରେ ଧୀରେ ଗମ୍ଭୀର ହେବାରେ ଲାଗିଛି । ଆଜି ରାଜ୍ୟରେ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ୨୪ ଘଣ୍ଟା ମଧ୍ୟରେ ପୁଣି ୨୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ହଜାର ୧୬୧କୁ ବୃଦ୍ଧି ପାଇଛି ।

ତେବେ ଆଜି ରାଜ୍ୟରେ ୧୧ ହଜାର ୮୦୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୧ ହଜାର ୯୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ୧ ହଜାର ୫୧୨ ନୂଆ ମାମଲା ସହ ଦ୍ୱିତୀୟ ସ୍ଥାନରେ ରହିଛି ଖୋର୍ଦ୍ଧା । ସେହିପରି କଟକରୁ ୧୦୫୨, ଅନୁଗୁଳରୁ ୫୬୦, ସମ୍ବଲପୁରରୁ ୫୩୩, ପୁରୀରୁ ୪୫୪, ବଲାଙ୍ଗିରରୁ ୪୩୭, ବରଗଡରୁ ୪୨୮, ଝାରସୁଗୁଡାରୁ ୪୨୧, ନବରଙ୍ଗପୁରରୁ ୪୧୯, କଳାହାଣ୍ଡିରୁ ୪୦୨, ଗଞ୍ଜାମରୁ ୩୪୧, ଯାଜପୁରରୁ ୩୦୨, ଷ୍ଟେଟପୁଲରୁ ୩୦୨, ନୂଆପଡାରୁ ୨୮୬, ବାଲେଶ୍ୱରରୁ ୨୬୦, କେନ୍ଦୁଝରରୁ ୨୨୧, ସୁବର୍ଣ୍ଣପୁରରୁ ୨୧୦, ନୟାଗଡରୁ ୨୦୪, ମୟୂରଭଞ୍ଜରୁ ୧୭୫, ଢେଙ୍କାନାଳରୁ ୧୭୭, କେନ୍ଦ୍ରାପଡାରୁ ୧୪୫, ରାୟଗଡାରୁ ୧୩୮, ବୌଦ୍ଧରୁ ୧୭୮, ଜଗତସିଂହପୁରରୁ ୧୩୪, କୋରାପୁଟରୁ ୧୨୨, ଦେବଗଡରୁ ୧୧୫, ଗଜପତିରୁ ୧୦୫, କନ୍ଧମାଳରୁ ୯୨, ଭଦ୍ରକରୁ ୮୩, ମାଲକାନଗିରିରୁ ୭୦ ପଜିଟିଭ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking