38.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗସିଏମସିରୁ ୨୦୬ ପଜିଟିଭ

ସିଏମସିରୁ ୨୦୬ ପଜିଟିଭ

କଟକ : ଆଜି କଟକ ସହରରୁ ଆଉ ନୂଆ ୨୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କଣ୍ଟେନମେଣ୍ଟ ଜୋନ୍ ରୁ୨୨ ଜଣ, ୪୩ଜଣ ସରକାରୀ ସଙ୍ଗରୋଧ କେନ୍ଦ୍ରରୁ ଓ ୫୪ଜଣ ଘରୋଇ ସଙ୍ଗରୋଧ କେନ୍ଦ୍ରରୁ ଓ ୮୭ଜଣ ସ୍ଥାନୀୟ ମାମଲା ଭାବେ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ କଟକ ସହରରୁ ମୋଟ ୪୭୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୮୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୬ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏବେ ୧୯୩୮ଜଣ ବିଭିନ୍ନ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଚାଉଳିଆଗଞ୍ଜ ନୂଆ ନିମ୍ବ ସାହି କଣ୍ଟେନମେଣ୍ଟ ଜୋନ୍ରୁ ଆଜି ୨୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏସସିବି ଆଇସୋଲେସନ ୱାର୍ଡରୁ ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଲେଜ ସ୍କୋୟାରରୁ ୬ଜଣ, ଜୋବ୍ରାରୁ ୫ ଲୋକାଲ କେସ୍ ଚିହ୍ନଟ ହୋଇଛି । ସିଡିଏ ସେକ୍ଟର ୧୧, ମାଝୀ ସାହି, ମହାନଦୀ ବିହାର, ନୂଆ ବଜାରରୁ ୪ ଜଣ ଲେଖାଏଁ ଚିହ୍ନଟ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking