26.1 C
Bhubaneswar
Friday, March 29, 2024
Homeଅପରାଧପ୍ରକାଶ ପାଇଲା ୨୦୨୨ର ଭିଜିଲାନ୍ସ ରିପୋର୍ଟ; ୫୪୪ ଅଫିସରଙ୍କ ବିରୋଧରେ ୨୮୫ ମାମଲା

ପ୍ରକାଶ ପାଇଲା ୨୦୨୨ର ଭିଜିଲାନ୍ସ ରିପୋର୍ଟ; ୫୪୪ ଅଫିସରଙ୍କ ବିରୋଧରେ ୨୮୫ ମାମଲା

ଭୁବନେଶ୍ୱର: ଶେଷ ହୋଇଛି ୨୦୨୨ ମସିହା । ଏହି ବର୍ଷରେ ଅନେକ ଅପରାଧ ଘଟିଛି, ସେଥିମଧ୍ୟରୁ ଅନେକ ମାମଲାରେ ସାମିଲ ରହିଛନ୍ତି କିଛି ଦୁନୀତିଖୋର ଅଫିସର । ଚଳିତବର୍ଷର ଭିଜିଲାନ୍ସ ରିପୋର୍ଟ ଏବେ ସାମନାକୁ ଆସିଛି । ବର୍ଷକରେ ୫୪୪ ଜଣ ଦୁନୀତିଖୋର ଅଫିସରଙ୍କ ବିରୋଧରେ ମୋଟ ୨୮୫ଟି ମାମଲା ରୁଜୁ ହୋଇଥିବା ରେକର୍ଡ କରାଯାଇଛି ।

ଏଥିମଧ୍ୟରେ ୬୦ ପ୍ରଥମଶ୍ରେଣୀ କର୍ମଚାରୀ ଥିବା ବେଳେ ୫୩ ଜଣ ଦ୍ୱିତୀୟ ଶ୍ରେଣୀ କର୍ମଚାରୀ, ୨୨୭ ଜଣ ତୃତୀୟ ଶ୍ରେଣୀ ଏବଂ ୪ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ବିଭିନ୍ନ ଅପରାଧିକ ମାମଲାରେ ସାମିଲ ରହିଛନ୍ତି । ସେହିପରି ୩୮ ଜଣ ସରକାରୀ କର୍ମଚାରୀ ଏବଂ ୧୫୯ ଜଣ ବେସରକାରୀ କର୍ମଚାରୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ ହୋଇଛି । ଦୁର୍ନୀତି ପାଇଁ ୨୯ ପ୍ରତିଶତ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୩୦ ପ୍ରତିଶତ ଏବଂ ଲାଞ୍ଚ ନେଇ ୪୧ ପ୍ରତିଶତ କର୍ମଚାରୀ ଧରା ପଡିଛନ୍ତି । ଗତ ୫ ବର୍ଷ ମଧ୍ୟରେ ଚଳିତବର୍ଷ ସର୍ବାଧିକ ନଗଦ ଟଙ୍କା ଜବତ କରିଥିବା ରେକର୍ଡ କରିଛି ଭିଜିଲାନ୍ସ । ସେହିପରି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଟପ୍ ୪ଟି ମାମଲାରେ ଜବତ ହୋଇଛି ୭ କୋଟି ଟଙ୍କା ।

ସେହିପରି ସାଙ୍ଗରେ ବିପୁଳ ଟଙ୍କା ନେଇ ଯିବା ବେଳେ ୭ ଜଣ ସରକାରୀ କର୍ମଚାରୀଙ୍କୁ ଧରି ସେମାନଙ୍କ ନିକଟରୁ ୨୭ ଲକ୍ଷରୁ ଅଧିକ ଟଙ୍କା ଜବତ ହୋଇଛି । ୧୧୮ ଜଣ କର୍ମଚାରୀଙ୍କୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟ୍ରାପ କରିଥିବା ବେଳେ ବର୍ଷକରେ ୨୦୦ ଜଣଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking