19.1 C
Bhubaneswar
Tuesday, January 25, 2022
Homeଦେଶ ବିଦେଶୟାମାହା ଆର୧୫ ଭି୪ ବନାମ କେଟିଏମ ଆରସି ୨୦୦

ୟାମାହା ଆର୧୫ ଭି୪ ବନାମ କେଟିଏମ ଆରସି ୨୦୦

ନୂଆଦିଲ୍ଲୀ: ଇଣ୍ଡିଅ।। ୟାମାହା ମୋଟର ନିଜର ନୂଆ ୟାମାହା ଆର୧୫ ଭି୪ର ଡେଲିଭରି ଆରମ୍ଭ କରିସାରିଛି । କମ୍ପାନୀ ଏହାକୁ ଭାରତୀୟ ବଜାରରେ ଲଂଚ କରିଥିଲା, ଯେଉଁଠି ଆର୧୫ ଭି୪ର ଦିଲ୍ଲୀ ଏକ୍ସ ସୋ ରୁମ ମୂଲ୍ୟ ୧୭୨୮୦୦ ଟଙ୍କା । ଭାରତ ଏମିତି ଏକ ପ୍ରଥମ ଦେଶ, ଯେଉଁଠି ୟାମାହା ନିଜର ଆର୧୫ଭି୪ ଲଂଚ କରିଛି ।
ନୂଆ ଜେନେରେସନଯୁକ୍ତ ୟାମାହା ଆର୧୫ଭି୪ରେ କମ୍ପାନୀ ପକ୍ଷରୁ ଅନେକ କସମେଟିକ ପରିବର୍ତନ କରାଯାଇଛି । ଏହାର ଷ୍ଟାଇଲିଂ ନୂଆ ୱାଇଜେଡଆର-ଆର୭ ଦ୍ୱାରା ପ୍ରେରିତ । ଯାହାକୁ କମ୍ପାନୀ ଗତବର୍ଷ ମେ ମାସରେ ଲଂଚ କରିଥିଲା । ଆର୧୫ ଭି୪ର ଫ୍ରଣ୍ଟକୁ ଅପଡେଟ କରାଯାଇଛି । ଏଥିରେ ନୂଆ ଏଲଇଡି ପ୍ରୋଜେକ୍ଟର ସେଟଅପ ରହିଛି । ଏହାର ହେଡଲ୍ୟାମ୍ପସ ନିକଟରେ ସାର୍ପ ଏଲଇଡି ଡିଆରଏଲଏସ ଦିଆଯାଇଛି, ଯାହା ବାଇକକୁ ଆଗ୍ରେସିଭ ଲୁକ ଦେଉଛି । ଏହାର ପାୱାର ପାଇଁ ୧୫୫ସିସି, ୪ଷ୍ଟ୍ରୋକ, ୪ବଲବ, ଲିକ୍ୱିଡ କୁଲଡ, ଏସଓଏଚସି ଇଂଜିନ ଦିଆଯାଇଛି । ଯାହା ୧୦୦୦୦ ଆରପିଏମରେ ୧୮.୪ ପିଏସର ମ୍ୟାକ୍ସିମମ ପାୱାର ଓ ୭୫୦୦ ଆରପିଏମରେ ୧୪.୨ ଏନଏମର ପିକ ଟର୍କ ଜେନେରଟ କରିଥାଏ । ଏହାର ଇଂଜିନ ୱେଟ, ମଲ୍ଟିପଲ ଡିସ୍କ ସହିତ ୬ସ୍ପିଡ ଟ୍ରାନସମିସନରେ ଲାସ ରହିଛି ।
ଏହାର ଲମ୍ବ ୧୯୯୦ ମିଲିମିଟର, ଚଉଡା ୭୨୫ ମିଲିମିଟର ଓ ଉଚ୍ଚତା ୧୧୩୫ ମିଲିମିଟର । ସେହିଭଳି ହ୍ୱିଲବେସ ୧୩୨୫ ମିଲିମିଟର ଓ ମିନିମମ ଗ୍ରାଉଣ୍ଡ କ୍ଲିୟରାନ୍ସ ୧୭୦ ମିଲିମିଟର । ଏହାର ସିଟର ଉଚ୍ଚତା ୮୧୫ ମିଲିମିଟର ।
ଏହି ବାଇକର ଫ୍ରଣ୍ଟରେ ୨୮୨ ମିଲିମିଟରର ଡିସ୍କ ବ୍ରେକ ଦିଆଯାଇଛି । ସେହିଭଳି ରିୟରରେ ୨୨୦ ମିଲିମିଟରର ଡିସ୍କ ବ୍ରେକ ରହିଛି । ସୁରକ୍ଷା ବାଇକ ଫ୍ରଣ୍ଟ ଓ ରିୟରରେ ଏବିଏସ ଫିଚର ଦିଆଯାଇଛି । ଏହାସହ ଏଥିରେ ୧୧ ଲିଟର କ୍ଷମତା ବିଶିଷ୍ଟ ପେଟ୍ରୋଲ ଟ୍ୟାଙ୍କ ରହିଛି ।
ସେହିପରି ୨୦୨୨ କେଟିଏମ ଆରସି ରେଂଜରେ ଅନେକ ପରିବର୍ତନ ଦେଖିବାକୁ ମିଳିଛି । କେଟିଏମ ଆରସି ୨୦୦ରେ ଅନେକ ନୂଆ ଫିଚର୍ସ ,ାମିଲ ରହିଛି । ଏଥିରେ ନୂଆ ଆଡଜଷ୍ଟେବଲ ହ୍ୟାଣ୍ଡେଲବାର, ଏଲସିଡି ଡ୍ୟାସ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ଫୁଏଲ ଟ୍ୟାଙ୍କ ୯.୫ ଲିଟରରୁ ୧୩.୭ ଲିଟରଲ ରହିଛି । ଏହାସହ ନୂଆ ଏଲଇଡି ହେଡଲାଇଟ, ବଡ ଏୟାରବକ୍ସ, ନୂଆ ଷ୍ଟିଫର, ଲାଇଟର ସ୍ପିଲଟ ଷ୍ଟିଲ ଟ୍ରେଲିସ ଫ୍ରେମ ରହିଛି । ତେବେ କେଟିଏମ ଆରସି ୨୦୦  ସେକେଣ୍ଡ ଜେନେରେସନର ଭାରତୀୟ ଭର୍ସନରେ ଏକ ଅଲ ନ୍ୟୁ ଫୁଲ ଏଲଇଡି ହେଡଲ୍ୟାମ୍ପ ୟୁନିଟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking