30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶ୨୦୨୨ ଅଡି କ୍ୟୁ୭ ରିଭ୍ୟୁ

୨୦୨୨ ଅଡି କ୍ୟୁ୭ ରିଭ୍ୟୁ

ନୂଆଦିଲ୍ଲୀ: ପ୍ରଥମ ପିଢିର କ୍ୟୁ୭ ଦୃତ ଭାବରେ ହିଟ କରିଥିଲା ଓ ସେ ଅଡିକୁ ଏକ ପ୍ରମୁଖ ଏସୟୁଭି ପ୍ଲେୟାର ରୂପରେ ପରିବର୍ତନ କରିଥିଲା । ଏହାସହିତ ଏହାକୁ ଲକଜୁରୀ ଏସୟୁଭି ସେଗମେଣ୍ଟରେ ଏକ ଲିଡର ବନିବାର ସୁଯୋଗ ଦେଇଥିଲା । ଅଡିର ପ୍ରଥମ ଫୁଲ ସାଇଜ ଏସୟୁବି ହେବା ଦ୍ୱାରା କ୍ୟୁ୭କୁ ଲୁକ, ଆରାମଦାୟକ ଓ ଓକ୍ଷମ ଇଂଜିନ ସହିତ ଲଂଚ କରାଯାଇଥିଲା । ହେଲେ ସମୟ ଆଗକୁ ବଢିବା ସହ ଲକଜୁରୀ ଏସୟୁବି ସେଗମେଣ୍ଟ ପ୍ରାୟ ପ୍ରତି ପ୍ରିମିୟମ କାର ନିର୍ମାତାଙ୍କ ସକ୍ଷମ ଦାବିଦାରରେ ଭରିଯାଇଛି । କ୍ୟୁ୭ ଏବେ ଅଡି ରେଜଂରେ ଫେରିଛି । ହେଲେ ଏବେ ସଂପୂର୍ଣ୍ଣ ଭାବରେ ନୂଆ ମଡେଲ ରୂପରେ ଫେରିଛି । ଏହା ଫେସଲିଫ୍ଟେଡ କ୍ୟୁ୭ ଓ ନୂଆ କ୍ୟୁ୫ ଲଂଚ ହେବା ପରେ ପ୍ରବେଶ କରିଛି । ଏହା କୌଣସି ପ୍ରକାର ଛୋଟ ଫେସଲିଫ୍ଟ ବି ନୁହେଁ । କାରଣ ନୂଆ କ୍ୟୁ୭ ପ୍ରଥମ ତୁଳନାରେ ଅଧିକ ଆଗ୍ରିସିଭ ଦେଖାଯାଉଛି । ଉପର ଆଡକୁ ଏକ ବଡ ନୂଆ ଗ୍ରିଲ ରହିଛି । ଯାହା ଏସୟୁଭିକୁ ଅଧିକ ଉପସ୍ଥିତି ପରି ଲାଗେ । ଯେତେବେଳେ କି ନୂଆ ମ୍ୟାଟ୍ରିକ୍ସ ଏଲଇଡି ହେଡଲ୍ୟାମ୍ପସ ଏଥିରେ ପ୍ରିମିୟମ ଲୁକ ଯୋଡିଥାଏ । ଏହାସହିତ ବମ୍ପରକୁ ବି ଏକ ନୂଆ ଡିଜାଇନ ମିଳିଥାଏ ।
ଏହି ନୂଆ ମ୍ୟାଟ୍ରିକ୍ସ ଏଲଇଡି ବି ଡାଇନମିକ ଟର୍ଣ୍ଣ ଇଣ୍ଡିକେଟର୍ସ ସହିତ ଆସେ । ସାଇଡ କଥା ଯଦି କହିବା ଏବେ ୧୯ ଇଂଚର ଅଲଏ ରହିଛି, ଯାହା ପ୍ରଥମ ତୁଳନାରେ ସ୍ପୋର୍ଟିୟର ଦେଖାଯାଏ । ରିୟରରେ ଡାଏନାମିକ ଟର୍ଣ୍ଣ ଇଣ୍ଡିକେଟର ସହିତ ନୂଆ ଟେଲ ଲ୍ୟାମ୍ପର ଏକ ସେଟ ମିଳେ, ଯେତେବେଳେ କି ଯୋଡା ଯାଇଥିବା କ୍ରୋମ ଏହି ଅଡି ଏକ ଫୁଲ ସାଇଡ ଲକଜୁରୀ ଏସୟୁବି ବୋଲି ଦର୍ଶାଇଥାଏ ।
ନୂଆ କ୍ୟୁ୭ ଏକ ଭଲ ଲକଜୁରୀ ଏସୟୁଭି କାରଣ ଏହାର ସ୍ମୁଥ ନୂଆ ପେଟ୍ରୋଲ ଇଂଜିନ ଏକ ଭଲ ବିକଳ୍ପ । ତେବେ ସାର୍ପ ଲୁକ ଓ ନୂଆ ଫିଚର ପ୍ୟାକଡ ଇଣ୍ଟେରିୟର ଏହାକୁ ବର୍ତମାନ ସମୟର ସବୁଠୁ ଆକର୍ଷକ ଲଗଜୁରୀ ଏସୟୁଭି ମଧ୍ୟରୁ ଗୋଟିଏ ବୋଲି ଦର୍ଶାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking