ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳା

ଯାଜପୁର: ସ୍ୱାମୀ ଓ ଶାଶୁ ଘର ଲୋକଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ମହିଳା ନ୍ୟାୟ ପାଇବା ଆଶାରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳା । ଯାଜପୁର ଜିଲା ମଂଗଳପୁର ଥାନା ଚଷାଖଣ୍ଡ ଗାଁର ସୌମ୍ୟରଂଜନ ଶତପଥି ଏବଂ ପରିବାର ସଦସ୍ୟଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପତ୍ନି । ଉଭୟ ସୌମ୍ୟରଂଜନ ଓ ପତ୍ନି ବିବାହ ପରେ ଭୁବନେଶ୍ୱରର ଲିଂଗରାଜ ଥାନା ଅଂଚଳରେ ରହୁଥିଲେ । କିନ୍ତୁ ବିବାହ ପରେ ସ୍ୱାମୀ ,ଦିଅର ସମେତ ଶାଶୁ ଘର ଲୋକେ ତାଙ୍କୁ ଯୌତୁକ ନିର୍ଯ୍ୟାତନା ଦେଇ ଆସୁଛନ୍ତି । ଏ ନେଇ ସେ ଭୁବନେଶ୍ୱର ମହିଳା ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଅଭିଯୁକ୍ତ ସ୍ୱାମୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ ମହିଳା ଥାନା ପୋଲିସ । ତେଣୁ ମହିଳା ଜଣକ ଯାଜପୁର ଜିଲାପ୍ରଶାସନର ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି । ଯଦି ନିର୍ଯ୍ୟାତନା ଦେଉଥିବା ଶାଶୁ ଘର ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତା ହେଲେ ନିଜେ ଆତ୍ମାହୁତି ଦେବେ ବୋଲି ଚେତାବନି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here