ପରିବର୍ତ୍ତନଶୀଳ ପରିବେଶ ସହ ହୋଟେଲ୍ ଶିଳ୍ପ ଖାପ ଖୁଆଇବା ଜରୁରୀ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ସ୍କୁଲ ଅଫ୍ ପକ୍ଷରୁ ଏକ ଭର୍ଚ୍ୟୁଆଲ୍ ଲେକ୍ଚର ଆୟୋଜିତ ହୋଇଯାଇଛି। କରୋନା ମହାମାରୀ ସମୟରେ ବଞ୍ଚିବା ନିମନ୍ତେ ଜରୁରୀ ହୋଇଥିବା ଆବଶ୍ୟକତାକୁ ଦେଖି ” କନେକ୍ଟ ଟୁ ଲର୍ନ ” ଶୀର୍ଷକରେ ଏହି ଲେକ୍ଚର ଅନୁଷ୍ଠିତ ହୋଇଛି।
ପ୍ରଥମ ଲେକ୍ଚରର ବିଷୟବସ୍ତୁ  ଥିଲା ‘କ୍ୟାରିଅର ପ୍ରୋଗ୍ରେସନ ଇନ ହସ୍ପିଟାଲିଟି ଇଣ୍ଡଷ୍ଟ୍ରି ‘। ଅର୍ଥାତ୍ ହୋଟେଲ୍ ଶିଳ୍ପ ରେ କ୍ୟାରିୟର ର ଅଗ୍ରଗତି। ଏହି ସିରିଜ୍ ରେ ବକ୍ତା ଭାବେ ତାଜ୍ ହୋଟେଲସ ରିଶୋର୍ଟସ ଏଣ୍ଡ ପ୍ୟାଲେଏସର ଲର୍ଣିଂ ଡେଭେଲେପମେଣ୍ଟ ଆଣ୍ଡ ଏମ୍ପ୍ଲୋୟୀ ଏଂଗେଜମେନ୍ତ୍ ବିଭାଗର ସହ ଉପସଭାପତି ସିରିସା ଚନ୍ଦନା ଯୋଗ ଦେଇଥିଲେ।
ଦ୍ଵିତୀୟ ଶୀର୍ଷକ ର ଲେକ୍ଚାର୍ ଥିଲା ‘ ରି – ଇଞ୍ଜିନିୟରିଂ ସ୍କିଲ ଫର୍ ହସ୍ପିଟାଲିଟି ଇଣ୍ଡଷ୍ଟ୍ରି ଇନ ଦ ଚେଞ୍ଜିଂ ସିନାରୀଓ ‘ ଅର୍ଥାତ୍ ହୋଟେଲ୍ ଶିଳ୍ପର କୌଶଳ ଗୁଡ଼ିକୁ ବର୍ତ୍ତମାନ ପରିବର୍ତ୍ତନ କରିବା ଜରୁରୀ ଅଟେ।ଏହି କାର୍ଯ୍ୟକ୍ରମରେ ନୂଆ ଦିଲ୍ଲୀ ସ୍ଥିତ ଟୁରିଜମ ଏଣ୍ଡ ହସ୍ପିଟାଲିଟି ସ୍କିଲ୍ କାଉନସିଲର ସ୍କିଲ୍ କମ୍ପିଟିସନ ଏଣ୍ଡ ଇଣ୍ଡଷ୍ଟ୍ରି କନେକ୍ଟ ର ମୁଖ୍ୟ ସେଫ୍  ବିବେକ ସାଗର, ବେଙ୍ଗାଳୁରୁ ସ୍ଥିତ କଫି ଡେ ଗ୍ଲୋବାଲ ଲିମିଟେଡର ସିନିୟର୍ ଜେନେରାଲ ମ୍ୟାନେଜର ସୁବ୍ରୋତୋ ଲାହିରି ଏବଂ ସବିତ୍ରିବାଇ ଫୁଲେ ପୁନେ ବିଶ୍ଵ ବିଦ୍ୟାଳୟର ମ୍ୟାନେଜମେଣ୍ଟ ସାଇନସ୍ ବିଭାଗର ଆସୋସିଏଟ୍ ପ୍ରଫେସର୍ ଡକ୍ଟର ଦୀପା ପ୍ରସାଦ ଭେଙ୍କଟରମଣ ଯୋଗ ଦେଇ ନିଜର ମତ ପ୍ରକାଶ କରିଥିଲେ।
ଏହି ଦୁଇଟି ଭର୍ଚ୍ୟୁଆଲ୍ ଲେକ୍ଚର ସିରିଜରେ ଏସ ଏଚ଼ ଏମ୍ ର ଆସୋସିଏଟ୍ ପ୍ର୍ରଫେସର୍ ସସ୍ମିିତା ମହାନ୍ତି ଏବଂ ଆସିଷ୍ଟାଣ୍ଟ ପ୍ରଫେସର୍ ମୌଉ ରାୟ ସଞ୍ଚାଳନ କରିଥିବା ବେଳେ ଆସୋସିଏଟ୍ ପ୍ର୍ରଫେସର୍ ଅଂଶୁମାନ ସାମଲ ଓ ଆସିଷ୍ଟାଣ୍ଟ ପ୍ରଫେସର୍ ସଂଘମିତ୍ରା ପ୍ରମୁଖ ଧନ୍ୟବାଦ୍ ଅର୍ପଣ କରିଥିଲେ।