କେବଳ ପାର୍ସଲ ଦେବେ ଖାଦ୍ୟ ବିକ୍ରାୟକାରୀ

ଭୁବନେଶ୍ୱର: ଖାଦ୍ୟ ବିକ୍ରୟକାରୀଙ୍କ ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଦୀର୍ଘ ୧୫ ଦିନ ରୁ ଉର୍ଦ୍ଧ୍ୱ ବନ୍ଦ ହେବା ପରେ ଗତ ୧ ତାରିଖରୁ ପୁଣି ଖାଦ୍ୟ ବିକ୍ରୟକାରୀ ତାଙ୍କ ଦୋକାନ ଖୋଲିଛନ୍ତି। ତେବେ ଅନେକ ସମୟରେ ଦେଖା ଯାଇଛି ଯେ କିଛି ଦୋକାନୀ ସେହି ସ୍ଥାନରେ ଲୋକଙ୍କୁ ଖାଇବାକୁ ଦେଉଛନ୍ତି।
ଏନେଇ ରେଷ୍ଟୁରାଣ୍ଟ, ଢାବା, ରାସ୍ତାକଡ଼ ଠେଲା ଦୋକାନୀଙ୍କ ପାଇଁ ଗାଇଡଲାଇନ ଜାରି କରାଯାଇଛି। ହୋଟେଲରେ ଥିବା ଅତିଥିମାନଙ୍କ ପାଇଁ ରେଷ୍ଟୁରାଣ୍ଟ ଖୋଲିପାରିବ। ହୋଟେଲ/ରେଷ୍ଟୁରାଣ୍ଟ ବସାଇ ଖାଦ୍ୟ ଖୁଆଇ ପାରିବେନି। ପାର୍ସଲ ଦେବେ। ସେହିପରି ରାସ୍ତାକଡ଼ରେ ଥିବା ଢାବା ମଧ୍ୟ କେବଳ ଖାଦ୍ୟ ପାର୍ସଲ ଦେଇପାରିବେ। ରାସ୍ତାକଡ଼ ଜଳଖିଆ ଦୋକାନୀ, ଗୁପଚୁପ, ଚାଟ୍ କେବଳ ପାର୍ସଲ ଦେବେ। ସେହିପରି ଚା, ଲସି, ଜୁସ୍ ଦୋକାନ ମଧ୍ୟ କେବଳ ପାର୍ସଲ ଦେଇପାରିବେ।
ଏବେ ରାଜଧାନୀରେ ୧୪୫ ଜଣ ସୁସ୍ଥ ହୋଇଛନ୍ତି । ଏହି କ୍ରମରେ ଭୁବନେଶ୍ୱରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୨୧୭କୁ ବୃଦ୍ଧି ପାଇଛି । ୧୯୪୩ ଜଣ ସୁସ୍ଥ ହୋଇଥିବା ବେଳେ ୧୨୫୪ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ୧୮ ଜଣଙ୍କର ମୃତ୍ୟୁ ଘଟିଛି ।