ଇଚ୍ଛାଶକ୍ତି ଓ ମିଳିତ ପ୍ରୟାସ ହେଲେ କୃଷିଉଦ୍ୟୋଗର ବିକାଶ ହୋଇପାରିବ-ଅରବିନ୍ଦ

ଗ୍ଲୋୱୋ ପକ୍ଷରୁ ୱେବିନାର..

ବଲାଙ୍ଗିର- ବିଶ୍ୱର ବିଭିନ୍ନପ୍ରାନ୍ତରେ ରହୁଥିବା ପଶ୍ଚିମଓଡିଶାବାସୀଙ୍କ ଦ୍ୱାରା ଗଠିତ ‘ଗ୍ଲୋବାଲ ୱେଷ୍ଟର୍ଣ୍ଣଓଡିଶା (ଗ୍ଲୋୱୋ)’ଫୋରମ ପକ୍ଷରୁ ପଶ୍ଚିମ ଓଡିଶାରେ କୃଷି ଉଦ୍ୟୋଗର ବିକାଶ ଶୀର୍ଷକ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଇଣ୍ଡିଆ ଇକ୍ରିସାଟର କଣ୍ଟ୍ରି ଡାଇରେକ୍ଟର ଆଇଏଏସ ଡ.ଅରବିନ୍ଦକୁମାର ପାଢୀ,କେନ୍ଦ୍ର ପଞ୍ଚାୟତିରାଜ ବିଭାଗର ଯୁଗ୍ମନିର୍ଦ୍ଦେଶକ ଏଡିଜି ଡ.ସଂଜୀବ ପାଟଯାଷୀ(ଆଇପିଏସ),ଓଡିଶା ଲିଭଲିହୁଡ ମିସନର ଆଡିସନାଲ ସିଇଓ(ଅପରେସନ) ଡ.ବବିତା ମହାପାତ୍ର ଓ ମହିନ୍ଦ୍ରା ଏଚଜେଡପିସି ପ୍ରା.ଲି.ର ନେସନାଲ ସେଲ୍ସମେନେଜର ଦିବ୍ୟେନ୍ଦୁକୁମାର ପଧାନ ଯୋଗଦେଇଥିଲେ । ଏହି ଆଲୋଚନାଚକ୍ରରେ ପଶ୍ଚିମଓଡିଶାରେ କୃଷିଉଦ୍ୟୋଗ ବିକାଶର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ଏଥିପାଇଁ ମିଳିତ ପ୍ରୟାସ ଓ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି ବୋଲି ଆଏଏଏସ ଅରବିନ୍ଦ ପାଢୀ ମତ ଦେଇଥିଲେ । ସେ ଏହି ଅବସରରେ ପଶ୍ଚିମଓଡିଶାର ପଦ୍ମପୁର ସାରସମାଲ ଗାଁର ବିଶିଷ୍ଟଚାଷି ଅଶୋକ ପଧାନ,ବଲାଙ୍ଗିର ଆଗଲପୁର ଧଉରାଦାଦର ଗାଁର ଯୋଗେସ୍ୱର ପଧାନ,କୁଚିଣ୍ଡାର ସେଓଚାଷୀଙ୍କ ସଫଲତାର ଉଦାହରଣ ଦେଇଥିଲେ । ସେ ପାରମ୍ପରୀକ ଧାନଚାଷ ଅପେକ୍ଷା ପରିବେଶକୁ ସୁହାଉଥିବା ତଥା ମାର୍କେଟ ସୁବିଧା ଥିବା ଚାଷଉପରେ ଗୁରୁତ୍ୱଦେବାକୁ କହିଥିଲେ । ଏହାସହିତ ଏବେ ଆଦିବାସୀଙ୍କ ମାଣ୍ଡିଆକୁ ନେଇ ବାହାରେ ଭଲ ମାର୍କେଟିଂ ଚାଲିଥିବା ସେ କହିଥିଲେ । ଡ.ସଂଜୀବ ପାଟଯୋଷୀ ତାଙ୍କ ଆଲୋଚନାରେ ମହୁଲରୁ କେବଳ ମଦ ନତିଆରି ସେଥିରୁ ପ୍ରସ୍ତୁତ ଆଲକୋହଲରୁ ସେନିଟାଇଜର ତିଆରିକରି ସାଧାରଣଲୋକେ ମଧ୍ୟ ବିକ୍ରିକରି ପାରିବେ ବୋଲି କହିଥିଲେ । ଏନଆରଇଜିଏ ଯୋଜନାରେ କୃଷକମାନେ ତାଙ୍କର ଜମିର ଉନ୍ନତିକରଣ,ଜଳସେଚନ ପାଇଁ ପୋଖରୀ ଖନନ ଇତ୍ୟାଦି କରି ନିଜର କୃଷିର ବିକାଶ କରାଇପାରିବେ ବୋଲି ମତ ରଖିଥିଲେ । ସେହିପରି ସେନିଟାରୀ ନାପକିନ,ସମ୍ବଲପୁରୀ ମାସ୍କ ତିଆରି କରି ମହିଳାମାନେ ଆତ୍ମନିର୍ଭର ହୋଇପାରିବେ । କରେଲା,ଆମ୍ବ ଆଚାର,ମୁଢିପ୍ୟାକିଂ,ଚୁଡାପ୍ୟାକିଂ,ବଡିପ୍ୟାକିଂକରି ବାହାରକୁ ପଠାଇପାରିବେ । ଠିକସେହିପରି ମୃତ୍ତିକାପରୀକ୍ଷା ଏଜେନ୍ସି ,ଡିଜିଟାଲସର୍ଭିସ ସେଣ୍ଟର ଖୋଲି ଯୁବକମାନେ ଆୟକରିପାରିବେ ବୋଲି ଡ.ପାଟଯୋଷୀ କହିଥିଲେ । ଡ.ବବିତା ମହାପାତ୍ର ତାଙ୍କ ଆଲୋଚନାରେ ସିଡ୍ସପ୍ରଡକ୍ସନ,ନର୍ସରୀ ସୃଷ୍ଟି,ବାଇଓଫର୍ଟିଲାଇଜର,ଡ୍ରାଇଫୁଡ ପ୍ରୋସେସିଂ,ନ୍ୟୁଟ୍ରିସନ ଗାର୍ଡେନ କରି ଲୋକମାନେ ଫାଇଦା ନେଇ ପାରିବେ ବୋଲି କହିଥିଲେ । ସେହିପରି ଦିବ୍ୟେନ୍ଦୁ ପଧାନ ତାଙ୍କ ବକ୍ତବ୍ୟରେ ଆଲୁମିସନ ଜରିଆରେ ପଶ୍ଚିମଓଡିଶାରେ ବହୁତ କିଛି କରିପାରିବ ବୋଲି କହିଥିଲେ । ଓଡିଶାରେ ଆଳୁର ବହୁତ ଚାହିଦା ରହିଛି । ଉନ୍ନତମାନର ଆଳୁ ଚାଷ କରାଯାଇ ତାହାକୁ ଦୁଇମାସ ପର୍ଯ୍ୟନ୍ତ ସଂରକ୍ଷିତ ରଖାଯାଇ ଲୋକଙ୍କୁ ସ୍ୱାବଲମ୍ବି କରାଯାଇ ପାରିବ । ଏହି ୱେବିନାରକୁ ସିଦ୍ଧାର୍ଥ ବାବୁ ଓ ଆଶୁତୋଷ ଦାସ ପରିଚାଳନା କରିଥିବା ବେଳେ ବିଭିନ୍ନ ଅଞ୍ଚଳର ସ୍ୱେଚ୍ଛାସେବୀ,ସାମ୍ବାଦିକ,ଯୁବ ଉଦ୍ୟୋଗୀ ତଥା ପ୍ରବାସୀ ଓଡିଆମାନେ ଯୋଗଦେଇଥିଲେ ।