OnaKhabar

ଅଧା ରହିଗଲା ଘର ବାହୁଡ଼ା

ବଲାଙ୍ଗୀର : ଗାଁକୁ ଫେରୁଥିବା ବେଳେ ଟ୍ରେନ୍‌ରେ ଚାଲିଗଲା ପ୍ରବାସୀ ମହିଳାଙ୍କ ଶ୍ରମିକଙ୍କ ଜୀବନ । ଏପରି ଏକ ଦୁଃଖଦ ଘଟଣା ଘଟିଛି ବିଶାଖାପାଟଣାରୁ ଆସୁଥିବା ସ୍ପେଶାଲ ଶ୍ରମିକ ଟ୍ରେନ୍‌ରେ । ମୃତ ମହିଳାଜଣଙ୍କ ହେଲେ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଜଡ଼ା ଗାଁରେ ରାଧା କରା । ତାଙ୍କର ଏକ ଛୋଟ ପୁଅଟିଏ ଅଛି ।

ସୂଚନା ଅନୁଯାୟୀ, ଆଜି ସକାଳୁ ବଲାଙ୍ଗୀରରେ ଟ୍ରେନ୍‌ଟି ପହଂଚିବା ପରେ ସେଥିରେ ଆସୁଥିବା ଜଣେ ମହିଳା ଶ୍ରମିକଙ୍କ ଜୀବନ ଚାଲିଯାଇଥିବା ଜଣା ପଡ଼ିଥିଲା । ମୃତ୍ୟୁର ପ୍ରକୃତ କାରଣ ଜଡଣାପଡ଼ି ନାହିଁ । ହେଲେ ଛାତିରେ ଯନ୍ତ୍ରଣାରୁ ଟ୍ରେନ୍‌ରେ ମହିଳାଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କୀୟମାନେ ସୂଚନା ଦେଇଛନ୍ତି । ବଲାଙ୍ଗୀର ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ମୋବାଇଲ ବନ୍ଧା ରଖୁଛି ପୋଲିସ, ବିଶ୍ୱାସ ହେଉନଥିଲେବି ଏକଥା ସତ