OnaKhabar

ରାଜ୍ୟରେ ପୁଣି ୪ଜଣ କରୋନା ପଜିଟିଭ୍ ଚିହ୍ନଟ, ସଂଖ୍ୟା ଥୁଇଁଲା ୧୨୮୧କୁ

ଭୁବନେଶ୍ୱର : ରାଜ୍ୟରେ ପୁଣି ୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ୪ଜଣ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଓ ଲାଠିକଟା ବ୍ଲକ୍‌ର ବୋଲି ଜଣାପଡ଼ିଛି । ଏମାନଙ୍କ ମଧ୍ୟରେ ଜଣେ ମହିଳା ଓ ୩ଜଣ ପୁରୁଷ ଥିବା ସୂଚନା ମିଳିଛି । ଏହି ୪ଜଣଙ୍କ ମଧ୍ୟରୁ ୨ଜଣ ମହାରାଷ୍ଟ୍ରରୁ ଓ ୨ଜଣ ଚେନ୍ନାଇରୁ ଫେରିଛନ୍ତି ବୋଲି ଜଣାପଡ଼ିଛି । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୨୫ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୧୨ଜଣ ଚିକିତ୍ସିତ ହେଉଛନ୍ତି । ଏ ନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ଆଜି ସକାଳେ ବଲାଙ୍ଗୀରରୁ ୭ଜଣ ଓ ପ୍ରଥମଥର ପାଇଁ ବରଗଡ ଼ଜିଲ୍ଲାର ଜଣେ ଚିହ୍ନଟ ହୋଇଥିଲେ । ଆଜି ସକାଳ ୯ଟା ସୁଦ୍ଧା ରାଜ୍ୟରେ ୧୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି ।

ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଖ୍ୟା ୧୨୮୧କୁ ବୃଦ୍ଧି ପାଇଛି । ୭ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୪୯୭ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୭୭୭ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟଶଲ୍‌ରେ ଚିକିତ୍ସିତ ହେଉଛନ୍ତି ।

ରାଜ୍ୟରେ ଆଉ ୮ କରୋନା ପଜିଟିଭ୍ ଚିହ୍ନଟ, ଡ଼େଇଁଲା ବରଗଡ଼କୁ