OnaKhabar

୧୦୯ ଗରାବଡୁଙ୍କ ହେବ କରୋନା ପରୀକ୍ଷା

ପୁରୀ : ସ୍ନାନଯାତ୍ରା ପୂର୍ବରୁ କରୋନା କଟକଣାକୁ ନେଇ ଗାଇଡ଼ ଲାଇନକୁ ସେବାୟତମାନେ କିଭଳି ଅନୁପାଳନ କରିବେ ସେନେଇ ଦ୍ଵିତୀୟ ପର୍ଯ୍ୟାୟ ବୈଠକ ଆଜି ନୀଳାଦ୍ରି ଭକ୍ତନିବାସରେ ଅନୁଷ୍ଠିତ ହୋଇଛି | ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁଷ୍ଠିତ ଏହି କର୍ମଶାଳାରେ, ଶ୍ରୀମନ୍ଦିର ଉର୍ଣ୍ଣୟନ ପ୍ରଶାସକ, ଜିଲ୍ଲା ମୁଖ୍ୟ ଚିକିସ୍ୟ ଅଧିକାରୀ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିସ୍ୟ ଅଧିକାରୀ ସମେତ ବହୁ ବରିଷ୍ଠ ଅଧିକାରୀ ପ୍ରମୁଖ ଯୋଗ ଦେଇ କରୋନା ଭୁତାଣୁକୁ କିଭଳି ମୁକାବିଲା କରିହେବ ଏବଂ ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ସାମାଜିକ ଦୂରତା କିଭଳି ଅବଲମ୍ବନ କରିହେବ ସେ ନେଇ ଗରାବଡୁ ସେବକ ମାନଙ୍କୁ ପରାମର୍ଶ ଦିଆଯାଉଛି | ଯେହେତୁ ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଗରାବଡୁ ସେବାୟତଙ୍କ ପ୍ରମୁଖ ଭୂମିକା ରହିଥାଏ ସେନେଇ ଏହି ବୈଠକ ଗୁରୁତ୍ୱ ବହନ କରୁଛି | ସ୍ନାନଯାତ୍ରା ପାଇଁ ମୋଟ 109 ଜଣ ଗରାବଡୁ ସେବକଙ୍କ କାର୍ଯ୍ୟ ରହିଛି | ଜଳ ଅଧିବାସ ଗୃହରୁ ଗରାବଡୁ ସେବାୟତମାନେ ସାମାଜିକ ଦୂରତା ରକ୍ଷାକରି କିଭଳି ମହାପ୍ରଭୁଙ୍କ ପାଇଁ ସ୍ନାନବେଦୀକୁ ଜଳ ଆଣିବେ ସେ ନେଇ ମୁଖ୍ୟତଃ ବୈଠକରେ ପରାମର୍ଶ ଦିଆଯାଉଛି | ଅଭିଜ୍ଞ ସ୍ୱାସ୍ଥ୍ୟ ଅଧିକାରୀ ମାନେ ବିଶେଷ ଭାବେ ଏନେଇ ସେବାୟତ ମାନଙ୍କୁ ସଚେତନ କରୁଛନ୍ତି |

ବାତ୍ୟାରେ କ୍ଷୟକ୍ଷତି ହୋଇଛି, ହେଲେ କାହାରି ମୃତ୍ୟୁ ହୋଇନି