OnaKhabar

ରୋହିଗାଁ ପୂର୍ଣ୍ଣ ଜେନା ହତ୍ୟା ଉଦ୍ୟମ ଘଟଣା : ବଶିଷ୍ଟ ଗିରଫ ନହେଲେ ଗ୍ରାମରେ ଶାନ୍ତି ଫେରିବନି

ଏସପିଙ୍କୁ କାନ୍ଦିକାନ୍ଦି ନେହୁରା ହେଲେ ପୂର୍ଣ୍ଣଙ୍କ ପରିବାର, ଏଏସପିଙ୍କୁ ତଦନ୍ତ ଦାୟିତ୍ୱ

ବ୍ରହ୍ମପୁର:-ସାର ବଶିଷ୍ଟ ହିଁ ଆମ ଗ୍ରାମରେ ଆସନ୍ତି ଆଣିଚି I ଆମେ 3ବର୍ଷ ହେଲା ଗ୍ରାମରେ ଚୁପ ହୋଇ ବସିଚୁ I ଆମ ସମ୍ପତି ନେଲେ, ଆମ ଭାଇକୁ ହତ୍ୟା କଲେ ଏବଂ ପୂର୍ଣ୍ଣକୁ ବାରମ୍ବାର ଆକ୍ରମଣ କଲେ I ବାଧ୍ୟ ହୋଇ ପୁଲିସ କୁ ଜଣାଇଲୁ I ଜେଲ ଯାଇ ପୁଣି ଜାମିନରେ ଆସି ଆମ ପରିବାରକୁ ପୁଣି ଆକ୍ରମଣ କଲା I ତେଣୁ ସେ ଗିରଫ ନ ହେବା ଯାଏ ଆମ ଗ୍ରାମରେ ଶାନ୍ତି ଫେରିବନି I ତେଣୁ ଆପଣ ଠିକ ତଦନ୍ତ କରି ଷଡଯନ୍ତ୍ରକରି ବଶିଷ୍ଠ ଜେନାଙ୍କୁ ଗିରଫ କରନ୍ତୁ I ସେ ହିଁ ଆମ ରୋହିଗାଁ ଅଶାନ୍ତ କରିବାର ମୁଖ୍ୟ ଭୂମିକା ବୋଲି ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି କାନ୍ଦି କାନ୍ଦି ନେହୁରା ହୋଇ କହିଛନ୍ତି I ପୂର୍ଣ୍ଣଙ୍କ ଭାଇ ସନ୍ୟାସୀ ଜେନା ଏବଂ ହତ୍ୟାର ଶିକାର ହୋଇଥିବା ଅଶୋକ ଜେନାଙ୍କ ବିଧବା ପତ୍ନୀ ଏବଂ ଅନ୍ୟ ସଦସ୍ୟ ମାନେ ଆଜି ଶ୍ରୀ ମିଶ୍ର ନିକଟରେ ଏହି ଅଭିଯୋଗ କରିଛନ୍ତି I ଏସପି ଶ୍ରୀ ମିଶ୍ର ସେମାନଙ୍କ ଠାରୁ ପୁରା ଘଟଣା ଶୁଣିବା ସହ ପୁରା ଘଟଣାର ତଦନ୍ତ ଭାର ଏଏସପି ପ୍ରଭାତ ରାଉତରାୟଙ୍କୁ ଦେଇଛନ୍ତି I ଘଟଣାରେ ସମ୍ପୃକ୍ତ ଯିଏବି ଥାଉ ନା କାହିଁକି ସିଏ ଗିରଫ ହେବ ବୋଲି ପ୍ରତିଶୃତି ଦେଇଛନ୍ତି I ଗ୍ରାମରେ ପୋଲିସ ପୁଣି ମୁତୟନ ହେବ I ଯିଏ ବି ଗ୍ରାମରେ ଅଶାନ୍ତ ପରିବେଶ ସୃଷ୍ଟି କରିବ ତାକୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି I ପୂର୍ଣ୍ଣଙ୍କ ପରିବାର ମୁଖ୍ୟ ଅଶୋକ ଜେନାଙ୍କୁ 2017 ମାର୍ଚ୍ଚ 17ରେ ହତ୍ୟା କରାଯାଇଥିଲା I ଏହା ପରେ ପୂର୍ଣ୍ଣ ବଶିଷ୍ଠଙ୍କ ସମେତ ଅନ୍ୟ ମାନଙ୍କ ନାମରେ ଏତଲା ଦେଇଥିଲେ I ପୁଣି ପୂର୍ଣ୍ଣଙ୍କ ପରିବାରକୁ ମାମଲା ପ୍ରତ୍ୟାହାର ପାଇଁ ଧମକ ଚମକ ଦେଇଥିଲା I ପୁଣି ଚଳିତ ମାସ 9 ତାରିଖରେ ପୂର୍ଣ୍ଣଙ୍କୁ ହତ୍ୟା ଉଦ୍ୟମ କରି ଗୋଡ଼ ହାତ ଭାଙ୍ଗିଦେବା ସହ ଖଣ୍ଡାରେ ହାଣିଥିଲେ I ଏହି ସବୁ ନେଇ ପରିବାର ଲୋକ ପୂର୍ବରୁ ସଦର ଥାନା ଓ ଏଏସପିଙ୍କୁ ଭେଟିଥିଲେ I ପୁଲିସ ଘଟଣାରେ ସମ୍ପୃକ୍ତ 4ଜଣଙ୍କୁ ଗିରଫ କରିଥିବାବେଳେ ମୁଖ୍ୟ ଷଡଯନ୍ତ୍ରକାରି ବଶିଷ୍ଠ ଜେନା ଏବଂ ବାବୁଲା ଜେନାଙ୍କୁ ଗିରଫ କରିନଥିଲା I ଏହି ଦୁହେହିଁ ସେମାନଙ୍କ ସମର୍ଥକଙ୍କୁ ପଠାଇ ଏହି ଘଟଣା କରାଇଥିବା ପୂର୍ଣ୍ଣଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି I ତେଣୁ ବଶିଷ୍ଠ ଗିରଫ ନହେବ ଯାଏ ତାଙ୍କ ପରିବାର ଲୋକେ ଭୟରେ ରହିବେ ଏବଂ ପୁଣି ତାଙ୍କ ଉପରେ ଆକ୍ରମଣ ହେବ ବୋଲି ସେମାନେ ଏସପିଙ୍କୁ ଗୁହାରି କରିଛନ୍ତି I ସୂଚନା ଯୋଗ୍ୟ ଯେ, ରୋହିଗାଁ ଦୀର୍ଘଦିନ ଧରି ଦୁଇ ଗୋଷ୍ଟି ମଧ୍ୟରେ ଗଣ୍ଡଗୋଳ ଓ ଗୋଷ୍ଟି ସଂଘର୍ଷ ଜାରି ରହିଛି I ପୁଲିସ ଉଭୟ ପକ୍ଷଙ୍କ ମଧ୍ୟରେ ଶାନ୍ତି ଆଣିବା ପାଇଁ ଚେଷ୍ଟା ଜାରି ରଖିଛି I ବଶିଷ୍ଠ ଜେନା ଗୋଟିଏ ହତ୍ୟା ମାମଲା ଏବଂ ଦୁଇଟି ହତ୍ୟା ଉଦ୍ୟମ ମାମଲାରେ ଗିରଫ ହୋଇ ସର୍ତ୍ତମୂଳକ ଜାମିନ ପାଇ ପୁଣି ଆତଙ୍କ ଖେଳାଉଛନ୍ତି I ସରପଞ୍ଚଙ୍କ ପୁଅ ହୋଇଥିବା ଯୋଗୁଁ ନିଜ ଦବଦବା ଜାହିର କରୁଥିବା ନେଇ ମଧ୍ୟ ପୂର୍ଣ୍ଣଙ୍କ ପରିବାର ଲୋକେ ଏସପିଙ୍କ ନିକଟରେ ଗୁହାରି କରିଛନ୍ତି I ବୈଶିଷ୍ଟ୍ୟଙ୍କ ସମ୍ପୃକ୍ତି ସ୍ପଷ୍ଟ ହେଲେ ତୁରନ୍ତ ସେ ଗିରଫ ହେବେ ବୋଲି ଏସପି ପରିବାର ଲୋକଙ୍କୁ କହିଛନ୍ତି I