OnaKhabar

ଆସନ୍ତା କାଲିଠୁ ଘରେ ପହଞ୍ଚିବ ମଦ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟରେ ଅନଲାଇନରେ ମିଳିବ ମଦ । ଅନଲାଇନରେ ମଦ ବିକ୍ରି ନେଇ ଆଜି ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ଏଥିରେ ଅନ୍ ଏବଂ ଅଫ୍ ଲାଇସେନ୍ସପ୍ରାପ୍ତ ଦୋକାନୀ ହୋମ୍ ଡେଲିଭରି କରିପାରିବେ । ତେବେ କଣ୍ଟେନମେଣ୍ଟ ଜୋନ ବ୍ୟତୀତ ଅନ୍ୟ ସ୍ଥାନରେ ମଦର ହୋମ ଡେଲିଭରି ହୋଇପାରିବ । ବିଦେଶୀ ମଦ ଓ ବିୟର ଉପରେ କୋଭିଡ ଫି’ ମଧ୍ୟ ଲଗାଇଛନ୍ତି ସରକାର । ଯାହା ଏମଆରପି ରହିଥିବ, ତା ଉପରେ ୫୦ ପ୍ରତିଶତ କୋଭିଡ ଫି’ ସରକାର ଲଗାଇଛନ୍ତି । ତେବେ କୋଭିଡ ଫି’ ଅର୍ଥ କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଲଗାଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଅନ୍ ଏବଂ ଅଫ୍ ଲାଇସେନ୍ସପ୍ରାପ୍ତ ଦୋକାନରେ ଡେସପ୍ଲେ ରହିବ । ଡିସପ୍ଲେରେ ଫୋନ ନମ୍ବର, ହ୍ୱାଟସ ଆପ୍ ନମ୍ବର ଓ ଇ-ମେଲ୍ ଆଇଡି ରହିବ । ଓଏସବିସି ଓବସାଇଟ-ଓଏସବିସି.କୋ.ଇନ୍‌.ଜିଲାଓାରୀ ତଥ୍ୟ ରହିବ । ସମସ୍ତ ପ୍ରକାର ପ୍ରଡକ୍ଟର ମୂଲ୍ୟ ମଧ୍ୟ ଓବସାଇଟରେ ରହିବ । ତେବେ ରିଟେଲରମାନେ ଏସଏମଏସ, ହ୍ୱାଟସ ଆପ୍ କିମ୍ବା ଇ-ମେଲ୍ ଜରିଆରେ ଅର୍ଡର ରଖିପାରିବେ । ୧ ହଜାର ପର୍ଯ୍ୟନ୍ତ ମଦ ଅର୍ଡର କଲେ ଡେଲିଭରି ଚାର୍ଜ ୧୦୦ ଟଙ୍କା ଲାଗିବ । ତାପରେ ପ୍ରତି ୫ ଶହ ଟଙ୍କାର ଅତିରିକ୍ତ ଅର୍ଡର ପାଇଁ ୨୫ ଟଙ୍କା ଲାଗିବ । ହୋମ୍ ଡେଲିଭରି ଚାର୍ଜ ୩ ଶହ ଟଙ୍କାରୁ ଅଧିକ ହୋଇପାରିବନି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ହୋମ୍ ଡେଲିଭରି ହୋଇପାରିବ । ଅର୍ଡର କରିବାର ୬ ଘଣ୍ଟା ମଧ୍ୟରେ ହୋମ୍ ଡେଲିଭରି ଦିଆଯିବ ବୋଲି ସୂଚନା ମିଳିଛି ।