OnaKhabar

ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ମାଡ଼ି ଚାଲିଛି କରୋନା

ଭୁବନେଶ୍ୱର : ରାଜ୍ୟରେ କରୋନା ଏବେ ତା’ର କାୟା ବିସ୍ତାର କରିବାରେ ଲାଗିଛି । ବତ୍ତମାନ ୨୬ଟି ଜିଲ୍ଲାକୁ କରୋନା ମାଡ଼ିଛି । ଜିଲ୍ଲା ପରେ ଜିଲ୍ଲା ଡ଼େଇଁବାରେ ଲାଗିଛି । ରାଜ୍ୟରେ ପ୍ରଥମେ ନିଜାମଦ୍ଦୁନିନ୍ ଫେରନ୍ତାଙ୍କ ଚିନ୍ତା ବଢ଼ାଇଥିଲା । ପରେ ପଶ୍ଚିମବଙ୍ଗ ତାପରେ ସୁରଟ୍ ଫେରନ୍ତାଙ୍କ ଚିନ୍ତା ବଢ଼ାଇଥିଲା । ବତ୍ତମାନ ରାଜ୍ୟରେ ବିଭିନ୍ନ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସେଥିମଧ୍ୟରୁ ମହାରାଷ୍ଟ୍ର, ସୁରଟ୍‌, କର୍ଣ୍ଣାଟକ,କେରଳ, ତାମିଲନାଡୁ, ଦିଲ୍ଲୀ, ଆନ୍ଧ୍ରପଦେଶ, ତେଲେଙ୍ଗାନା, ରାଜସ୍ଥାନ, ଏହି ରାଜ୍ୟରୁ ଫେରିଥିବା ପ୍ରବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ବତ୍ତର୍ମାନ ରାଜ୍ୟରେ ସବୁଠୁ ହଟସ୍ପଟ ଜିଲ୍ଲା ଭାବେ ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪୧କୁ ଛୁଇଁଛି । ସେଥିମଧ୍ୟରୁ ୩ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୨୦୩ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୧୩୫ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ସେହିପରି ଦ୍ୱିତୀୟ ହଟସ୍ପଟଭାବେ ଯାଜପୁର ଜିଲ୍ଲାରେ ମଧ୍ୟ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି । ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩୯କୁ ଛୁଇଁଛି । ସେଥିମଧ୍ୟରୁ ୭୨ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୧୬୭ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । କୋରାପୁଟ୍ ଜିଲ୍ଲା ଏବେ କରୋନା ମୁକ୍ତ ଭାବେ ଘେଷଣା ହୋଇଛି । ପୂର୍ବରୁ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଜି ରାଜ୍ୟରେ ଆଉ ଦୁଇଟି ଜିଲ୍ଲାକୁ କରୋନା ଡ଼େଇଁଛି । ଗଜପତିରୁ ୪ଜଣ ଓ ନବରଙ୍ଗପୁରରୁ ଜଣେ କରୋନା ଆକ୍ରାନ୍ତ ଆଜି ସକାଳେ ଚିହ୍ନଟ ହୋଇଛନ୍ତି । ଯଦିଓ ଜିଲ୍ଲା ଗ୍ରୀନ୍ ଜୋନ୍ ତାଲିକାରେ ଥିଲା ଆଜିର ଚିହ୍ନଟକୁ ନେଇ ରେଡ୍ କି ୟେଲୋ ହେବ ତାହା ଜିଲ୍ଲାପ୍ରଶାସନ ଘୋଷଣା କରିବେ । ଆଜି ସକାଳେ ୧୩ଟି ଜିଲ୍ଲାରୁ ଏକାବେଳେ ୮୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ଆଜି ରାଜ୍ୟରେ ୫ଟି ଜିଲ୍ଲାରୁ ୬୨ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି ।

ବତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ ଥିଲାବେଳେ ସେଥିମଧ୍ୟରୁ ୭ଜଣ ସଂକ୍ରମିତଙ୍କର ମୃତ୍ୟୁ ମଧ୍ୟ ହୋଇଛି । ୪୯୭ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟ ୭୬୫ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ।

କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ ଅଛନ୍ତି ସେଥିରେ….

ଗଞ୍ଜାମ –

ଆକ୍ରାନ୍ତଙ୍କ ସଂଖ୍ୟା -୩୪୧, ସୁସ୍ଥ – ୨୦୩ଜଣ, ଚିକିତ୍ସିତ ହେଉଛନ୍ତି – ୧୩୫ଜଣ, ମୃତ୍ୟୁବରଣ କରିଛନ୍ତି – ୩ଜଣ

ଯାଜପୁର –

ଆକ୍ରାନ୍ତଙ୍କ ସଂଖ୍ୟା – ୨୩୯, ସୁସ୍ଥ – ୭୨ଜଣ, ଚିକିତ୍ସିତ ହେଉଛନ୍ତି – ୧୬୭ଜଣ ।

ବାଲେଶ୍ୱର –

ଆକ୍ରାନ୍ତଙ୍କ ସଂଖ୍ୟା -୧୨୮, ସୁସ୍ଥ – ୫୭ଜଣ, ଚିକିତ୍ସିତ ହେଉଛନ୍ତି -୭୧ଜଣ ।

ଭଦ୍ରକ –

ଆକ୍ରାନ୍ତଙ୍କ ସଂଖ୍ୟା ୯୮, ସୁସ୍ଥ – ୩୧ଜଣ, ଚିକିତ୍ସିତ ହେଉଛନ୍ତି – ୬୭ଜଣ ।

ଖୋର୍ଦ୍ଧା –

ଆକ୍ରାନ୍ତଙ୍କ ସଂଖ୍ୟା – ୭୪ଜଣ, ସୁସ୍ଥ – ୪୮ଜଣ, ଚିକିତ୍ସିତ ହେଉଛନ୍ତି – ୨୩ଜଣ, ମୃତୁବରଣ କରିଛନ୍ତି – ୩ଜଣ

ପୁରୀ –

ଆକ୍ରାନ୍ତଙ୍କ ସଂଖ୍ୟା ୬୫, ସୁସ୍ଥ ହୋଇଛନ୍ତି – ୪ଜଣ, ଚିକିତ୍ସିତ ହେଉଛନ୍ତିି- ୬୧ଜଣ ।

କଟକ –

ଆକ୍ରାନ୍ତଙ୍କ ସଂଖ୍ୟା -୫୭, ସୁସ୍ଥ ହୋଇଛନ୍ତି – ୩ଜଣ, ଚିକିତ୍ସିତ ହେଉଛନ୍ତି – ୫୩ଜଣ, ମୃତ୍ୟୁବରଣ କରିଛନ୍ତି –

କେନ୍ଦ୍ରାପଡ଼ା –

ଆକ୍ରାନ୍ତଙ୍କ ସଂଖ୍ୟା – ୪୦, ସୁସ୍ଥ ହୋଇଛନ୍ତି – ୯ଜଣ, ଚିକିତ୍ସିତ ହେଉଛନ୍ତି – ୩୧ଜଣ ।

ବୌଦ୍ଧ –

ଆକ୍ରାନ୍ତଙ୍କ ସଂଖ୍ୟା – ୩୩, ସୁସ୍ଥ ହୋଇଛନ୍ତି – ୪ଜଣ, ଚିକିତ୍ସିତ ହେଉଛନ୍ତି – ୨୯ଜଣ ।

ସୁନ୍ଦରଗଡ଼ –

ଆକ୍ରାନ୍ତଙ୍କ ସଂଖ୍ୟା – ୩୩, ସୁସ୍ଥ ହୋଇଛନ୍ତି ୨୫ଜଣ – ଚିକିତ୍ସିତ ହେଉଛନ୍ତି – ୮ଜଣ ।

ନୟାଗଡ଼ –

ଆକ୍ରାନ୍ତଙ୍କ ସଂଖ୍ୟା – ୩୨, ସୁସ୍ଥ ହୋଇଛନ୍ତି -୧, ଚିକିତ୍ସିତ ହେଉଛନ୍ତି – ୩୧ଜଣ ।

ଜଗତସିଂହପୁର –

ଆକ୍ରାନ୍ତଙ୍କ ସଂଖ୍ୟା ୩୦ , ସୁସ୍ଥ ହୋଇଛନ୍ତି – ୫ଜଣ, ଚିକିତ୍ସିତ ହେଉଛନ୍ତି – ୨୫ଜଣ ।

ଅନୁଗୁଳ –

ଆକ୍ରାନ୍ତଙ୍କ ସଂଖ୍ୟା – ୧୯, ସୁସ୍ଥ ହୋଇଛନ୍ତି – ୧୫ଜଣ, ଚିକିତ୍ସିତ ହେଉଛନ୍ତି – ୪ଜଣ ।

ମୟୁରଭଞ୍ଜ –

ଆକ୍ରାନ୍ତଙ୍କ ସଂଖ୍ୟା – ୧୪, ସୁସ୍ଥ ହୋଇଛନ୍ତି – ୯ଜଣ, ଚିକିତ୍ସିତ ହେଉଛନ୍ତି – ୫ଜଣ ।

କଳାହାଣ୍ଡି –

ଆକ୍ରାନ୍ତଙ୍କ ସଂଖ୍ୟା – ୧୩ଜଣ, ସୁସ୍ଥ ହୋଇଛନ୍ତି – ୨ଜଣ, ଚିକିତ୍ସିତ ହୋଇଛନ୍ତି – ୧୧ଜଣ ।

କେନ୍ଦୁଝର –

ଆକ୍ରାନ୍ତଙ୍କ ସଂଖ୍ୟା – ୧୧, ସୁସ୍ଥ ହୋଇଛନ୍ତି – ୨ଜଣ, ଚିକିତ୍ସିତ ହେଉଛନ୍ତି – ୯ଜଣ ।

ବଲାଙ୍ଗୀର –

ଆକ୍ରାନ୍ତଙ୍କ ସଂଖ୍ୟା – ୯, ସୁସ୍ଥ ହୋଇଛନ୍ତି -୨ଜଣ, ଚିକିତ୍ସିତ ହେଉଛନ୍ତି – ୭ଜଣ ।

ମାଲକାନଗିରି –

ଆକ୍ରାନ୍ତଙ୍କ ସଂଖ୍ୟା -୮ଜଣ

ଝାରସୁଗୁଡ଼ା –

ଆକ୍ରାନ୍ତଙ୍କ ସଂଖ୍ୟା ୫, ସୁସ୍ଥ ହୋଇଛନ୍ତି – ୨ଜଣ, ଚିକିତ୍ସିତ ହେଉଛନ୍ତି -୩ଜଣ ।

କନ୍ଧମାଳ –

ଆକ୍ରାନ୍ତଙ୍କ ସଂଖ୍ୟା – ୫ଜଣ ।

ସମ୍ବଲପୁର –

ଆକ୍ରାନ୍ତଙ୍କ ସଂଖ୍ୟା – ୫ଜଣ ।

ଗଜପତି –

ଆକ୍ରାନ୍ତଙ୍କ ସଂଖ୍ୟା – ୪ଜଣ ।

ଦେବଗଡ଼ –

ଆକ୍ରାନ୍ତଙ୍କ ସଂଖ୍ୟା – ୨, ସୁସ୍ଥ ହୋଇଛନ୍ତି -୧, ଚିକିତ୍ସିତ ହେଉଛନ୍ତି – ୧୧ ।

ଢ଼େଙ୍କାନାଳ –

ଆକ୍ରାନ୍ତଙ୍କ ସଂଖ୍ୟା – ୨, ସୁସ୍ଥ ହୋଇଛନ୍ତି -୧, ଚିକିତ୍ସିତ ହେଉଛନ୍ତି -୧ ।

କୋରାପୁଟ –

ଆକ୍ରାନ୍ତଙ୍କ ସଂଖ୍ୟା – ୧, ସୁସ୍ଥ ହୋଇଛନ୍ତି -୧

ନବରଙ୍ଗପୁର –

ଆକ୍ରାନ୍ତଙ୍କ ସଂଖ୍ୟା – ୧