OnaKhabar

ମୋବାଇଲ ବନ୍ଧା ରଖୁଛି ପୋଲିସ, ବିଶ୍ୱାସ ହେଉନଥିଲେବି ଏକଥା ସତ

ବଲାଙ୍ଗୀର( ଦେବାସିଷ ମିଶ୍ର)  – ଗତ ଦୁଇ ଦିନ ହେଲା ହଠାତ ପୋଲିସ ଜଗି ଉଠିଛି । କୋଉ ଦିନରେ କୋଉ ନିୟମ କାନୁନ ର ରକ୍ଷା ପାଇଁ ମାତି ପଡୁିଛି ଭଗବାନଙ୍କୁ ଜଣା । ଗୁରୁବାର ସଂନ୍ଧ୍ୟାରେ ମାସ୍କ ଚେକିଁଂ କରୁଥିବା ପୋଲିସକୁ ହଠାତ ଶୁକ୍ରବାର ଦିନ କର୍ଫ୍ୟୁ ନିୟମ ମନେ ପାଡି ଯାଇ ଥିଲ।। ଲକଡାଉନରେ ବଡ ବଡ ବାର ମାଲିକ, କାଠ ମାଫିଆ, ଦୁର୍ନିତିଗ୍ରସ୍ତ ଠିକାଦାର,ହତ୍ୟାକାରି ସିନା ଖସି ପଳାଇ ଥିଲେ, ହେଲେ ଘର ପରିବାର ର ବୋଝ ବୋହି କିଛି କାମରେ ଯାଇଥିବା ସାଧାରଣ ଜନତା ଖସି ପଳାଇବେ ଏତେ ସାହାସ କାହାର, ଏତେ ସୁଯୋଗ କାହକୁ । ବଡ ବଡିଆଙ୍କ ଭିଗି ବିଲ୍ଲି ହାଠତ ସିଂଘମ ପାଲଟି ଯାଇଥିଲେ ବିକ୍ରମ ଛକଠାରେ ।ଚାଲିଥିଲା ଫାଇନ ଅଦାୟ । ଯଦିଉ ଫାଇନ ଆଦୟରେ ସାମାଜିକ ଦୁରତା କୁ ପୋଲିସ ଟିକଏ ଭୁିଲି ଯାଇଥିଲା ହେଲେ ଜଣେ ବି ବର୍ତ୍ତି ପାରିନଥିଲେ କାନୁନ ର ଲାମ୍ବା ହାତରୁ ।
ଯଦି କାହା ପାଖରେ ଫାଇନ ଦେବାକୁ ପଇସା ନାହି ତାର ମୋବାିଲ ମଧ୍ୟ ବନ୍ଧା ପଡୁଥିଲା । ପଇସା ଦିଅ , ମୋବାଇଲ ଫେରାଇ ନିଅ ବୋଲି ପୋଲିସ ରୋକଠୋକ କହୁଥିବା କେହି କେହି ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ ଏହା ଦେଖିବ କିଏ, ଆଇନ ର ଆଖିରେ ତ ପଟି ପଡିଛି, ଆଉ ଏହେଉଛି କରୋନା ଜମାନର ପୋଲିସ, ଛାଡିବ ନାହିଁ |

୬୦ ଦିନର ଲକଡାଉନ ପରେ ଲୋକ କେବଳ କିଛି କାମରେ ବାହାରକୁ ଆସିଥିଲେ । ମୋନେ ଅପରାଧି ନୁହଁନ୍ତି ଯେ ପୋଲିସ ସାଧାରଣ ଜନତା ଉପରେ ଏଭଳି କାର୍ଯ୍ୟନୁଷ୍ଟାନ ନେବ । ତାହା ପୁଣି ମୋବାଇଲ ବନ୍ଧା ରଖିବା ଭଳି ବେଆଇନ କାମ ଖୋଦ ପୋଲିଶ କରୁଛି । ତେବେ ଏଭଳି ସ୍ଥିତିରେ ଲୋକେ ନିଜର ଜିବ ଜିବିକା କିଭଳି ଚଳାଇବେ ବୋଲି କିଛି ଲୋକ ପ୍ରଶ୍ନ କରିଥିଲେ ।

ତେବେ ଜେଣେ ମୃତାହକାର୍ଯ୍ୟ କୁ ଯାଇଥିବାରୁ ପୋଲିସ ତାକୁ ସହୃଦାୟତା ସହ ଛାଡି ଦେଇଥିବା ଦେଖାଯାଇଥିଲା । ତେବେ ସହରରେ ପୋଲିସ ର କାର୍ଯ୍ୟକଳାପ ଉପରେ ଦର୍ଶକ ନିଜେ ବିଚାର କରିବା ସହ ସମସ୍ତ ନିତି ନିୟମ ପାଳନ କରିବେ ।