OnaKhabar

ତାଜମହଲ ତୋଳିବେ ସାରକାର : ପୁଣି ହାତ କଟିବ ଶ୍ରମିକଙ୍କର, ସମୟ ନିର୍ଘଣ୍ଟକୁ ୮ ରୁ ୧୨ ଘ କରିବା ଅସମ୍ବିଧାନିକ ତଥା ଶ୍ରମିକ ବିରୋଧି

ବଲାଙ୍ଗିର, – ଦେଶର ଶ୍ରମିକ ଓ କର୍ମଜିବି ଅଥକ ପରିଶ୍ରମ କରି ନିଜର ଜିବିକା ଉପାର୍ଜନ କରିବା ସହ ଦେଶର ଅର୍ଥନିତିକୁ ମଧ୍ୟ ବଳ ପ୍ରଦାନ କରିଥାନ୍ତି । କରୋନା ସଂକ୍ରମଣ ଭୟରେ ଦେଶ ସାରା ଲକଡାଉନ ଯୋଗୁଁ ଦେଶର ପ୍ରାୟ ସମସ୍ତ ଶିଳ୍ପ ଓ କାରଖାନା ବନ୍ଦ ହୋଇଯାଇଥିଲ।। ଫଳସ୍ୱରୁପ ଏହାର ପ୍ରଭାବ ଦେଶର ଦୁର୍ବଳ ଅର୍ଥନିତି ଉପରେ ପଡିବାରୁ ଏହା ଏକ ରକମର ଭୁଷୁଡିବା ସ୍ଥିତିରେ ପହଞ୍ଚିଲା । କୋଟି କୋଟି ଶ୍ରମିକ ନଧ୍ୟ ନିଜର ରୋଜି ରୋଟି ସହ ବାସ ହାରାଇଲେ । ଶ୍ରମିକଙ୍କ ଏଭଳି ର୍ଦୁଦ୍ଦଶାରେ ସରକାର ସେମାନଙ୍କ କଥା ନ ବୁଝି ଦେଶର ପୁଞ୍ଜିପତି ମାନଙ୍କ ଲକଡାଉନ ସମୟର କ୍ଷତି ପୁରଣ କରିବାକୁ ଯାଇ ଓଲୋଟା ଶ୍ରମିକଙ୍କ ସମୟ ନିର୍ଘଣ୍ଟ କୁ ୮ ରୁ ୧୨ ଘଣ୍ଟାକୁ ବୃଦ୍ଧି କରି ସେମାନଙ୍କ ଅଧିକାର କୁ କ୍ଷୁର୍ଣ୍ଣ କରିଛନ୍ତି । ଏହା ସହ ଶ୍ରମିକଙ୍କ ବିଭିନ୍ନ ନ୍ୟାର୍ଯ୍ୟିକ ଅଧିକାର ଗୁଡିକୁ ନାକଚ କରିବା ସହ ଗୁଡାଏ ମାଲିକପ୍ରିୟ ବିଲ ଗୁଡିକ ଲାଗୁ କରିବା ନେଇ ଆଭାସ ମିଳୁଛି । ଯାହା ଶ୍ରମିକଙ୍କ ସଂମ୍ପୁର୍ଣ ଅସମ୍ବିଧାନିକ ଓ ଶ୍ରମିକ ବିରୋଧି । ତେବେ ସରକାର ଶ୍ରମିକ ଅଧିକାରକୁ କ୍ଷୁର୍ଣ୍ଣ କରି ଅର୍ଥନୈତିକ ଅଭିବୃଦ୍ଧି ହାସଲ କରିବା, ତାଜମହଲ ତିଆରିରେ ଶ୍ରମିକଙ୍କ ହାତ କଟା ଯାଇଥିବା ଭଳି ହେବ ବୋଲି ବିଭିନ୍ନ କେନ୍ଦ୍ରିୟ ଶ୍ରମିକ ସଂଗଠନ ମତ ଦେଇଛନ୍ତି ।
ଅନ୍ୟ ପଟେ ଏହା ସ୍ପଷ୍ଟ ହୋଇଯାଇଛି ଯେ ଆମ ଦେଶରେ କରୋନା ଭୁତାଣୁ ସଂକ୍ରମଣର ବିଜ ବିମାନ ଯୋଗେ ଫେରିଥିବାରୁ ଏହାକୁ ପୁଞ୍ଜିପତିମାନେ ହିଁ ବୁଣିଛନ୍ତି । କିନ୍ତୁ କରୋନା ସଂକ୍ରମଣ କଟକଣା ନାଁ ରେ ଶ୍ରମିକମାନଙ୍କୁ ବିଭିନ୍ନ ଢଙ୍ଗରେ ସରକାର ଏବଂ ତାର କଳ ଅତ୍ୟାଚାର କରିଛନ୍ତି । ମଇ ମାସ ୮ ତାରିଖରେ ଆମ ରାଜ୍ୟ ସରକାର ସମ୍ପୁର୍ଣ୍ଣ ଅଗଣତାନ୍ତ୍ରିକ ଓ ଅସମ୍ବିଧାନିକ ଢଙ୍ଗରେ ଶ୍ରମିକମାନଙ୍କର ସମୟ ନିର୍ଘଣ୍ଟ ୮ ଘଣ୍ଟାରୁ ୧୨ ଘଣ୍ଟାକୁ ବଢେଇ ଦେଇଛନ୍ତି । ଫେକ୍ଟ୍ରି ଏକ୍ଟ ୧୯୪୮ ହିସାବରେ ସମୟ ନିର୍ଘଣ୍ଟ ୮ ଘଣ୍ଟା ସ୍ଥିର ଆଗରୁ ହୋଇଛି । କିନ୍ତୁ ମୋଦି ସରକାର ମଧ୍ୟ ଏହାକୁ ୧୨ ଘଣ୍ଟା ପର୍ଯ୍ୟନ୍ତ ବଢାଇବା ପାଇଁ ଅନବରତ ଜାରି ରଖିଛନ୍ତି । ବିଭିନ୍ନ ରାଜ୍ୟରେ କରୋନା କଟକଣା ଯୋଗୁଁ କଳ କରଖାନା ବନ୍ଦ ହୋଇଯିବା ଦ୍ୱାରା ଶ୍ରମିକମାନେ କାମ ପାଉ ନାହାନ୍ତି । ଯାହା କିଛି କାମ ପାଉଛନ୍ତି ଆନୁପାତିକ ଭାବେ ପାଉଣା ନ ବଢାଇ ସମୟ ନିର୍ଘଣ୍ଟ ୮ ରୁ ୧୨ ଘଣ୍ଟା ବଢାଇବା ସରକାରଙ୍କ ଶ୍ରମିକ ମାରଣା ନୀତିର ସ୍ପଷ୍ଟ ପରିଚୟ ଦିଏ । ରାଜ୍ୟରୁ ଫେରିଥିବା ପ୍ରବାସୀମାନେ କାମ ପାଉ ନ ପାଉଥିବା ବେଳେ ଶ୍ରମିକ ସମୟ ନିର୍ଘଣ୍ଟ ୮ ରୁ ୧୨ ଘଣ୍ଟା ବଢେଇ ଦେଲେ ରାଜ୍ୟକୁ ଫେରିଥିବା ପ୍ରବାସୀ ଶ୍ରମିକମାନେ ପୁଣି କାମ ନ ପାଇ ଘୋର ଆର୍ଥିକ ସଂକଟ ରେ ଗତି କରିବେ । ଆହୁରି ମଧ୍ୟ ଶ୍ରମିକମାନେ ୧୨ ଘଣ୍ଟା କାମ କରିବା ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଘୋର ଅବନତି କରିବାର ସମ୍ଭାବନା ଅଧିକ । ଏପରି ଏକ ଘଡିସନ୍ଧି ମୁହୁର୍ତ୍ତରେ ରାଜ୍ୟ ସରକାର ପରଂପରା ଅନୁଯାୟୀ ସମସ୍ତ କେନ୍ଦ୍ରିୟ ଶ୍ରମିକ ସଂଗଠନମାନଙ୍କ ସହିତ ଆଲୋଚନା କରି ସମୟ ନିର୍ଘଣ୍ଟ ବଢେଇ ଦେବା ଏକ ଅସୁସ୍ଥ ପରଂପରା ସୃଷ୍ଟି କରୁଛନ୍ତି । ତେଣୁ ଆଜି ବଲାଙ୍ଗିରର କେନ୍ଦ୍ରିୟ ଶ୍ରମିକ ସଂଗଠନର ଶ୍ରମିକ କର୍ମଚାରୀ ଓ ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ମାଧ୍ୟମରେ ରାଜ୍ୟ ସରକାରଙ୍କ ଏହି ଅଗଣତାନ୍ତ୍ରିକ ନିଷ୍ପତ୍ତିକୁ ଶିଘ୍ର ପ୍ରତ୍ୟାହାର କରି ନେବା ପାଇଁ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି ଏବଂ ସୂଚେଇ ଦେଇଛନ୍ତି ଯେ ଏପରି ଶ୍ରମିକ ବିରୋଧି ଅଗଣତାନ୍ତ୍ରିକ ନିଷ୍ପତ୍ତି ପ୍ରତ୍ୟାହାର ନ ହୁଏ, ପ୍ରତ୍ୟେକ ପ୍ରବାସୀଙ୍କୁ ନିଜ ଘରକୁ ଫେରାଇ ନ ଅଣାଯାଏ ତଥା ପ୍ରବାସୀଙ୍କୁ ୭ହଜାର ୫୦୦ ଟଙ୍କା ମାସକୁ ଏବଂ ଚାଉଳ ୧୦ କେଜି ଦିଆନ ଯାଏ ଆଗାମୀ ଦିନରେ ଶ୍ରମିକମାନେ ସାରା ରାଜ୍ୟରେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ । ବିଭିନ୍ନ କେନ୍ଦ୍ରୀୟ ସଂଗଠନ ତରଫରୁ ଶ୍ରମିକ ନେତା କୃଷ୍ଣଚନ୍ଦ୍ର ସାହୁ, ଚକାଚରଣ ମାଝି, ସୁରୁଲାଲ ମଟାରୀ, ବିଭୁଦତ୍ତ ମିଶ୍ର, ପୁରନ୍ଦର ଭୋଇ, ସିଦ୍ଧାର୍ଥ ମିଶ୍ର, ଲୋପନ ମିଶ୍ର, ଦେବାଶିଷ ମିଶ୍ର, ଜୟସିଂ କୁମ୍ଭାର ପ୍ରମୁଖ ଆଜିର ଏହି ସା୍ମରକ ପ୍ରଦାନ ରେ ଉପସ୍ଥିତ ଥିଲେ ।