OnaKhabar

ରାଜ୍ୟରେ ଆଉ ୬୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟ ପାଇଁ ଏକ ଆଶ୍ୱସ୍ତି ଏବଂ ଭଲ ଖବର ରହିଛି । ଆଜି ରାଜ୍ୟରେ ଆଉ ୬୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି । ସୁସ୍ଥ ହୋଇଥିବା ୬୨ ଜଣଙ୍କ ମଧ୍ୟରୁ ଗଂଜାମ ଜିଲ୍ଲାରୁ ସର୍ବାଧିକ ୪୧ ଜଣ ରହିଥିବା ବେଳେ ବାଲେଶ୍ୱରରୁ ୧୫ ଜଣ, ରାଉରକେଲାରୁ ୨ ଜଣ ଏବଂ ଭଦ୍ରକ, ମୟୁରଭଂଜ ଓ ମହାରାଷ୍ଟ୍ରରୁ (ଅନ୍ୟ ରାଜ୍ୟର ରୋଗୀ ଓଡିଶା ହସ୍ପିଟାଲରେ ଚିକିତ୍ସିତ) ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ରାଜ୍ୟରେ ଏବେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୨୬୯ରେ ପହଂଚିଥିବା ବେଳେ ୭୬୫ଟି ଆକ୍ଟିଭ କେସ ରହିଛି । ଅନ୍ୟପଟେ ୪୯୭ ଜଣ ସୁସ୍ଥ ହୋଇଥିବା ବେଳେ ୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।

ଆଉ ୮୦ କୋରୋନା ଆକ୍ରାନ୍ତ ଚିହ୍ନଟ : ଡ଼େଇଁଲା ୨ ନୂଆ ଜିଲ୍ଲାକୁ