OnaKhabar

ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ମାନସିକ ସ୍ତରରେ ଅଶାନ୍ତି ଦେଖାଦେବ । ଅଜଥା ଶତ୍ରୁ ହୋଇପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଚାକିରୀ କ୍ଷେତ୍ରରେ ଉଚ୍ଚକର୍ତୃପକ୍ଷଙ୍କ ଦ୍ୱାରା ସମ୍ମାନୀତ ହେବେ ।

ବୃଷ : ଚଂଚଳ ପ୍ରକୃତିର ହୋଇପାରନ୍ତି । ଆସନ୍ନ ପ୍ରସବାଥିଲେ କନ୍ୟାସନ୍ତାନ ଯାତ ହୋଇପାରେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଲଟେରୀ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ ।

ମିଥୁନ : ଆୟ ବୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି । ଉଦାର ସ୍ୱଭାବର ହେବେ । ଦାନଶୀଳ ହୋଇପାରନ୍ତି । ଜଣେ ଉତମ ବ୍ୟକ୍ତି ଭାବେ ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ କରିବେ ।

କର୍କଟ : ବନ୍ଧୁ ମିଳନ ଆନନ୍ଦ ଦାୟକ ହେବ । ମନ ପ୍ରସନ୍ନ ରହିବ । ନାସ୍ତିକ ସ୍ୱଭାବର ହୋଇପାରନ୍ତି । ମଧୁର ଭାଷୀ ହେବେ । ଥଣ୍ଡା କଫ ଜନିତ ପୀଡ଼ା ଅନୁଭବ କରିପାରନ୍ତି । ପ୍ରେମୀ ଓ ସାହାସୀ ହେବେ ।

ସିଂହ : ଆଶାବାଦୀ ହେବେ । ଭାଗ୍ୟଶାଳୀ ହୋଇପାରନ୍ତି । ପରଦେଶବାସୀ ସହନଶୀଳ ଶାନ୍ତିପ୍ରିୟ ଉଦାର ପ୍ରେମୀ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବେ । ସ୍ତ୍ରୀ ବିଶ୍ୱାସୀ ହେବେ ।

କନ୍ୟା : ବନ୍ଧୁ ମେଳରେ ଆନନ୍ଦ ଅନୁଭବ କରିବେ । ଚନ୍ଦ୍ରଭୋଗ ଥିବାରୁ ଭୋଜନ ମିଳିବ । ସୌନ୍ଦର୍ଯ୍ୟ ମୁକ୍ତ ହୋଇପାରନ୍ତି । ମାଲିମକୋଦ୍ଦମାରେ ବିଜୟୀ ହେବେ ।

ତୁଳା : ଅଳ୍ପକେ ରକ୍ଷା ପାଇଯିବେ । ଋଣଗ୍ରସ୍ତ ହୋଇପାରନ୍ତି । ଥଣ୍ଡା, କଫ ପୀଡ଼ା ଅନୁଭବ କରିପାରନ୍ତି । ଚଂଚଳ ସ୍ୱଭାବର ହେବେ । କ୍ଳାନ୍ତ ଅନୁଭବ କରିବେ । ମଧୁରଭାଷୀ ହୋଇପାରନ୍ତି । ରାଜଯୋଗ ଅଛି । ଧନୀ ହୋଇପାରନ୍ତି ।

ବିଛା : ସମ୍ମାନୀତ ହେବେ । ସନ୍ତାନ ଗୁଣୀ ହେବେ । ସମ୍ପତିବାନ୍ ଆଶା କରାଯାଏ । କାର୍ଯ୍ୟ ସୁରୁଖୁରୁରେ ଚାଲିବ । ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଯଶସ୍ୱୀ ହେବେ । ଚଂଚଳ ପ୍ରକୃତିର ହେବେ ।

ଧନୁ : ତୀର୍ଥ ଭ୍ରମଣ ଯୋଗ ଅଛି । କର୍ମ ଚଂଚଳ ରହିବ । କୂଳ ଉଜ୍ଜ୍ୱଳ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଦୟାଳୁ ସ୍ୱଭାବର ହେବେ ।

ମକର : ସ୍ୱାସ୍ଥ୍ୟ ଅତୁଟ ରହିବ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ ବିଳାସରେ ସମୟ କଟାଇପାରନ୍ତି । ସୁଖ ସମୃଦ୍ଧି ଜୀବନ ଯାପନ କରିବେ । ପ୍ରିୟ ବିଦ୍ୱାନ ସ୍ୱଭାବର ହେବେ । ସମ୍ପତିବାନ୍ ହେବେ ।

କୁମ୍ଭ : ତୀର୍ଥ ଭ୍ରମଣ ଯୋଗ ଅଛି । ଶାରୀରିକ ପୀଡ଼ା ଅନୁଭବ କରିବେ । ସ୍ୱାଭିମାନ୍ ହୋଇପାରନ୍ତି । ଜଳଯାତ୍ର ନକରିବା ଭଲ । ବ୍ୟବସାୟରେ ଲାଭବାନ୍ ହେବେ । ଚନ୍ଦ୍ରଭୋଗ ହେତୁ ଯାନବାହନ ଚଳାଚଳ ଉଚ୍ଚସ୍ଥାନ ଆରୋଗ୍ୟ କରିବେ ।

ମୀନ : ଅଭାବରୁ ମୁକ୍ତି ମିଳିବ । ବନ୍ଧୁ ସୁଖ ମିଳିପାରେ । ବ୍ୟବସାୟ ଲାଭଜନକ ହେବେ । ସମାଜ ସେବା ପ୍ରତି ଆଗ୍ରହୀ ହେବେ । ମନରେ ଅହଂଭାବ ଆସିପାରେ । ଶାନ୍ତି ଓ ଧର୍ଯ୍ୟବାନ୍ ହୋଇପାରନ୍ତି ।