OnaKhabar

ଲ୍ୟାଣ୍ଡିଂର ଠିକ୍ ୧ ମିନିଟ୍ ପୂର୍ବରୁ କରାଚୀ ଏୟାରପୋର୍ଟ ନିକଟରେ ହେଲା ବିମାନ ଦିୁର୍ଘଟଣା

ନୂଆଦିଲ୍ଲୀ: ପାକିସ୍ତାନର ଏୟାର ଲାଇନ୍ସର ଆନ୍ତର୍ଜାତୀୟ ବିମାନ ଏ୩୨୦ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି । ଲ୍ୟାଣ୍ଡିଂ କରିବାର ୧ ମିନିଟ୍ ପୂର୍ବରୁ ଏହି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଲାହୋରରୁ କରାଚୀ ଯାଉଥିବା ଏହି ବିମାନରେ ୯୧ ଜଣ ଜଣ ଯାତ୍ରୀ ଥିଲେ ଏବଂ ୭ ଜଣ କ୍ରିଉ ସଦସ୍ୟ ଥିଲେ । ସେମାନଙ୍କ ମଧ୍ୟରୁ  ୫୧ ଜଣ ପୁରୁଷ, ୩୧ ଜଣ ମହିଳା ଓ ୯ ଜଣ ଛୋଟ ପିଲା ରହିଥିବା ସୂଚନା ମିଳିଛି । କରାଚୀର ଜିହ୍ନା ଗାର୍ଡେନ ନିକଟ ଆବାସିକ ଅଂଚଳରେ ଏହା କ୍ରାଶ ହୋଇଥିବା ସୂଚନା ମିଳିଛି । ଜନବସତି ଅଂଚଳରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ କେତେ ଜଣଙ୍କର ମୃତ୍ୟୁ ହୋଇଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ପାକିସ୍ତାନର ସିଭିଲ ଆଭିଏସନ ଅଥରିଟିଙ୍କ ସୂଚନା ଅନୁସାରେ, ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାର ଲାଇନ୍ସର ବିମାନ ଏ୩୨୦ ଲାହୋରରୁ ଉଡାଣ ଆରମ୍ଭ କରିଥିଲା ଏବଂ କରାଚୀ ଏୟାରପୋର୍ଟରେ ଲ୍ୟାଣ୍ଡିଂ କରିବାର ଥିଲା । ହେଲେ ଲ୍ୟାଣ୍ଡିଂ ପୂର୍ବରୁ ଏହା କ୍ରାଶ ହୋଇଯାଇଛି । ଏହି ବିମାନରେ କିଛି ବିଶିଷ୍ଟ ବ୍ୟକ୍ତି ଯାତ୍ରା କରୁଥାଇପାରନ୍ତି ବୋଲି କୁହାଯାଉଛି । ତେବେ ଆରମ୍ଭରୁ ଏହି ବିମାନରେ ୯୯ ଜଣ ଯାତ୍ରୀଙ୍କ ସମେତ ୮ ଜଣ କ୍ରିଉ ମେମ୍ବର ଥିଲେ ବୋଲି କୁହାଯାଇଥିଲା । ବର୍ତମାନ ସେଠାରେ ଆମ୍ବୁଲାନ୍ସ ସହ ପାକିସ୍ତାନୀ ସେନାଙ୍କୁ ନିୟୋଜିତ କରାଯାଇଛି । ତେବେ ଏହା ଜନବସତି ପୂର୍ଣ୍ଣ ଅଂଚଳରେ କ୍ରାଶ ହୋଇଥିବାରୁ କିଛି ଲୋକ ମଧ୍ୟ ଆହତ ହଇଥାଇପାରନ୍ତି ପାରନ୍ତି ବୋଲି ଆଶଙ୍କା କରାଯାଉଛି । ଗାଡି ସହ ଘର ମଧ୍ୟ ଭାଙ୍ଗିଥିବା ଦୃଶ୍ୟ ଦେଖିବାକୁ ମିଳିଛି ।