OnaKhabar

କାଳିଆ ଟଙ୍କା ନେଲା ଜୀବନ, ମା’ଙ୍କୁ ପିଟି ପିଟି ମାରିଦେଲେ ଦୁଇ ପୁଅ

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ବ୍ଲକ୍ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ବୃଦ୍ଧା ମା’ଙ୍କୁ ଦୁଇ ପୁଅ ଠେଙ୍ଗାରେ ବାଡ଼େଇ ମାରିଥିବାର ଖବର ମିଳିଛି।

ବାଙ୍ଗିରିପୋଷି ବ୍ଲକ୍ ଅନ୍ତର୍ଗତ ବଣକାଟି ପଞ୍ଚାୟତ ସାତଭାୟା ଗ୍ରାମରେ ଏହି ଘଟଣା ଘଟିଛି । ମୃତକ ଜଣଙ୍କ ହେଲେ ତୁଳସୀ ସିଂହ। ଦୁଇ ପୁଅ ରବି ଏବଂ ରାଜ କିଶୋର ଗତକାଲି ରାତିରେ ପ୍ରଚୁର ମଦ୍ୟପାନ କରି ଘରକୁ ଫେରିଥିଲେ। ଏହାକୁ ନେଇ ମା’ ତୁଳସୀ ସିଂହ ଗାଳିଗୁଲଜ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ରବି ଏବଂ ରାଜ କିଶୋର ନିଶାସକ୍ତ ଅବସ୍ଥାରେ ମା’ ତୁଳସୀ ସିଂହଙ୍କୁ ଦୁଇଟି ବାଡ଼ିରେ ଜୋରରେ ବାଡ଼େଇଥିଲେ। ଫଳରେ ମା’ ତୁଳସୀ ପ୍ରାଣ ହରାଇଥିଲେ।

ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଟଙ୍କା ପାଇଁ ଗଲା ଜୀବନ। ଟଙ୍କା ଆଗରେ ହାରିଗଲା ମାଆର ମାତୃତ୍ୱ। ମାଆ କ୍ଷୀରର ଋଣ ପରିଶୋଧ କରିବାକୁ ଯାଇ ପିଟିପିଟି ମାଆକୁ ହତ୍ୟାକଲେ ଦୁଇପୁଅ। ଟଙ୍କା ପାଇଁ ଭୁଲିଗଲେ ମାଆର ମମତା। ଭୁଲିଗଲେ ଛୋଟ ରୁ ବଡ଼ କରିବା ଭିତରେ ପ୍ରତି ମୁହୂର୍ତ୍ତରେ ଅଳିଅଝଟ ସହି ନିଜ ପିଲାଙ୍କ ପାଇଁ ଦୁନିଆଁ ସହ ଲଢ଼ି ଚାଲିଥିବା ମାଆର ଅନାବିଳ ସ୍ନେହ ଶ୍ରଦ୍ଧାକୁ। ବଦଳି ଗଲା ସମୟ। ସେଦିନର ଛୋଟ ପିଲା ଆଜି ବଡ଼ ହୋଇଯାଇଛି। ଆଜି ତା ସଂସାର ତା ପାଇଁ ବଡ଼, ମାଆ ମୂଲ୍ୟହୀନ। ସେଇଥିପାଇଁ ତୋ କେତୋଟି ଟଙ୍କାର ଲୋଭରେ ନୃଶଂସ ପାଲଟିଗଲେ ଦୁଇଭାଇ ଆଉ ପିଟିପିଟି ହତ୍ୟାକଲେ ମାଆକୁ । ତାହା ପୁଣି କାଳିଆ ଟଙ୍କା ପାଇଁ ।
ସୂଚନା ଅନୁସାରେ ଗତକାଲି ରାତିରେ ସାତଭାୟା ଗ୍ରାମର ବିଶୁ ସିଂ ଙ୍କ ସ୍ତ୍ରୀ ତୁଳସୀ ସିଂ କିଛିଦିନ ପୂର୍ବରୁ କାଳିଆ ଯୋଜନାରେ ସହାୟତାରାଶି ଟଙ୍କା ପାଇଥିଲେ। ସେଇ କାଳିଆ ଟଙ୍କା  ନେବାପାଇଁ ତୁଳସୀର ପୁଅମାନେ ଆଗରୁ କଳିଝଗଡା କରୁଥିଲେ। ଗତକାଲି ରାତିରେ ସେହି ଟଙ୍କା ପାଇଁ ଝଗଡା ସୀମା ଟପି ଯାଇଥିଲା। ସେଥିରେ ଉତ୍ୟକ୍ତ ହେଇ ଦୁଇପୁଅ ରାଜ କିଶୋର ଏବଂ ରବି ସିଂ ଏକଗଛ ଡାଳରେ ପିଟିପିଟି ନିଜ ମାଆକୁ ହତ୍ୟା କରିଥିଲେ। ଘଟଣା ସମ୍ପର୍କରେ ଖବରପାଇ ବାଙ୍ଗିରିପୋଷି ପୋଲିସ ଘଟଣାସ୍ଥଳରେ ପହଂଚି ଦୁଇ ପୁଅକୁ ଅଟକରଖି ରକ୍ତଜୁଡୁବୁଡୁ ତୁଳସୀର ମୃତଦେହ ଜବତ କରି ଅଧିକ ଅନୁସନ୍ଧାନଜାରୀ ରଖିଛି। ସେହିପରି ଘଟଣାସ୍ଥଳରେ ସାଇଣ୍ଟିଫିକଟିମ ପହଂଚି ଅଧିକ ଅନୁସନ୍ଧାନ କରୁଥିବା ଦେଖିବାକୁ ମିଳିଛି।