OnaKhabar

ସ୍ତ୍ରୀ ସହ ୩ ପିଲାଙ୍କୁ ଜଘନ୍ୟ ହତ୍ୟା, ପଢନ୍ତୁ ସଂପୂର୍ଣ୍ଣ ଘଟଣା

ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ ଏକ ଏଭଳି ହତ୍ୟାକାଣ୍ଡ ସାମ୍ନାକୁ ଆସିଛି, ଯାହାକୁ ଜାଣିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇ ରହିଯିବେ । ମିଳିଥିବା ସୂଚନା ଅନୁଯାୟୀ, ମେହେରାଉଲ୍ଲି ଅଂଚଳର ୩ ନମ୍ବର ଓାର୍ଡ ରେ ବାସ କରୁଥିବା ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ସହ ୩ ପିଲାଙ୍କୁ ହତ୍ୟା କରିଛି । ଯାହା ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଅଭିଯୁକ୍ତ ଜଣକ ଉପେନ୍ଦ୍ର ଶୁକ୍ଳା ବୋଲି ଜଣାପଡିଛି ଓ ତାର ତିନି ଜଣ ପିଲା ମଧ୍ୟ ରହିଥିଲେ । ଜଣେ ୭ ବର୍ଷର ଝିଅ, ଆଉ ଜଣେ ୫ ବର୍ଷର ପୁଅ ଏବଂ ଅନ୍ୟଜଣେ ଦୁଇ ମାସର ଝିଅ ବୋଲି ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ଦିଲ୍ଲୀ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିବା ସହ ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା ବି ଆରମ୍ଭ କରିଛି । ଏହି ଘଟଣାଟି ଗତକାଲି ୧ରୁ ୧.୩୦ ମଧ୍ୟରେ ହୋଇଥିବା ଜଣାପଡିଛି । ଅଭିଯୁକ୍ତର ଶାଶୁ ମଧ୍ୟ ନିକଟରେ ରୁହନ୍ତି । ଗତକାଲି ସେହି ସମୟରେ ଉପେନ୍ଦ୍ର ଘରର କବାଟ ନଖୋଲିବାରୁ ଶାଶୁ ସନ୍ଦେହ କରି ଏନେଇ ପାଖ ପଡୋଶୀଙ୍କୁ ଖବର ଦେଇଥିଲେ । ପରେ ସେମାନେ ପୋଲିସକୁ ଖବର ଦେବା ପରେ ଏହି ଘଟଣା ସାମ୍ନାକୁ ଆସିଛି । ତେବେ ଘଟଣାସ୍ଥଳରୁ ଏକ ହାତ ଲେଖା ଚିଠି ମଧ୍ୟ ଜବତ ହୋଇଛି । ଯେଉଁଥିରେ ଏହି ସମସ୍ତ ଘଟଣା ପାଇଁ ଉପେନ୍ଦ୍ର ଦାୟୀ ବୋଲି ଉଲ୍ଲେଖ କରିଛି । ଏଭଳି ଜଘନ୍ୟ କାଣ୍ଡ ପଛରେ କ’ଣ କାରଣ ରହିଛି ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ । ପୋଲିସ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି ।