OnaKhabar

ଝଗଡାର ଦୁଇ ଦିନ ପରେ ଏପରି ଅବସ୍ଥାରେ ମିଳିଲା ମୃତଦେହ, ପୁରା ଘଟଣା ପଢି ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ: ଜନପଦ ଥାନା ଅନ୍ତର୍ଗତ ଏକା କ୍ଷେତ୍ର ଗାଁର ଗୌସପୁରରେ ବାସ କରୁଥିବା ନିହାଲ ସିଂଙ୍କ ପୁଅ ରାଜେନ୍ଦ୍ର ସିଂଙ୍କ ଶବ ଯେଉଁପରି ଭାବରେ ଉଦ୍ଧାର ହୋଇଛି, ତାହା ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପରିବାର ଲୋକେ ବି ଯେତେବଳେ ଏହି ଖବର ପାଇଥିଲେ ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ରହିଯାଇଥିଲେ । ତେବେ ଏହାକୁ ନେଇ ପରିବାର ଲୋକେ କହିଛନ୍ତି ଯେ, ଦୁଇ ଦିନ ପୂର୍ବରୁ ରାଜେନ୍ଦ୍ରଙ୍କର ଗାଁର ଜଣେ ଯୁବକଙ୍କ ସହ କୌଣସି କଥାକୁ ନେଇ ଝଗଡା ହୋଇଥିଲା । ଏହି ଝଗଡାରେ ରାଜେନ୍ଦ୍ରଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ମଧ୍ୟ ମିଳିଥିଲା । ଏନେଇ ପୋଲିସ ଷ୍ଟେସନରେ ଏତଲା ମଧ୍ୟ ଦିଆଯାଇଥିଲା । ହେଲେ ପୋଲିସ କୌଣସି ଅଭିଯୋଗ ଶୁଣିନଥିବା ପରିବାର ଲୋକେ କହିଛନ୍ତି । ପରିବାର ଲୋକ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇଥାନ୍ତା, ତେବେ ହୁଏତ ଗୋଟିଏ ମଣିଷର ଜୀବନ ବଂଚି ଯାଇପାରିଥାନ୍ତା । ପରିବାର ଲୋକଙ୍କ ସୂଚନା ଅନୁସାରେ, ରାଜେନ୍ଦ୍ରଙ୍କୁ ପ୍ରଥମେ ହତ୍ୟା କରାଯାଇ ପରେ ଗଛରେ ଟାଙ୍ଗି ଦିଆଯାଇଥିବା କହିଛନ୍ତି । ଏଭଳି ଘଟଣା ଘଟିଯିବା ପରେ ଶେଷରେ ପୋଲିସ ଖବର ପାଇ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ପୋଲିସ ଅଧିକାରୀ ରବୀନ୍ଦ୍ର କୁମାର ସୂଚନା ପ୍ରଦାନ କରିଛନ୍ତି ।