OnaKhabar

ଜଣେ ବ୍ୟକ୍ତି ମୃତ ବାଳିକା ସହ ଯାହା କଲା ଜାଣିଲେ ଚକିତ ହେବେ

ଆସାମ : ବିକୃତ ମାନସିକତା । ଦେହର ଭୋକ ମେଣ୍ଟାଇବା ପାଇଁ ମଣିଷ ମୃତ ଦେହ ସହ ଶାରିରୀକ ସମ୍ପର୍କ ରଖିବାକୁ ପଛଘୁଂଚା ଦେଉନାହିଁ । ଘଟଣାଟି ଶୁଣିବାକୁ ଆଶ୍ଛର୍ଯ୍ୟ ହେଲେ ମଧ୍ୟ ସତ । ଏଭଳି ଏକ ଅଭାବନୀୟ ଘଟଣା ଆସାମ ରାଜ୍ୟର ଧେମାଜୀ ଜିଲ୍ଲା ଅନ୍ତର୍ଗତ ଶୀଲାପଥର ଥାନା ଅଂଚଳରେ ଦେଖିବାକୂ ମିଳିଛି । ଗତ ୧୮ ତାରିଖ ଦ୍ୱିପହର ସମୟରେ ଜଣେ ଲୋକ ଏପରି ବର୍ବର କାଣ୍ଡ କରୁଥିବାର ସ୍ଥାନୀୟ କିଛି ମତ୍ସ୍ୟଜିବୀ ଦେଖିଥିଲେ । ସେମାନେ ତୁରନ୍ତ ଉକ୍ତ ବ୍ୟକ୍ତିଙ୍କୁ କାବୁ କରି ପୋଲିସ୍ କୁ ଖବର ଦେଇଥିଲେ ।
ମିଳିଥିବା ସୂଚନା ଅନୁଯାୟୀ , ଗତ ୧୭ ତାରିଖରେ ପରିବାର ଲୋକେ ୧୪ ବର୍ଷୀୟ ମୃତ ବାଳିକାକୁ ସିମେନ ନଦୀ କୂଳରେ ପୋତି ଦେଇଥିଲେ । ତା ପରଦିନ ୧୮ ତାରିଖ ଅପରାହ୍ନରେ ଆକାନ ସାଇକିଆ ନାକମ ଜଣେ ୫୦ ବର୍ଷୀୟ ବ୍ୟକ୍ତି ମୃତ ଶରୀରକୁ ବାହାର କରି ଶାରିରୀକ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡ଼ିଥିଲା ।
ଘଟଣାସ୍ଥଳରେ ଶିଳାପଥର ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଥିବା ବେଳେ ପୋକ୍‌ସୋ ଆକ୍ଟ ର ସେକ୍ସନ ୮ ଓ ଆଇପିସି ର ସେକ୍ସନ ୩୦୬ ଓ ୩୭୭ ଅନୁଯାୟୀ କେସ ଫାଇଲ କରାଯାଇଛି । କୋରୋନା ମହାମାରୀ ପାଇଁ ସାଇକିଆକୁ ନିକଟ ଅତୀତରେ ଜେଲରୁ ରିଲିଜ କରାଯାଇଥିଲା ବୋଲି ଧେମାଜୀ ଜିଲ୍ଲା ଏସପି ପ୍ରଦୀପ କଅଁର କହିଛନ୍ତି ।

ଝଗଡାର ଦୁଇ ଦିନ ପରେ ଏପରି ଅବସ୍ଥାରେ ମିଳିଲା ମୃତଦେହ, ପୁରା ଘଟଣା ପଢି ଆଶ୍ଚର୍ଯ୍ୟ ହୋଇଯିବେ