OnaKhabar

କାର୍ଯ୍ୟ ରେ ଅବହେଳା ପାଇଁ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ

ଯାଜପୁର : ଦଶରଥ ପୁର ବ୍ଲକ ର କନିଷ୍ଠ ଯନ୍ତ୍ରୀ ପ୍ରଶାନ୍ତ କୁମାର ଘଡ଼ାଇ ଙ୍କୁ କାର୍ଯ୍ୟ ରେ ଅବହେଳା ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ରେ ଦୁର୍ବଳ ପ୍ରଦର୍ଶନ ଏବଂ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ର ନିର୍ଦେଶ ର ଅବମାନନା ଅଭିଯୋଗ ରେ ଜିଲ୍ଲା ପାଳ ରଞ୍ଜନ କୁମାର ଦାସ କାର୍ଯ୍ୟ ରୁ ନିଲମ୍ବନ କରିଛନ୍ତି !ଓଡିଶା ସିଭିଲ ସର୍ଭିସ ରୁଲ ୧୯୬୨ ର ଧାରା ୧ ୨  ଆଧାର ରେ ଶ୍ରୀ ଘଡ଼ାଇଙ୍କୁ ନିଲମ୍ବନ କରାଯିବା ପରେ ତାଙ୍କ ହେଡ କ୍ୱାଟର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଟ୍ରାନ୍ସଫର ଯାଜପୁର କୁ କରାଯାଇଛି !ସରକାର କରୋନା ମୁକାବିଲା କୁ ତ୍ୱରାନ୍ୱିତ କରି ଜୀବନ ବଞ୍ଚାଇବା ସହ ଜୀବିକା କୁ ସମୃଦ୍ଧ କରିବାକୁ ବିବିଧ ଯୋଜନା କରୁଥିବା ବେଳେ ଯେଉଁ ଅଧିକାରୀ କର୍ମଚାରୀ ମାନେ ଏଥିରେ ଅବହେଳା କରୁଛନ୍ତି !ସେମାନଙ୍କୁ କେବେ କ୍ଷମା କରାଯିବ ନାହିଁ ବୋଲି ପ୍ରକଳ୍ପ ନିର୍ଦେଶକ ଇନ୍ଦ୍ରମଣି ନାୟକ ସ୍ପଷ୍ଟ କରିଦେଇଛନ୍ତି!ସେହିପରି ଆଉ କେତକ ବ୍ଲକ ର ଯନ୍ତ୍ରୀ, ଅଧିକାରୀ, ଓ କର୍ମଚାରୀ ମାନଙ୍କର  କାର୍ଯ୍ୟଦକ୍ଷତା ଉପରେ ଅନୁଧ୍ୟାନ କରାଯାଉଛି !ସେମାନଙ୍କ ର ପ୍ରତିଭା ବା କାର୍ଯ୍ୟ ଦକ୍ଷତା ରେ ଯଦି ଉଲେକ୍ଷନିୟ ଅଗ୍ରତି  ନ ହୁଏ ସେମାନଙ୍କ ବିଚାରକ ମଧ୍ଯ ଅନୁକମ୍ପା ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପାଳ ଶ୍ରୀ ଦାସ ସତର୍କ କରାଇ ଦେଇଛନ୍ତି !

=ରିପୋର୍ଟ ଅଭିମନ୍ୟୁ ମିଶ୍ର