OnaKhabar

ଗୃହ ରକ୍ଷୀ, ଝାଡୁଦାର , ସକାଳ ସେବକଙ୍କୁ ଖାଦ୍ୟ ଓ ସ୍ବେଚ୍ଛାସେବୀ ଙ୍କୁ ସମ୍ବର୍ଦ୍ଧନା  କଲେ  ସାଂସଦ 

ଢେଙ୍କାନାଳ – ଲକଡାଉନ ର ୪ର୍ଥ ପର୍ଯାୟ ଚାଲିଛି । ସାବିତ୍ରୀ  ବ୍ରତ ପାଳନ ହେଉଛି । କରୋନା ପାଇଁ  ସମାଜର  ତଳ ସ୍ତରରୁ ସେବା ଯୋଗାଉ ଥିବା        ଗୃହ ରକ୍ଷୀ, ଝାଡୁଦାର ଘରକୁ ଘର ବୁଲି  ଖବରକାଗଜ ବଣ୍ଟୁଥିବା ସକାଳ ର ସେବକ  ମାନଙ୍କୁ ଖାଦ୍ୟ ପ୍ୟାକେଟ,  ସ୍ବେଚ୍ଛାସେବୀ ଙ୍କୁ ସମ୍ବର୍ଦ୍ଧନା କଲେ  ସାଂସଦ ମହେଶ ସାହୁ  । ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ଅନୁଷ୍ଠିତ  ହୋଇଥିଲା, । ପଣ୍ଡିତ ମାତୃପ୍ରସାଦ ମିଶ୍ର ସଂଯୋଜନା କରିଥିଲେ । ହିନ୍ଦୋଳ ବ୍ଲକ ଅଧକ୍ଷ ପ୍ରିୟରଂଜନ ମାହୁନ୍ତ, ତହସିଲଦାର ଶକ୍ତିକାନ୍ତ ରାୟ  ବିଡିଓ ଆର୍ଶିବାଦ ପରିଡା ,ଥାନାଧିକାରୀ ନିର୍ମଳା ଗୋଛାୟତ ,
ନିର୍ବାହୀଅଧିକାରୀ ପ୍ରମୋଦ ବରାଳ,  ପୂର୍ବତନ ଅଧକ୍ଷ ନନ୍ଦକିଶୋର ସାହୁ  ଯୋଗଦେଇଥିଲେ ।
ନିରବିଚ୍ଛିନ୍ନ ସେବା କାର୍ଯ୍ୟରେ ବ୍ରତୀ ଥିବା ତୃପ୍ତି ପାଠାଗାର  ପୂର୍ଣ୍ଣ ଚନ୍ଦ୍ର ସାହୁ  ମଳୟ ତ୍ରିପାଠୀ , ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ଶୁଭେନ୍ଦୁ ସାହୁ  ,ଆଦିତ୍ଯ ବାହିନୀ ଭୁବନ ଶାଖାରର ଦେବବ୍ରତ ପୃଷ୍ଟି,  ମହାଲକ୍ଷ୍ମୀ ବଣିକ ସଂଘ ବିପିନ ବିହାରୀ ଦାସ, ୧୯୯୦ ବ୍ୟାଚ ଟ୍ରଷ୍ଟ ପ୍ରଭାସ ସେନାପତି, ବିଶ୍ବନାଥ ସାହୁ  ,ଲକ୍ଷ୍ମଣ ଦାସ ସିଦ୍ଧ ବିନାୟକ ଯୁବକ ସଂଘ ସୁଶାନ୍ତ ପୃଷ୍ଟି  , ଦେବନ ବେହେରା ଙ୍କୁ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।ସରକାରୀ  ଯୋଦ୍ଧା  ବିଡିଓ, ତହସିଲଦାର, ଥାନାଧିକାରୀ, ନିର୍ବାହୀ ଅଧିକାରୀ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି  । ଆଗେଇବା ପତ୍ରିକା ର କାର୍ଯନିବାହୀ ସଂପାଦକ ଗଦାଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ବିଜୁଜନତା ଦଳର କର୍ମକର୍ତ୍ତା    ଉପସ୍ଥିତ  ସମସ୍ତ ଙ୍କୁ  ମାକ୍ସ ପ୍ରଦାନ କରିଥିଲେ ।   । ପବିତ୍ର ସାବିତ୍ରୀ ବ୍ରତ ଅବସରରେ  ସାଂସଦଙ୍କ ନିଆରା କାର୍ଯ୍ୟକ୍ରମ କୁ ସାଧାରଣ ରେ ପ୍ରଶଂସା କରାଯାଇଛି ।