OnaKhabar

ଓଡିଶାକୁ ୫ ଶହ କୋଟିର ସହାୟତା

ଭୁବନେଶ୍ୱର: ଆଜି ଦିନିକିଆ ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶା ଗସ୍ତରେ ଆସି ମୋଦି ହେଲିକପ୍ଟର ଯୋଗେଁ ବାତ୍ୟା ପ୍ରବଣ ଅଂଚଳକୁ ଆକାଶମାର୍ଗରୁ ଦେଖିଛନ୍ତି । ସ୍ଥିତି ପରଖିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ସମୀକ୍ଷା ବୈଠକରେ ପ୍ରଥମେ ମୋଦି ବାତ୍ୟା ମୁକାବିଲା ନେଇ ଓଡିଶାବାସୀ ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରିଥିଲେ । ତେବେ ବାତ୍ୟା ଅମ୍ଫନ ପାଇଁ ଓଡିଶାରେ ହୋଇଥିବା କ୍ଷୟକ୍ଷତି ପାଇଁ ମୋଦି ୫ ଶହ କୋଟିର ଆଗୁଆ ସହାୟତା ରାଶି ଘୋଷଣା କରିଛନ୍ତି । ଏହାସହ ସେ କହିଛନ୍ତ. ବାତ୍ୟାକୁ ଯେଉଁପରି ଭାବେ ଓଡିଶା ସରକାର ମୁକାବିଲା କରିଛନ୍ତି, ସେଥିପାଇଁ ସେ ଓଡିଶା ସରକାରଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ଏହାସହ ସମସ୍ତ ପ୍ରକାର ପରିସ୍ଥିତିରେ କେନ୍ଦ୍ର ସରକାର କାନ୍ଧ ସହ କାନ୍ଧ ମିଶାଇ ଓଡିଶା ସହ ଅଛନ୍ତି ବୋଲି ମଧ୍ୟ କହିଛନ୍ତି । ବାତ୍ୟା ଜନିତ କ୍ଷୟକ୍ଷତିର ଅନୁଧ୍ୟାନ କରିବା ପରେ ମୋଦି ୫ ଶହ କୋଟିର ସହାୟତା ରାଶି ଘୋଷଣା କରିଛନ୍ତି । ଅଗ୍ରୀମ ସହାୟତା ରାଶି ଭାବେ ଏହା ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସମୀକ୍ଷା ପରେ ଏହି ରାଶି ଘୋଷଣା ହୋଇଛି । ଏହାଛଡା ତୁରନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତି ରିପୋର୍ଟ ଦିଆଯିବାକୁ ସେ କହିଛନ୍ତି । ଖୁବ ଶୀଘ୍ର କେନ୍ଦ୍ରୀୟ ଟିମ ଆସି ଏହା ଆକଳନ କରିବେ । ସଂପୂର୍ଣ୍ଣ ରିପୋର୍ଟ ମିଳିବା ପରେ ପୂର୍ଣ୍ଣାଙ୍ଗ ଯୋଜନା କରାଯିବ ବୋଲି କହିଛନ୍ତି ମୋଦି ।