OnaKhabar

ବାତ୍ୟା ‘ଅମ୍ଫନ’ ପରେ ନବୀନଙ୍କୁ ଏହି ଟ୍ୱିଟ କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଚାଲିଗଲା ବାତ୍ୟା ‘ଅମ୍ଫନ’ । ଆଉ କରିଗଲା ଅନେକ କ୍ଷୟକ୍ଷତି । ଓଡିଶା ଦେଇ ପଶ୍ଚିମବଙ୍ଗରେ ତାଣ୍ଡବ କଲା ମହାବାତ୍ୟା ‘ଅମ୍ଫନ’ । ବାତ୍ୟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପଶ୍ଚିମବଙ୍ଗ ଗସ୍ତ କରି ବାତ୍ୟା କ୍ଷୟକ୍ଷତି ଅଂଚଳ ପରିଦର୍ଶନ ପରେ ସହାୟତା ରାଶି ଘୋଷଣା କରିସାରିଛନ୍ତି । ତେବେ ଓଡିଶାରେ ବାତ୍ୟା କ୍ଷୟକ୍ଷତି ସଂପର୍କରେ ଏବଂ ଓଡିଶାର ବର୍ତମାନ ପରିସ୍ଥିତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୱିଟ କରି ଓଡିଶା ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସମେତ ସାରା ଦିଲ୍ଲୀବାସୀ ଅଛନ୍ତି ବୋଲି ଟ୍ୱିଟ ଯୋଗେଁ ଜଣାଇଛନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି, ‘ବାତ୍ୟା ଅମ୍ପନ ଦ୍ୱାରା ଓଡିଶାର ହୋଇଥିବା ସମସ୍ତ କ୍ଷୟକ୍ଷତିକୁ ପୁଣି ସଜାଡିବା ଦିଗରେ ଦିଲ୍ଲୀ ତାଙ୍କ ସହ  ରହିଛି । ଓଡିଶାକୁ କୌଣସି କ୍ଷେତ୍ରରେ କିଛି ସାହାଯ୍ୟର ଆବଶ୍ୟକତା ବି ପଡିଲେ ଦିଲ୍ଲୀବାସୀ ସାହାଯ୍ୟ କରିବେ’ ବୋଲି ସେ ଟ୍ୱିଟ କରିଛନ୍ତି । ଅନ୍ୟପଟେ ବାତ୍ୟା କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଫୋନ ଯୋଗେଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଙ୍କ ସହ ବାତ୍ୟା କ୍ଷତି ସଂପର୍କରେ ପଚାରି ବୁଝିଛନ୍ତି । ପଶ୍ଚିମବଙ୍ଗର ଯେ କୌଣସି ପରିସ୍ଥିତି ସହ ଓଡିଶା ସବୁବେଳେ ରହିଆସିଛି ଆଉ ରହିବ ବୋଲି ନବୀନ ମମତାଙ୍କୁ କହିଛନ୍ତି । ଯାହା ପରେ ମମତା ନବୀନଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।