OnaKhabar

ନଗର କଂଗ୍ରେସ ପକ୍ଷରୁ ରାଜିବ ଗାନ୍ଧୀଙ୍କ ଶହିଦ ଦିବସରେ ଶ୍ରଦ୍ଧାଞ୍ଜଳି ଓ ରକ୍ତଦାନ

ବଲାଙ୍ଗିର,- ଭାରତ ରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସରେ ନଗର କଂଗ୍ରେସ ପକ୍ଷରୁ ସ୍ଥାନୀୟ କଂଗ୍ରେସ କାର୍ଯ୍ୟାଳୟ ଠାରେ ଗଭିର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ଦଳର ବରିଷ୍ଠ ନେତୃବୃନ୍ଦ ସ୍ୱର୍ଗତ ଗାନ୍ଧୀଙ୍କ ସ୍ମୃତି ଚାରଣ କରିଥିଲେ ଏବଂ ଆଧୁନିକ ଭାରତ ନିର୍ମାଣ ତଥା ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ କ୍ଷେତ୍ରରେ ତାଙ୍କର ଅବଦାନକୁ ଭାରତବାସୀ ସବୁ ଦିନ ପାଇଁ ମନେ ରଖିବେ ବୋଲି ପ୍ରକାଶ କରିଥିଲେ । ଭାରତର ଏକତା, ଅଖଣ୍ଡତା ଓ ଶାନ୍ତି ପାଇଁ ସହିଦ୍‌୍ ହୋଯାଇଥିବା ସ୍ୱର୍ଗତ ଗାନ୍ଧୀ ସମସ୍ତ ଭାରତୀୟଙ୍କ ହୃଦୟରେ ସ୍ଥାନ ଅଧିକାର କରିପାରିଥିବା ଉଲ୍ଲେଖନୀୟ ବୋଲି ମତପ୍ରକାଶ ପାଇଥିଲା ।
ନଗର କଂଗ୍ରେସ ପକ୍ଷରୁ ଧାରାବାହିକ ଭାବେ ଚାଲିଥିବା ରକ୍ତଦାନ କାର୍ଯ୍ୟକ୍ରମ ଆଜିର ଦିବସକୁ ସ୍ୱର୍ଗତ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥିଲା । ୧୫ଜଣ ରକ୍ତଦାତା ରକ୍ତଦାନ କରିଥିଲେ । ରକ୍ତଦାତାମାନେ ହେଲେ ନଳିନି କୁମାର, କୁଞ୍ଜବିହାରୀ ପାଣ୍ଡେ, ଦେବରାଜ ନାଏକ, ଦାମୋଦର ବଘାର, ପ୍ରୟାସ ମହାପାତ୍ର, ଜଗବନ୍ଧୁ ମହାନନ୍ଦ, ବିଜୟ କୁମାର ସିଂହ, ଆଶିଷ ନାୟକ, ବିରଜା ମହାନ୍ତି, ସରୋଜ ଠାକୁର, ସାନୁ କୁମାର ସାହା, ଅନନ୍ତ ପଟେଲ, ମନୋଜ କୁମାର ରାଉତ, ଶୁଭେନ୍ଦୁ ସାହୁ, ସୌମିତ୍ରୀ ପ୍ରଧାନ । ସ୍ୱର୍ଗତ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସାଂପ୍ରତିକ ପରିସ୍ଥିତିରେ ଜନସାଧାରଣଙ୍କ ନିକଟତର ହେବା ପାଇଁ ଉପସ୍ଥିତ ସଦସ୍ୟମାନେ ସଂକଳ୍ପ କରିଥିଲେ । ଆଜିର ଶ୍ରଦ୍ଧାଞ୍ଜଳିରେ ବରିଷ୍ଠ କଂଗ୍ରେସ ନେତା କୋଭିଡ୍‌-୧୯ ନିୟନ୍ତ୍ରଣ ଜିଲ୍ଲା ସଂଯୋଜକ ଅସୀମ ପଟ୍ଟନାୟକ, ରାଜ୍ୟ କଂଗ୍ରେସ ସଂପାଦକ ଉମାଶଙ୍କର ପଣ୍ଡା, ସୁଦାମ ସାହୁ, ଅଜୟ ବାଲି, ଜିଲ୍ଲା କଂଗ୍ରେସ ଉପ-ସଭାପତି ମନୀଷ ମିଶ୍ର, ସେବାଦଳ ମୁଖ୍ୟ ଅସୀତ ମିଶ୍ର, ଜିଲ୍ଲା ମୁଖପାତ୍ର ସାନନ୍ଦ ମିଶ୍ର, ସଂଗଠନ ସଂପାଦକ ସଂଜୟ ମିଶ୍ର, ନଗର ସଂଯୋଜକ ଜୁଲୁ ପଟ୍ଟନାୟକ, ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁ,ପ୍ରଫୁଲ୍ଲ ମିଶ୍ର, ଜିଲ୍ଲା ଏସ୍‌ସି ସେଲ ସଭାପତି ଓମ୍ କୁମ୍ଭାର, କୈଳାସ ମିଶ୍ର, ଆଶୁତୋଷ ମହାନ୍ତି, ପୂର୍ବତନ କାଉନସିଲର ଅଖଣ୍ଡ ସେଠ, କିରନ ସେଠ, କୁଞ୍ଜ ବିହାରି ପାଣ୍ଡେ, ଲୋପନ ମିଶ୍ର, ଅଶୋକ ସିଂହ, ସୁବେନ୍ଦୁ ସାହୁ, କିଶୋର ଦଣ୍ଡସେନା, ବୁଲୁ ବେହେରା, ପ୍ରମୁଖ ଉପସ୍ଥିତ ଥିଲେ ।