OnaKhabar

୫ବର୍ଷର ଶିଶୁପୁତ୍ର କରୋନା ପଜିଟିଭ୍‌

ଭୁବନେଶ୍ୱର : ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ ଝାରସୁଗଡ଼ା ଜିଲ୍ଲା ମଙ୍ଗଳ ବଜାରର ୫ବର୍ଷର ଶିଶୁପୁତ୍ର ବୋଲି ଜଣାପଡ଼ିଛି । ସେ ବାହାର ରାଜ୍ୟରୁ ଆସି ପରିବାର ସହ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ । ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ପୂର୍ବରୁ ଚିହ୍ନଟ ହୋଇଥିବା ୨ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ଏ ନେଇ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ପକ୍ଷରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଆଜି ସକାଳେ ୧୧ଟି ଜିଲ୍ଲାରୁ ୮୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ରାଜ୍ୟରେ ବତ୍ତର୍ମାନ କରୋନା ଆକ୍ରାନ୍ତ ସଂଖ୍ୟା ୧୧୯୦କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୭ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ୪୩୬ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୭୪୭ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକତ୍ସିତ ହେଉଛନ୍ତି ।

ରାଜ୍ୟରେ ଆଉ ୮୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ଯାଜପୁର, ସଂଖ୍ୟା ଛୁଇଁଲା ୧୧୮୯