OnaKhabar

କରୋନାରୁ ସୁସ୍ଥ ହେଲେ ଆଉ ୪୩ ଜଣ

ଭୁବନେଶ୍ୱର: ରାଜ୍ୟ ପାଇଁ ପୁଣି ଏକ ଭଲ ଖବର ରହିଛି । ଖବରଟି ହେଲା, ଆଜି ରାଜ୍ୟରେ କରୋନାରୁ ଆଉ ୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୪୩ ଜଣଙ୍କ ମଧ୍ୟରୁ ଅନୁଗୁଳରୁ ସର୍ବାଧିକ ୧୫ ଜଣ ରହିଛନ୍ତି । ଗଂଜାମ, ରାଉରକେଲା ଓ ଯାଜପୁରରୁ ୮ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏହାବାଦ ପୁରୀ, କେନ୍ଦ୍ରାପଡା, କଟକ ଓ ବୌଦ୍ଧରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏହି ୪୩ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ୪୩୬ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ବର୍ତମାନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯ ରହିଥିବା ବେଳେ  ୭୪୬ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ୭ ଜଣଙ୍କର କରୋନାରେ ପ୍ରାଣ ହାନୀ ଘଟିଛି ।

ରାଜ୍ୟରେ ଆଉ ୮୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ଯାଜପୁର, ସଂଖ୍ୟା ଛୁଇଁଲା ୧୧୮୯