OnaKhabar

ଦାଦନ ଖଟିବାକୁ ଯାଇଛନ୍ତି ମା’ ବାପା, ଅପେକ୍ଷା ରେ ଝିଅ ରିମାରାଣୀ

ସଇଁନ୍ତଳା : ସାରା ଦେଶରେ ହୁ ହୁ ହୋଇ ବଢି ଚାଲିଛି କରୋନା ରୋଗୀଙ୍କ ସଂଖ୍ୟା । ଦୀର୍ଘ ଦିନ ହେଲା ଲକଡାଉନରେ ସାରା ଦେଶ । ଏପରି ପରିସ୍ଥିତିରେ ସାରା ଦେଶ ଲଢୁଥିବା କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି ଅନେକ ଯୋଦ୍ଧା । ଅନେକ ଯୋଦ୍ଧାଙ୍କ ଭିତରେ ଆଜି ଆମେ ଏପରି ଜଣେ ଯୋଦ୍ଧାଙ୍କ ବିଷୟରେ ଯାହା ପ୍ରକାଶିତ କରିବୁ ଆପଣଙ୍କ ଆଖୁରୁ ବି ଲୁହ ଥପ ଥପ ଝରିପଡିଯିବ । ଏଭଳି ଏକ ଦୁଃଖଦଘଟଣା ଦେଖି ବାକୁ ମିଳିଛି ବଲାଙ୍ଗିର ଜିଲ୍ଲାର ଦାଦନ ପ୍ରବଣ ବେଳପଡ଼ା ବ୍ଲକର କ୍ଷୁଡିବାହାଲ ଗାଁ’ର ।
୧୧ ବର୍ଷର ଝିଅ ରୀନାରାଣି ମହାନନ୍ଦ । ଗାଁ’ର ସିଜନାଲ ହଷ୍ଟେଲରେ ଝିଅ ରୀମାରାଣିକୁ ଛାଡି ଦାଦନ ଖଟିବାକୁ ତାଙ୍କ ବାପା ମା’ ପରିବାର ଲୋକେ ଯାଇଛନ୍ତି । ତେବେ ସେ ଏବେ ଏକା ବସବାସ କରୁଥିବା ବେଳେ ଖାଇବା ପାଇଁ ମଧ୍ୟ ମୁଠାଏ ଦାନା ନାହିଁ । ଏଭଳି ସ୍ଥିତିରେ ନାବାଳିକା ଝିଅ ଘରେ ଏକା ଏକା ଭଙ୍ଗା କୁଡ଼ିଆରେ ରହୁ ଥିବା ବେଳେ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଲକଡାଉନ ଯୋଗୁଁ ରୀମାର ପରିବାର ଲୋକେ ଆନ୍ଧ୍ରପ୍ରଦେଶ ଫଶି ରହିଥିବାରୁ ଗାଁକୁ ଫେରି ପାରୁନାହାନ୍ତି । ଏପଟେ ସରକାରୀ କଟକଣା ଯୋଗୁଁ ସିଜନାଲ ହଷ୍ଟେଲ ବନ୍ଦ ହୋଇଗଲା । ନିଜେ ରନ୍ଧାବଢା, ଖାଇବା, ପିଇବା କରି ସଂଘର୍ଷ ଜୀବନ ବିତାଉଛି । ସ୍କୁଲରୁ ମିଲିଥିବା କିଛି ଚାଉଳ ହେଉଛି ଶେଷ ସମ୍ବଳ । ଏକା ଏକା ଅସୁରକ୍ଷିତ ଭାବରେ ରହୁଛି ନାବାଳିକା ରୀମା । ଏ ସବୁ ଭିତରେ ରୀମାର ଦୁଃଖ ବଢାଇଦେଇଛି ତାର ପାଟି ଭିତରେ ଧୀରେ ଧୀରେ ବୃଦ୍ଧି ପାଉଥିବ ଟ୍ୟୁମରକୁ ନେଇ ଚିନ୍ତାରେ ପଡିଯାଉଛି ରିମା ରାଣୀ । ନା ପେଟରେ ଭୋକ ନା ଆଖି ରେ ନିଦ ଅଛି ତେବେ ବାପା ମା’ଙ୍କ ବାଟକୁ ଚାହିଁ ଅନାଇ ବସିଛି କେବେ ଘରକୁ ଫେରି ଆସିବେ ବୋଲି । ଗୋଟିଏ ପଟେ ଥଇଥାନ ତ ଅନ୍ୟପଟେ ନିଜର ସୁରକ୍ଷା ଓ ଚିକିତ୍ସା ଚିନ୍ତା । ଏନେଇ ବଲାଙ୍ଗିର ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଯୁଗେଶ୍ୱର ମହାନ୍ତି ପଚାରିବାରୁ ତଦନ୍ତ କରି ସହାୟତା କରାଯିବ ବୋଲି ପ୍ରକାଶ କରିଛନ୍ତି ।