ଅକ୍ଷୟ ତୃତୀୟା ଫିକା ପଡ଼ିଲା

ଯାଜପୁର :  ଆଜି ଅକ୍ଷୟତୃତୀୟା ଓଡ଼ିଆ ମାନଙ୍କର ବସୁମତୀ ଙ୍କୁ ପୂଜା କରିବା ସହ ଘରେ କଳସ ବସିବା ମହିଳା ମାନେ ହୁଳହୁଳି ଶଙ୍ଖ ବଜାଇଥାନ୍ତି !ଚାଷୀ ମାନେ ଅକ୍ଷୀ ମୁଣ୍ଡାଇ ବିଲ ରେ ହଳ କରିବା ସହ ଧାନ ବୁଣନ୍ତି କିନ୍ତୁ କରୋନା ମହାମାରୀ ଫିକା କରି ଦେଇଛି !କେବଳ ପରମ୍ପରା କୁ ବଞ୍ଚାଇ ରଖିବା ପାଇଁ ଚାଷୀ ମାନେ ସଟ ଡାଉନ କୁ ମାନି ଧାନ ବୁଣି ଆସିଛନ୍ତି ଘରେ ପିଠା ପଣା ର ବାସ୍ନା ନାହିଁ ସଟ ଡାଉନ ଯୋଗୁଁ ଅକ୍ଷୟ ତୃତୀୟା ଫିକା ପଡିଛି ଅନ୍ୟ ପକ୍ଷ ରେ କରୋନା ମହାମାରୀ ଯୋଗୁଁ ଚାଷୀ ମୁହଁ ରୁ ଖୁସି ର ହସ ହଜିଯାଇଛି ମନ୍ଦିର ରେ ପୂଜା ର କଳହ ଶୁଭୁ ନାହିଁ ଅକ୍ଷୀତୃତୀୟା ଦିନ ସୁନା କିଣିଲେ ଗୃହ କୁ ଲକ୍ଷ୍ମୀ ଆସେ ବୋଲି ଲୋକଙ୍କ ମନ ରେ ବିଶ୍ୱାସ ରହିଛି !ଏହି ଜିଲ୍ଲା ରେ ସଟ ଡାଉନ ଓ ଲକ ଡାଉନ ଯୋଗୁଁ ସୁନା ଦୁକାନ ରେ ତାଲା ଝୁଲୁଛି ମହିଳା ମାନେ ସୁନା କିଣିବା ରୁ ବଂଚିତ ହୋଇଛନ୍ତି ଓ ସୁନା ଦୋକାନ ର ବେପାର କରୋନା ବାଧକ ସାଝିଛି !ଶ୍ରମଜିବି ମାନଙ୍କର ହାତ ରେ ପଇସା ନ ଥିବାରୁ ଅକ୍ଷୀ ତୃତୀୟା ପାଳି ପାରୁ ନାହାନ୍ତି !କେତକ ସ୍ଥାନ ରେ ଧାନ ବିହନ ପାଖ ରେ ନ ରହିବାରୁ ବୁଣି ପାରୁ ନାହାନ୍ତି !ଗାଁ ଗଣ୍ଡା ସହର ଠାରୁ ପୋଲିସ ସାଇରନ ଶବ୍ଦ ଶୁଭୁଛି ବୟସ୍କ ଲୋକ ମାନେ କୁହନ୍ତି ଅଚୁତା ନନ୍ଦ ହାଡ଼ିଦାସ ମହାପୁରୁଷ ଯାହା ଭବିଷ୍ୟତବାଣୀ ଦେଇ ଥିଲେ ତାହା ସତ ହେବା କୁ ଯାଉଛି ଏବେ ସମୟ ଆସିଛି ଶ୍ରୀ ଜଗନ୍ନାଥ ଓ ମା ବିରାଜ ନିକଟରେ ଶରଣ ନେଇ ମହାମାରୀ କରୋନା ଦାଉରୁ ରକ୍ଷା ପାଇବାର ! ରିପୋର୍ଟ- ଅଭିମନ୍ୟୁ ମିଶ୍ର