OnaKhabar

କୋଭୀଡ ନିୟମ ଉଲ୍ଲଂଘନ: ହରିହର ନର୍ସିଂହୋମ ସିଲ୍‌

 

ବଲାଙ୍ଗୀର, – କରୋନା ସମ୍ବନ୍ଧିୟ ନିୟମର ଉଲ୍ଲଂଘନରେ ଆଜି ସ୍ଥାନିୟ ସୁଦ ପଡା ସ୍ଥିତ ହରିହର ନର୍ସିଂ ହୋମ ହସପିଟାଲ କୁ ଜିଲ୍ଲା ପ୍ରଶାସନ ସିଲ କରିଛନ୍ତି । ଜିଲ୍ଲା ପ୍ରଶାସନ ପ୍ରଦତ୍ତ ସୁଚନା ଅନୁସାରେ ଏପିଡେମିକ୍ସ ଆକ୍ଟ ୧୮୯୭, ଡିଜାଷ୍ଟର ମେନେଜମେଣ୍ଟ ଆକ୍ଟ ୨୦୦୫, ଓଡିଶା କୋଭିଡ-୧୯ ଆକ୍ଟ୨୦୨୦ ଓ ଓଡିଶା କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟଆକ୍ଟ ୨୦୧୮ ଉଲ୍ଲଂଘନକୁ କେନ୍ଦ୍ରକରି ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଏହି ନର୍ସିଂ ହୋମ କୁ ସିଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତାଙ୍କର ନିର୍ଦ୍ଦେଶ କ୍ରମେ ଉକ୍ତ ନର୍ସିଂହୋମକୁ ଆଜି ସିଲ କରାଯାଇଛି । ତେବେ ହରିହର ନର୍ସିଂ ହୋମର ମାଲିକ ଡା. ନରେନ୍ଦ୍ର ସାହୁଙ୍କୁ ଏ ବିଷୟରେ ପଚରାଯିବାରୁ ସେ କହିଥିଲେ ଯେ, ଜଣେ ବୃଦ୍ଧ ଝାଡା ବାନ୍ତି ହେଉଥିବା ନେଇ ଆଜି ସ୍ଥାନିୟ ହରିହର ନର୍ସିଂ ହମରେ ଭର୍ତ୍ତି ହୋଇଥିଲେ । କରୋନା ସମ୍ବନ୍ଧିୟ ତାଙ୍କର କିଛି ଲକ୍ଷଣ ନଥିଲା । କୌଣସି କରୋନା ସନ୍ଦିଗ୍ଧ ରୋଗିଙ୍କ ସହିତ ତାଙ୍କର ସଂପର୍କ ଥିବା ବିଷୟରେ ମଧ୍ୟ ସେ ଜଣାଇନଥିଲେ ।

କିଛି ଦିନ ହେବ ଝାଡା ବାନ୍ତି ରେ ପଡିତ ହୋଇ ବିଭିନ୍ନ କ୍ଲିନିକ ଓ ଆଜି ସରକାରି ଡାକ୍ତରଖାନାରେ ଚିକତ୍ସିତ ହୋଇ କୌଣସି ସୁଫଳ ନ ପାଇବାରୁ ଆଜି ଦିନ ବେଳା ଆସି ସେ ନର୍ସିଂହୋମ ରେ ଏଡମିଟ୍ ହୋଇଥିଲେ । ତେବେ ଜିଲ୍ଲା ପ୍ରଶାସନର ପଦକ୍ଷେପ କ୍ରମେ ପୁରୁଣା କରୋନା ସନ୍ଦିଗ୍ଧ ସହିତ ତାଙ୍କର ସଂପର୍କ ଥିଲା ବୋଲି ଆମେ ଜାଣିବାକୁ ପାଇଲୁ । କିଛି ଦିନ ତଳେ ତାଙ୍କର ଜଣେ ସଂପର୍କିିୟ ଲଣ୍ଡନରୁ ଫେରିଥିଲେ । ଉକ୍ତ ଯୁବକଙ୍କୁ କରୋନା ସନ୍ଦେହରେ ଭୁବନେଶ୍ୱର ନେଇ କ୍ୱୁରାଣ୍ଟାଇନରେ ରଖାଯାଇଥିଲା । ସେହି ସମୟରେ ପରିବାର ବର୍ଗଙ୍କ ମଧ୍ୟ କରୋନା ସମ୍ବନ୍ଧିୟ ବିଭିନ୍ନ ପରିକ୍ଷା କରଯାଇ ଥିଲା । ସେହି ପରିକ୍ଷାରେ ଉକ୍ତ ବୃଦ୍ଧ ଜଣକୁ ନେଗେଟିଭ ଘୋଷଣା କରାଯାଇଥିଲା । ସହିପରି ଏବେ ମଧ୍ୟ ଉକ୍ତ ବୃଦ୍ଧଙ୍କ ପାଖରେ କରୋନାର କୌଣସି ଲକ୍ଷଣ ନଥିବା ବେଳେ ନର୍ସିଂହୋମ କୁ ସିଲ କରିବା ଜିଲ୍ଲା ପ୍ରଶାସନଙ୍କ କେବଳ ପ୍ରତିଷେଧକ ପଦକ୍ଷେପ ହୋଇଥାଇପାରେ । । ଜିଲ୍ଲାପ୍ରଶାସନକୁ ଏହି ମାମଲରେ ଆମେ ସମସ୍ତ ସହେଯାଗ କରିବୁ ବୋଲି ଡା. ସାହୁ କହିଛନ୍ତି । ତେବେ ନର୍ସିଂହୋମ କୁ ସିଲ୍ କରାଯିବା ପରେ ଉକ୍ତ ବୃଦ୍ଧଙ୍କୁ କ୍ୱୁରାଣ୍ଟାଇନ୍ ରେ ରଖାଯିବା ସହ ଜିଲ୍ଲା ପ୍ରଶାସନ ଏହି ପରିସ୍ଥିତି ଉପରେ ତିକ୍ଷ୍ଣ ନଜର ରଖିଥିବାବେଳେ ଏଥିରେ ଜନସାଧାରଣଙ୍କୁ ଭୟ କରିବାର କୌଣସି ଆବଶୟକତା ନାହିଁ ବୋଲି ଉପଜିଲ୍ଲାପାଳ କହିଛନ୍ତି ।
ପ୍ରକାଶଯୋଗ୍ୟ ଯେ, କରୋନା ମୁକାବିଲା ପାଇଁ ଉଭୟ ସରକାରି ଓ ଘରୋଇ ଡାକ୍ତରଖାନା ପାଇଁ ସରକାର ବିଭିନ୍ନ ନିୟମ ଓ ନିର୍ଦ୍ଦେଶାବଳି ଯାରି କରିଛନ୍ତି । ନୁତନ ନିୟମାନୁସାରେ କରୋନା ସହିତ ଫ୍ଲୁ ର ଲକ୍ଷଣ ଥିବା ରୋଗିଙ୍କ ମଧ୍ୟ ପଞ୍ଜିକରଣ କରିବା ସହ ତୁରନ୍ତ ଜିଲ୍ଲା ପ୍ରଶାସନଙ୍କୁ ଜଣାଇବାର ନିୟମ ରହିଛି । ଏହାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ରହିଛି । ନିୟମ ଉଲ୍ଲଂଘନ କରାଗଲେ ତୁରନ୍ତ କାର୍ଯ୍ୟନୁଷ୍ଠାନର ବ୍ୟବସ୍ଥା ମଧ୍ୟ ରହିଛି ।