OnaKhabar

ମାସ୍କ ତିଆରି କରି ବାଣ୍ଟୁଛନ୍ତି ଗୃହିଣି

 

ବଲାଙ୍ଗୀର, – କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରସାସନ ଏବେ ମାସ୍ଲ ପିନ୍ଧିବାକୁ ବାଧ୍ୟତା ମୁଳକ କରିଛନ୍ତି । କିନ୍ତୁ ଜିଲ୍ଲାବାସି ବଜାରରେ ଏପର୍ଯ୍ୟନ୍ତ ସୁଲ୍ଲଭ ମୁଲ୍ୟରେ ପାଇ ପାରି ନାହାନ୍ତି । ଏବେବି ଅନେକ ଜାଗାରୁ ମାସ୍କ କେଇଗୁଣା ଅଧିକ ଦରରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି । ଆହୁରି ଅନେକ ଗରିବ ଜନସାଧାରଣ ମାସ୍ଖ ପ୍ରକୃତ ମୁଲ୍ୟରେ ବି କିଣିବା ପାଇଁ ଅସମର୍ଥ । ଏଭଳି ମହାମାରି ସମୟରେ ସେହିଭଳି ଗରିବଙ୍କୁ ବିନା ମୁଲ୍ୟରେ ହାତ ତିଆରି ମାସ୍ଖ ଯୋଗେଇଦେବା ପାଇଁ ଅଣ୍ଟା ଭିଡିଛନ୍ତି ବଲାଙ୍ଗିର ସହରର ଦୁଇ ଗୃହିଣି ।

ଗତ କିଛି ଦିନ ହେଲା ସ୍ଥାନିୟ ବରପାଲି ପଡା ନିବାସି ରଂଜିତା ପାଣିଗ୍ରାହି ଓ ହାଟପଦା ପଡାର ସରିତା ଯୋଷି ଘରକାମ ସାରିବା ପରେ, ହାତ ତିଆରି ମାସ୍କ ତିଆରି କରି ଆଖ ପାଖ ଅଂଚଳର ଗରିବ ଜନସାଧାରଣ, ପରିବା ବାଲା, କ୍ଷିର ବାଲା, ବୁଢା ବୁଢି ଓ ଛୋଟପିଲାଙ୍କୁ ବାଣ୍ଟୁଥୀବା ଦେଖାଯାଉଛି । ତେବେ ତାଙ୍କର ଏହି କାମକୁ ଅଂଚଳବାସୀ ବେଶ ପ୍ରଶଂସା କରୁଛନ୍ତି । ତେବେ ପଚରଯିବାରୁ , ଏଭଲି ମହାମରି ସମୟରେ ମାସ୍କ ଭଳିଆ ସାଧାରଣ ବାସ୍ତୁ ପାଇଁ କେବଳ ସରକାରୀ ସାହଜ୍ୟକୁ ଜଗି ବସିବା ଠିକ ନୁହେଁ । ଲୋକେ ଆତ୍ମ ନିର୍ଭରଶିଳ ହୋଇ ନିଜ ତଥା ଅନ୍ୟର ସାହାଯ୍ୟ କରିବା ପାଇଁ ଆଗେଇ ଆସିବାକୁ ପଡିବ ବୋଲି କହିବା ସହ, ଉଭୟେ ଆଗକୁ ମଧ୍ୟ ଲୋକଙ୍କୁ କରୋନା ସଂପର୍କରେ ସଚେତନ କରିବା ସହ ନିଜେ ମାସ୍ଖ ତିଆରି କରି ଲୋକଙ୍କୁ ବାଣ୍ଡିବା ଜାରି ରଖିବେ ବୋଲି କହିଛନ୍ତି ।