OnaKhabar

ରାଜ୍ୟରେ ଦେଢ଼ ଲକ୍ଷରୁ ଉର୍ଦ୍ଧ ଅଣସଂଘଟିତ ଶ୍ରମିକ ମାନଙ୍କୁ ଅର୍ଥ ସହାୟତା ଦେବାକୁ ଦାବି

 

ଯାଜପୁର : ଦେଶରେ କୋରାନା ଭୁତାଣୁ ସଙ୍କଟ ବ୍ୟାପି ଥିବା ବେଳେ ଏହାର ପ୍ରତିକାର ପାଇଁ ରାଜ୍ୟ ସରକାର ଲକଡାଉନ କୁ ଏପ୍ରିଲ 30 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ରୁ ରାଜ୍ୟରେ 1 କୋଟି 62 ଲକ୍ଷ ଅଣସଂଘଟିତ ଶ୍ରମିକ ବଡ଼ ଦୃଦିନ ଦେଇ ଗତି କରୁଛନ୍ତି | ତନ୍ମଧ୍ୟରୁ 1 ଲକ୍ଷ 50 ହଜାର ରୁ ଉର୍ଦ୍ଧ ପଞ୍ଜିକୃତ ଅଣସଂଘଟିତ ଶ୍ରମିକ ମାନଙ୍କ ନିମନ୍ତେ କୌଣସି ଅର୍ଥ ସହାୟତା ଘୋଷଣା ନହେବାରୁ ସେମାନେ କେବଳ ଦରିଦ୍ରତା ନୁହେଁ ବରଂ ଖାଦ୍ୟ ଜନିତ ଅନାହର ମଧ୍ୟରେ ଗତି କରୁଛନ୍ତି |,
ଏଠାରେ ସୂଚନା ଯୋଗ୍ୟ ସାରା ବିଶ୍ୱରେ 2 ସହ କୋଟି ରୁ ଉର୍ଦ୍ଧ ଅଣସଂଘଟିତ ଶ୍ରମିକ ମଧ୍ୟ୍ୟରୁ ଆମ ଦେଶର 40 କୋଟି ଶ୍ରମିକ ଅଣସଂଘଟିତ କ୍ଷତ୍ର ରେ କାର୍ଯ୍ୟ କରୁଛନ୍ତି | ଭାରତର ପ୍ରଧାନମନ୍ତ୍ରୀ କେବଳ “ମନୋରେଗା” ରେ କାର୍ଯ୍ୟ ରତ ଶ୍ରମିକ ମାନଙ୍କୁ 21 ଦିନର ମଜୁରୀ ଦେବା ଘୋଷଣା କରିଥିବା ବେଳେ ଦେଶରେ ଅଣସଂଘଟିତ ଭାବେ କାର୍ଯ୍ୟରତ 40 କୋଟି ଶ୍ରମିକ ମାନଙ୍କ ପ୍ରତି ନିଷ୍ପତି ନନେବା ଘଟଣା କୁ ବିଶ୍ୱ ଶ୍ରମିକ ସଂଗଠନ (ଆଇ.ଏଲ.ଓ) ଏକ ରିପୋର୍ଟ ରେ ଉଦବେଗ ପ୍ରକାଶ କରିଛନ୍ତି | କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ପକ୍ଷରୁ ଘୋଷିତ ଲକଡାଉନ, ସଟଡାଉନ ତଥା ସଂକ୍ରମଣ ଅବରୋଧ ଅଂଚଳ ଘୋଷଣା ସେମାନଙ୍କୁ ବିଚଳିତ କରିଦେଇଛି ବୋଲି ରାଜ୍ୟ ଅଧକ୍ଷ ବିଦ୍ୟାଧର ମହାନ୍ତି ଉଦବେଗ ପ୍ରକାଶ କରିଛନ୍ତି |
ଏଣୁ ସାମାଜିକ ନିରାପତ୍ତା ଆଇନ 2008 ଦ୍ଵାରା ପଂଞ୍ଜିକୃତ ଅଣସଂଘଠିତ ଶ୍ରମିକ ଓ ରାଜ୍ୟ କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଦ୍ଵାରା ଥିବା ସମସ୍ତ ଶ୍ରମିକ ମାନଙ୍କ ପ୍ରତି ସମ୍ବେଦନଶୀଳ ନହେଲେ “ମୋଜୀବନ” ବାର୍ତ୍ତା ସେମାନଙ୍କ ଜୀବନ ଜୀବିକା ରକ୍ଷା କରିବା କଷ୍ଟ ସାଧ୍ୟ ହେବ ବୋଲି ଶ୍ରୀ ମହାନ୍ତି ଦୃଷ୍ଟି ଆକର୍ଷଣ କରି ଏହି ମର୍ମ ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଚିଠି ଲେଖିଛନ୍ତି |