OnaKhabar

ମାଲକାନଗିରି ଜିଲ୍ଲାରେ କାଳ ବୈଶାଖୀ ବର୍ଷା ପବନ

ମାଲକାନଗିରି : ଜିଲ୍ଲାରେ କାଳ ବୈଶାଖୀ ବର୍ଷା ପବନ । ବର୍ଷା ପ୍ରଭାବ ରେ ସ୍ଥାନୀୟ ରିକଲାମେସନକୋଲନି,ଜବରଦସ୍ତକୋଲନି, ଟେକବାଡି ସହିରେ କିଛି ଲୋକଙ୍କ ଘର ର ଟିଣ ଉଡି ଯାଇଛି |ଅନେକ ଘର ଅଧା ଭାଙ୍ଗିବା ସହ ଲୋକେ ବାସ ହରା ହେଇଛନ୍ତି । ବର୍ତ୍ତମାନ ସାମନ୍ୟ ବର୍ଷା ଜାରି ରହିଥିବା ବେଳେ ଲୋକେ ବିଭିନ୍ନ ସମସ୍ୟl ର ସମ୍ମୁଖୀନ ହେଉଛନ୍ତି । କିଛି ମାଟି ଘର ର କାନ୍ତ ଭାଙ୍ଗି ଧସି ଯାଇଛି |
ଅନେକ ଗଛ ମଧ୍ୟ ଭାଙ୍ଗି ପଡିଛି| ଆଜି ଖରାବେଳେ  ହାଟାତ ପ୍ରବଳ ବର୍ଷା ସହ ପବନ ହୋଇଥିଲା | ପବନ ଯୋଗୁଁ ଅନେକ ଗଛ ଭାଙ୍ଗିବା ସହ ବିଭିନ୍ନ ରାସ୍ତାରେ ପଡିରହିଛି |ଅନେକ ଘରର ଟିଣ ଉଡି ଯାଇଥିବା ବେଳେ ଦମକଳ ବାହୀନି ପହଁଚି ବିଭିନ୍ନ ସ୍ଥାନରେ ପଡିରହିଥିବା ଗଛ ଗୁଡିକ କାଟି ସଫା କରିଛି |
ମାଲକାନଗିରି ତହସିଲଦାର ସ୍ଥିତି ପରଖିବା ସହ କ୍ଷତିର ଆକଳନ କରିଛନ୍ତି | ତୁରନ୍ତ କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରିବା ସହ ବାସହରା ଲୋକଙ୍କୁ ପଲିଥିନ ଦିଆଯିବା ପାଇଁ ବନ୍ଦୋବସ୍ତ କରାଯାଉଛି ବୋଲି ସେ ମତ ରଖିଛନ୍ତି | ପବନ ବର୍ଷା ଯୋଗୁଁ ଅନେକ ଲୋକ ବାସହରା ହୋଇଯାଇ ଥିବା ବେଳେ ଅନେକ ଲୋକଙ୍କ ଘରେ ପାଣି ପଶି ଯାଇଛି |ଏହାବ୍ୟତୀତ ଅନେକଜାଗରେ ବିଦୂତ ତାର ମଧ୍ୟ ଛିଡିବାର ସୂଚନା ମିଳିଛି ।