OnaKhabar

ସତ୍ୟନଗର ଓମଫେଡ୍ ଷ୍ଟଲ ଯାଇଥିଲେ ୧୦୪କୁ ଜଣାନ୍ତୁ

ଭୁବନେଶ୍ୱର: ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସେଥିପାଇଁ ସରକାର ଏବେ ଲକ ଡାଉନ କୁ ଆହୁରି କଡାକଡି କରିଛନ୍ତି । ତେବେ ସତ୍ୟନଗର ସିଲ୍ ହେବା ଘଟଣା ଚର୍ଚ୍ଚା ଜୋର ଧରିବା ପରେ ଏବେ ଆଉ ତାଜା ସୂଚନା ସାମ୍ନାକୁ ଆସିଛି । ତେବେ ଜଣେ କୋରନା ପଜେଟିଭ ସତ୍ୟନଗର ତୋଓମଫେଡ ଷ୍ଟଲକୁ ବହୁତ ଥର ଯାଇଥିବା ବିଏମସି ପକ୍ଷରୁ କୁହାଯାଇଛି । ଏହାଛଡା ଯଦି କୌଣସି ବ୍ୟକ୍ତି ଉକ୍ତ ଷ୍ଟଲକୁ ଯାଇଛନ୍ତି ତେବେ ୧୦୪କୁ ଫୋନ କରି କ୍ୱାରେଂଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ଆଜି ଭୁବନେଶ୍ବର ମହାନଗର ନିଗମର କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଏକ ସାମ୍ବାଦିକ ସମ୍ମିଳନୀ କରି ଭୁବନେଶ୍ବରର ସହରର କେଉଁ ଅଞ୍ଚଳରେ କେତେଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତାହାର ସୂଚନା ଦେଇଛନ୍ତି। ତାଙ୍କ ତଥ୍ୟ ଅନୁସାରେ, ସହିଦନଗରରେ ଜଣେ କରେନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୟୁନିଟ-୪ ଓ ୟୁନିଟ-୫ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୂର‌୍ୟ୍ୟନଗରରେ ୮ ଜଣ, କପିଳପ୍ରସାଦରେ ଜଣେ, ବମିଖାଲରୁ ୧୪ ଜଣ, ଝାରପଡ଼ାରୁ ଆଉ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଜିମଖାନା ପାମ ହାଇଟ୍ସରୁ , ବିଜେବି ନଗର ଗଧିଆଖାଲ ଓ ଭରତପୁର ଅଞ୍ଚଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଖୋର୍ଦ୍ଧା ଜିଲ୍ଲାର ସୂର‌୍ୟ୍ୟନଗର, ସୁନ୍ଦରପଦାଠାରୁ ଯଦୁପୁର, ବମିଖାଲ, ବେଗୁନିଆ ଓ ସତ୍ୟନଗରକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରାଯାଇଛି । ଘରକୁ ଘର ବୁଲି ସର୍ଭେ କରାଯାଉଛି । ଯାହା ଠାରେ କିଛି ଲକ୍ଷଣ ଦେଖାଯାଉଥି, ସେମାନଙ୍କ ସାମ୍ପଲ ପଠାଯାଉଥିବା ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।