OnaKhabar

ବାଙ୍ଗାଲୋରରେ ଫସିଛନ୍ତି ଲାଠିପଡ଼ାର ୧୪ ଶ୍ରମିକ

ନୟାଗଡ଼ : ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ମାହାମାରୀ କାରଣରୁ ଭାରତକୁ ଲକ୍ ଡାଉନ୍ କରାଯାଇଥିବା ବେଳେ ଏଥିପାଇଁ ସବୁଠାରୁ ଅଧିକ ଅସୁବିଧା ଭୋଗୁଛନ୍ତି ଶ୍ରମିକମାନେ । ନୟାଗଡ଼ ଜିଲ୍ଲା ଲାଠିପଡ଼ା ଗ୍ରାମର ୧୪ ଜଣ ଶ୍ରମିକ ବାଙ୍ଗାଲୋରରେ ଫସି ରହିଥିବା ନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଛି ।
ସୂଚନା ଅନୁଯାୟୀ, କିଛିଦିନ ତଳେ ନୟାଗଡ଼ ସଦର ବ୍ଲକ୍ ଲାଠିପଡ଼ା ଗ୍ରାମର ବ୍ରଜକିଶୋର ମାଝୀ, ରାଜୁ ବେହେରା, ଗଜି ବେହେରା, ଦୀନବନ୍ଧୁ ମାଝୀ, ଭାସ୍କର ଗୁରୁଙ୍କ ସମେତ ୧୪ ଜଣ ଶ୍ରମିକ ପେଟପାଟଣା ପାଇଁ ବାଙ୍ଗାଲୋର ଯାଇଥିଲେ । ସେଠାରେ ୧୦ ଦିନ କାମ କରିବା ପରେ ଲକ୍ ଡାଉନ୍ ହେବାରୁ କାମ ବନ୍ଦ କରାଯାଇଥିଲା । ଯାହା ଫଳରେ ସେଠାରେ ଏହି ଶ୍ରମିକମାନେ ଅର୍ଥାଭାବରେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଥିବା ଜଣାଯାଇଛି । ଜିଲ୍ଲା ପ୍ରଶାସନ କିଛି ପଦକ୍ଷେପ ନେଇ ସେମାନଙ୍କୁ ଉଦ୍ଧାର କରିବା କିମ୍ବା ସେଠାକାର ପ୍ରଶାସନ ସହ ଯୋଗାଯୋଗ କରି ସେମାନଙ୍କ ପାଇଁ ଖାଦ୍ୟ ଓ ରହିବା ବ୍ୟବସ୍ଥା କରାଇବା ପାଇଁ ଦାବି ହେଉଛି ।