OnaKhabar

ସ୍ୱାସ୍ଥ୍ୟ ହିଁ ସମ୍ପଦ- ସଂଯୁକ୍ତା ମହାପାତ୍ର

 ବିଶ୍ୱ ସ୍ୱସ୍ଥ୍ୟ ଦିବସର ଅନୁଚିନ୍ତା

୧୯୪୮ ମସିହାରେ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀର ପ୍ରସ୍ଥାବ ଅନୁସାରେ ୧୯୫୦ ମସିହା ପରଠାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ଅପ୍ରେଲ ମାସ ୭ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଇ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା,ଏହି ଦିବସର ତାତ୍ପର୍ଯ୍ୟ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ସ୍ୱାସ୍ଥ୍ୟର ଅର୍ଥ ସମ୍ପୁର୍ଣ୍ଣ ଶାରୀରିକ, ମାନସିକ ଓ ସାମାଜ ମଙ୍ଗଳକୁ ବୁଝାଏ , କିନ୍ତୁ ପୂରାପୂରି ରୋଗ ଅଥବା ଶାରୀରିକ ସାମର୍ଥ୍ୟହୀନତାକୁ ନୁହେଁ । ଏହି ସଂଜ୍ଞାକୁ ସମାଲୋଚକ ମାନେ, ଅତ୍ୟଧିକ ଆଦର୍ଶଗତ, ସଂକ୍ଷିପ୍ତ, ବିସ୍ତୃତ ବୋଲି କହିବା ସହିତ ବିଜ୍ଞାନଦୃଷ୍ଟିରୁ ପରୀକ୍ଷଣ ଭୁକ୍ତ ବୋଲି କହିଥାନ୍ତି । ଏହି ସଂଜ୍ଞାକୁ ଅତ୍ୟନ୍ତ ଜନପ୍ରୀୟ ଓ ବିସ୍ତୃତ ସଂଜ୍ଞା ଭାବେ ସ ମଗ୍ର ବିଶ୍ୱ ଗ୍ରହଣ କରେ । ତେଣୁ ଶାରୀରିକ , ମାନସିକ ସ୍ୱାସ୍ଥ୍ୟ ଓ ଉତ୍ତମ ସାମାଜର ସନ୍ତୁଳିତ ଅବସ୍ଥାକୁ ସ୍ୱାସ୍ଥ୍ୟ କୁହାଯାଏ । ଶାରୀରିକ ସୁସ୍ଥ ଦେଖାଯାଉଥିବା ବ୍ୟକ୍ତିକୁ , ଆମେ ସୁସ୍ଥ କହିପାରିବା ନାହିଁ । ସେମିତି ବିଜ୍ଞମାନେ ସ୍ୱାଧ୍ୟାୟରେ ନିଜକୁ ନିୟୋଜିତ ରଖି , ନିଜ ଚାରିପାଖର ସମାଜକୁ ଅଣଦେଖା କଲେ ସାମାଜିକ ସୁସ୍ଥ କୁହାଯିବ ନାହିଁ . କାରଣ ମଣିଷ ଏକ ସାମାଜିକ ପ୍ରାଣୀ । ଜୈବିକ ପରିସଂସ୍ଥା ମଧ୍ୟରେ ବାସ କରେ । ଜନ୍ମ ମୃତ୍ୟୁ ରୋଗ ପରିସଂଖ୍ୟାନ ଶାସ୍ତ୍ର ଅନୁସାରେ ମାନବୀୟ ସହାବସ୍ଥାନର ତିନିଗୋଟି ସ୍ଥିତି ଅଛି । ପ୍ରଥମ ସ୍ଥିତିରେ ମନୁଷ୍ୟ ସମାଜରେ, ଜନ୍ମହାର ଓ ମୃତ୍ୟୁ ହାର ଅଧିକ ଥାଏ, ତେଣୁ ସାମାଜିକ ସ୍ଥିରତା ନଥାଏ ଓ ମାନବ ସମ୍ବଳ ବୃଦ୍ଧି ଘଟେନାହିଁ । ଦ୍ୱିତୀୟ ସ୍ଥିତିରେ ମନୁଷ୍ୟ ସମାଜରେ ଜ୍ଞାନ, ବିଜ୍ଞାନ ଦ୍ୱାରା ସ୍ୱାସ୍ଥ୍ୟର ବିକାଶ ଫଳରେ ମୃତ୍ୟୁ ହାର କମିଯାଏ , ଜନ୍ମ ହାର କମେନାହିଁ । ଫଳରେ ଜନସଂଖ୍ୟା ବୃଦ୍ଧିଘଟେ । ସାମାଜିକ ଅସନ୍ତୁଳନ ଅବସ୍ଥା ଆରମ୍ଭ ହୁଏ । ତୃତୀୟ ସ୍ଥିତି ବେଳକୁ ଜନସଂଖା ବୃଦ୍ଧି ହେତୁ ଜୈବିକ ପରିସଂସ୍ଥାରେ ଅସନ୍ତୁଳନ ସୃଷ୍ଟିହୋଇ, ଭୟଙ୍କର ମହାମାରୀ, ପ୍ରକୃତିକ ଦୁର୍ବିପାକ ବ୍ୟାପିବାର କାରଣ ହୋଇଥାଏ । ସ୍ୱାଇନ୍ ଫ୍ଲୁ, ଏବୋଲା ସ୍ପାନିସ ଫ୍ଲୁ ଆଦି ଭୁତାଣୁ ସଂକ୍ରମଣ ଜନିତ ମହାମାରୀ ସହିତ ଅନ୍ୟାନ୍ୟ ପ୍ରାକୃତିକ ଦୁର୍ବିପାକ, ଶାରୀରିକ ଅସୁସ୍ଥତାର ଉଦାହରଣ । ନାନାପ୍ରକାର ମାନସିକ ବିକାର ଗ୍ରସ୍ଥ ହୋଇ କେତେକ ଅତିଭୈାତିକ , ଅବାସ୍ତବ ଦୁନିଆରେ ରହିବାକୁ ମାନସିକ ଅସୁସ୍ଥତା କୁହାଯାଏ । ଆତ୍ମମଗ୍ନ ବ୍ୟକ୍ତି, ନିଜର ଚର୍ତୁପାଶ୍ୱର୍କୁ ଅଣଦେଖା କଲେ, ସାମାଜିକ ବ୍ୟାଧି ସୃଷ୍ଟି ହୁଏ । ମଣିଷ ଗୋଟିଏ ସାମାଜିକ ପ୍ରାଣୀ । ବ୍ୟକ୍ତିକୁ ନେଇ ସମାଜ, ଆଉ ସମାଜର ମଙ୍ଗଳରେ ବ୍ୟକ୍ତିର ମଙ୍ଗଳ ନିହିତ ।
ଉପରୋକ୍ତ ଜନ୍ମ ମୃତ୍ୟୁ ରୋଗ ପରିସଂଖ୍ୟାନ ଶାସ୍ତ୍ର ଅନୁସାରେ ବିଚାର କରିଲେ ୧୯୧୮ମସିହାରେ ସ୍ପାନିସ୍ ଫ୍ଲୁ ଦ୍ୱାରା ୫୦୦ ନିୟୁତ ଲୋକ ଆକ୍ରାନ୍ତ ହୋଇଥିଲେ । ଆଉ ୧୦-୫୦ ନିୟୁତ ଲୋକ ମୃତ୍ୟୁ ବରଣ କରିଥିଲେ । ଜନ୍ମ ମୃତ୍ୟୁ ରୋଗ ପରିସଂଖ୍ୟାନ ଶାସ୍ତ୍ରର ଏହା ସମ୍ଭବତଃ ତୃତୀୟ ସ୍ଥିତି ଥିଲା । ଏହା ପରେ ଜନ୍ମ ମୃତ୍ୟୁ ରୋଗ ପରିସଂଖ୍ୟାନ ଶାସ୍ତ୍ରର ପ୍ରଥମ ସ୍ଥିତି ଆସିଥିବ ଓ ଏହାମଧ୍ୟରେ ଏକ ଶତାବ୍ଦୀ ଅବ୍ୟବହିତ ହୋଇଯାଇଛି । ବୈଜ୍ଞାନିକ ମାନେ ଏବେ ପ୍ରାକୃତିକ ଗତିଧାରାକୁ ଅବରୋଧ କରିବା ନିମନ୍ତେ ଅସ୍ତ୍ର ଖୋଜିବା,ବଂଶାନୁକ୍ରମିକ ଜୀବକେଶଷରେ ସଂଶୋଧନ କରିବା, ଭଗବାନଙ୍କ ଲୀଳାକୁ ଖେଳର ଅଂଶ ମନେକରିବା, ମାନବଶିଶୁ ନିର୍ମାଣ କରିବାର ପରିକଳ୍ପନା କରିବା, ମୃତ୍ୟୁରପ୍ରବାହକୁ ଅବରୋଧ କରିବା, ବାସ୍ତବ ଜଗତ ଓ ଅଲୌକିକ ଜଗତ ମଧ୍ୟରେ ଥିବା ସୀମାରେଖାକୁ ସୀମିତ କରିବା ଇତ୍ୟାଦି କାର୍ଯ୍ୟରେ ଗବେଷଣା କରୁଛନ୍ତି । ଜନ୍ମ ମୃତ୍ୟୁ ରୋଗ ପରିସଂଖ୍ୟାନ ଶାସ୍ତ୍ରରଏହା ଏବେ ଦ୍ୱିତୀୟ ସ୍ଥିତି । ମାତ୍ର ଏହାପରେ ଜନ୍ମ ମୃତ୍ୟୁ ରୋଗ ପରିସଂଖ୍ୟାନ ଶାସ୍ତ୍ରର ତୃତୀୟ ସ୍ଥିତି ଅବସମ୍ଭାବୀ ଥିବାବେଳେ ,ଭୟାନକ ପରିସ୍ଥିତି ସବୁବେଳେ ଗୋଟିଏ ସ୍ଥାନରୁ ବ୍ୟାପେ । ଯାହାକୁ ଆମେ ଏବେ ଚୀନର ୱହାନ ସହରର କହିବା । ଏହାପରେ ସମଗ୍ର ସହରକୁ ବ୍ୟାପି ଚୀନ ଦେଶରେ ମୃତ୍ୟୁର ତାଣ୍ଡବ ସୃଷ୍ଟିକରିବା ସହିତ ବିଶ୍ୱରେ କ଼ରୁଛି । କାରଣ ସମଗ୍ର ବିଶ୍ୱ ଗୋଟିଏ ପରିବାର । ବିଶ୍ୱ ସ୍ୱସ୍ଥ୍ୟ ସଂଗଠନ ଏହାକୁ ବିଶ୍ୱ ମହାମାରୀ ବୋଲି ଘୋଷଣା କରିସାରିଛି । ପ୍ରଥମ ବିଶ୍ୱଯୁଦ୍ଧ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧବେଳେ ମାନବ ଜାତି ନିଜ ମଧ୍ୟରେ ଯୁଦ୍ଧ କରୁଥିବାବେଳେ, ଏବେ ସମଗ୍ର ମାନବସମାଜ କରୋନା ବିରୁଦ୍ଧରେ ସଂଗ୍ରାମ କରୁଛି । ଆଉ ମଣଷ ନିଜେ ମଣିଷ ପାଇଁ ବିପଦର କାରଣ ହୋଇଛି । ବତ୍‌ର୍ମାନ ପର୍ଯ୍ୟନ୍ତ ୨୦୪ ଟି ଦେଶକୁ ଏହା ବ୍ୟାପି ବିଶ୍ୱଯୁଦ୍ଧ ଠାରୁ ବ୍ୟାପକ ହୋଇଛି । କିନ୍ତୁ ଏହାପରେ ବି ମଧ୍ୟ ଜାପାନ, ଉତ୍ତର କୋରିଆ ଭଳି ଅନେକ ଦେଶ ଏହାକୁ ନିୟନ୍ତ୍ରଣ କରି ପ୍ରମାଣିତ କରିଛନ୍ତି ସ୍ୱାସ୍ଥ୍ୟ ର ସୁରକ୍ଷା ନିମନ୍ତେ ଅର୍ଥ ସର୍ବସ୍ୱ୍ୱ ନୁହେଁ । ଏଥି ନିମନ୍ତେ ଆବଶ୍ୟକ ସ୍ୱାସ୍ଥ୍ର‌୍ୟ ସମନ୍ଧୀୟ ଉପଯୁକ୍ତ ଜ୍ଞାନ । ପ୍ରଚୀନ ଭାରତର ଯୋଗୀମୁନୀମାନେ ସ୍ୱାସ୍ଥ୍ୟ ବିଜ୍ଞାନ ବୈଭବରେ ସମୃଦ୍ଧ ଥିଲେ । ଚରକଙ୍କର ‘ ଚରକ ସଂହିତା’, ଓ ସୁଶ୍ରୁତଙ୍କର ‘ସୁଶ୍ରୁତ ସଂହିତା’ ଏହାର ସର୍ବୋକୃଷ୍ଟ ଉଦାହରଣ । ମହର୍ଷି ପତଂଜଳିଙ୍କର ଯୋଗ ବିଜ୍ଞାନ ସ୍ୱାସ୍ଥ୍ୟ ଜଗତକୁ ଅମୂଲ୍ୟ ଦାନ । ବୈଦିକ ଯୁଗରୁ ସୃଷ୍ଟି ବେଦକୁ ଜ୍ଞାନ ବୋଲି କୁହାଯାଏ । ଚତୁର୍ଥ ବେଦ ବା ଅର୍ଥବ ବେଦରେ ୭୩୦ଶ୍ଳୋକ ଓ ୬୦୦୦ ମନ୍ତ୍ର ରହିଥିବା ବେଳେ ୨୦ ଗୋଟି ପୁସ୍ତକରେ ମାନବ ଜାତିର ରୋଗ ସମ୍ପର୍କରେ ବିହିତ ନିଦାନ ରହିଅଛି । କିନ୍ତୁ ଆମେ ସେଇ ଦିବ୍ୟଦର୍ଶୀ ର୍ି ମୁନିଋଷିଙ୍କ ବଂଶଧର ହୋଇ ମଧ୍ୟ ସେ ବିଭବଶାଳୀ ଜୀବନ ପରିଚର୍ଯ୍ୟାକୁ ଭୁଲିଯାଇ ପାର୍ଶ୍ଚାତ୍ୟ ସଂସ୍କୃତିକୁ ଆପଣେଇ ନେଇଛନ୍ତି । ଆଜିର ଡିଜିଟାଲ ଯୁଗରେ ଆମ ଯୁବପିଢି ମାନସିକ ଚାପ ମଧ୍ୟରେ ରହୁଛନ୍ତି । ପାର୍ଥିବ ଭୋଗଲାଳସାର ମାୟା ସମସ୍ତଙ୍କୁ ପ୍ରତାରିତ କରୁଛି । ଫଳରେ ଆମେ ହସିବା ଭୁଲି ଯାଇଛନ୍ତି । ଲୋକମାନଙ୍କର ଖୁସୀକୁ ନେଇ ଏକ ଗଣନାରୁ ଜଣାଯାଏ ୧୫୬ ଟି ଦେଶ ମଧ୍ୟରୁ ଭାରତର ସ୍ଥାନ ୧୪୪ । ଅର୍ଥାତ ଆମେମାନେ ଖୁସୀ ରେ ରହିବା ଭୁଲିଯାଇଛନ୍ତି ।

କରୋନା ବିରୁଦ୍ଧରେ ଏକ ନୈତିକ ବିପ୍ଳବ ବ୍ୟକ୍ତିରୁ ସମାଜ ଓ ରାଷ୍ଟ୍ରରୁ ଅନ୍ତଃରାଷ୍ଟ୍ର ଯାଏ ସୃଷ୍ଟି ହୋଇପାରିଛି । ପ୍ରାକୃତିକ ପରିସଂସସ୍ଥା ଗଠନ ରେ ସହାୟକ ହେବା ନିମନ୍ତେ ଦୃଢ ଇଛାଶକ୍ତି ଓ ପ୍ରଗାଢ ଆତ୍ମନିୟନ୍ତ୍ରଣ ଆବଶ୍ୟକ ହେବା ସହିତ ସମସ୍ତଙ୍କର ସହଯୋଗ ଆବଶ୍ୟକ ହେଉଛି ।ଆମ ଦେଶରେ ଜାତୀୟ ଆୟରୁ ୧.୩ ଅଂଶ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ ହେଉଥିବା ବେଳେ, ଚିକିତ୍ସା ବିଜ୍ଞାନ ଅଧ୍ୟୟନ ନିମନ୍ତେ ଘରୋଇ ମହାବିଦ୍ୟାଳୟ ର ଅଭାବ ଥିବାରୁ ଚିକିତ୍ସକ ମାନଙ୍କର ସଂଖ୍ୟା ଆଶାନୁରୁପ ବଢିପାରୁ ନାହିଁ । କିନ୍ତୁ କମ୍ ସଂଖ୍ୟାକ ଚିକିତ୍ସକ ଓ ସେବିକା ଥିଲେ ମଧ୍ୟ ସେମାନେ ଯେମିତି ଯୁଦ୍ଧକାଳୀନ ଭିତ୍ତିରେ ସେବା ଦେଉଛନ୍ତି,ତାହା କୈାଣସି ବିଶିଷ୍ଟ ଯାଦ୍ଧାଠାରୁ କମ୍ ନୁହେଁ । କିନ୍ତୁ ଏବେ ମଧ୍ୟ ଆମ ମାନଙ୍କ ମଧ୍ୟରୁ ପାରମ୍ପାରିକ ବିଚାର ଧାରା, ଅନ୍ଧବିଶ୍ୱାସ ଦୂର ହୋଇନାହିଁ । ତେଣୁ ରୋଗକୁ ଲୁଚାଇ ଅଧିକ ଲୋକଙ୍କୁ ସଂକ୍ରମିତ କରିବା, ଚିକିତ୍ସା କରୁଥିବା ଡାକ୍ତର ଓ ସେବିକାଙ୍କୁ ଖରାପ ବ୍ୟବହାର ଦେଖାଇବା ଲର୍ଜ୍ଜାର ବିଷୟ । ସେବିକାମାନେ ଓ ସେବା କାର୍ଯ୍ୟରେ ସହାୟକ ହେଉଥିବା ଧାତ୍ରୀମାନେ ଯେପରି ସଂଗଠିତ ଭାବେ ସବୁ ସ୍ଥାନରେ ସମସ୍ଥଙ୍କୁ ସେବା ଯେଗାଉଛନ୍ତି, ତାହା ଅତ୍ୟନ୍ତ ଉତ୍ସାହଜନକ । କିନ୍ତୁ ସେମାନଙ୍କୁ ସଶକ୍ତ କଲେ ଅଧିକ ଉନ୍ନତ ମାନର ସେବା ମିଳିପାରିବ! ଏହା ବ୍ୟତୀତ ଯେଉଁ ଦେଶ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଅଧିକ ଅର୍ଥ ବିନିଯୋଗ କରିପାରିବ, ସାର୍ବଜନୀନ ସ୍ୱାସ୍ଥ୍ୟ ସୁରକ୍ଷା ନିମନ୍ତେ ଅଧିକ କାର୍ଯ୍ୟ କରିବ, ସେ ଦେଶର ମାନବସମ୍ବଳ ସେତେ ଉନ୍ନତ ହେବ! ଦାରିଦ୍ର ସୀମାରେଖା ତଳେ ରହୁଥିବା ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ଓ ସେମାନଙ୍କୁ ଆର୍ଥିକ ସହଯୋଗଦ୍ୱାରା କେବଳ ଜଣଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ହେବନାହିଁ , ସମଗ୍ର ଦେଶର ହାରାହାରି ଆୟୁ ବଢିବ, ମହାମାରୀରୁ ରକ୍ଷା ମିଳିବ, ଦାରିଦ୍ରତା ଦୂରହେବ , ଖାଦ୍ୟାଭାବ ରହିବନାହିଁ, କର୍ମସଂସ୍ଥାନ ବଢିବ, ଆର୍ଥିକ ଉନ୍ନତି ହେବା ସହିତ ନାରୀପୁରୁଷ ମଧ୍ୟରେ ଥିବା ବ୍ୟବଧାନ କମିବ । ଆଉ ଶରୀରିକ, ମାନସିକ , ସାମଜିକ ସ୍ୱାସ୍ଥ୍ୟ ରକ୍ଷା ହୋଇ ସନ୍ତୁଳିତ ଅବସ୍ଥା ସୃଷ୍ଟି ହେବ ।
ଜାତୀୟ ଓ ଆନ୍ତଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ମା ଓ ଶିଶୁର ସ୍ୱାସ୍ଥ୍ୟ, ସଂକ୍ରମିତ ଓ ଅସଂକ୍ରମିତ ରୋଗ ଯଥା ମାନସିକ ସ୍ୱାସ୍ଥ୍ୟ , ଜରୁରୀକାଳୀନ ଆବଶ୍ୟକତା ନିମନ୍ତେ ପ୍ରସ୍ତୁତିର ତତ୍‌କ୍ଷଣାତ ସେବା ସହିତ ରୋଗୀମାନଙ୍କ ସୁରକ୍ଷା , ପ୍ରସୂତି ସମ୍ପର୍କିତ ସମସ୍ୟା , ସମସ୍ତଙ୍କ ନିମନ୍ତେ ବ୍ୟକ୍ତିଭିତ୍ତିକ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ କାର୍ଯ୍ୟ ଆବଶ୍ୟକ । ତେଣୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ , ବିଶ୍ୱ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରାଯାଉଛି । କାହାକୁ ଆର୍ଥିକ ଚାପ ନଦେଇ, ସମସ୍ତଙ୍କ ନିମନ୍ତେ ସ୍ୱାସ୍ଥ୍ୟ ସୁରକ୍ଷା ଦେବା ଆଜି ଦିବସର ସରଳ ବାର୍ତ୍ତା । ବ୍ୟକ୍ତି ହେଉ, ଦେଶ ହେଉ ବା ମହାଦେଶ ହେଉ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ର ସୁଯୋଗ ଦେବା ନୂତନ ବିଶ୍ୱର ଦାୟିତ୍ୱ ।ଏହି ଦାୟିତ୍ୱ ନିର୍ବାହ କରିବା ନିମନ୍ତେ ଆମ ରାଜ୍ୟ ସରକାର ବିଜୁ ସ୍ୱାସ୍ୟ୍ଥ୍ର ଯୋଜନା ଓ କେନ୍ଦ୍ର ସରକାର ଆୟୁସ୍ମାନ ଭାରତ ଯୋଜନା କାର୍ଯ୍ୟକରୀ କରୁଛନ୍ତି ।
ସେବିକା ଓ ସେବା କାର୍ଯ୍ୟରେ ସହାୟକ ହେଉଥିବା ଧାତ୍ରୀ ଓ ଆସନ୍ନ ବିପଦ କାଳରେ ୍‌ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ସକାରାତ୍ମକ ସମାଲୋଚନା ମୂଳକ ଭୁମିକାନିର୍ବାହ କରୁଥିବା ବିଶ୍ୱନେତାଙ୍କ ନିମନ୍ତେ ଅଜିର ଦିବସ ପାଳନ କରାଯାଉଛି । କୋଭିଡ-୧୯ ସହିତ ସେବିକା ଓ ସେବା କାର୍ଯ୍ୟରେ ସହାୟକ ହେଉଥିବା ଧାତ୍ରୀ ମାନେ ଉଚ୍ଚସ୍ତରର ସମ୍ମାନପ୍ରଦ ସେବା ଯତ୍ନ,ସମାଜକୁ ପ୍ରଦାନ କରୁଛନ୍ତି । ସେମାନଙ୍କୁ ଅଧିକ ଏଦିଗରେ ପ୍ରବର୍ତ୍ତିତ କରାଇବା ଉଚିତ । ଭୟଶୁନ୍ୟ ହୋଇ ଉଲ୍ଲେଖନୀୟ କାର୍ଯ୍ୟ କରିବା ସହିତ ,ରୋଗୀମାନଙ୍କ ଚିକିତ୍ସା ସମ୍ବନ୍ଧୀୟ,ପର୍ଯ୍ୟାବେକ୍ଷଣ ଆଧାରିତ କାର୍ଯ୍ୟ ସେବିକାମାନଙ୍କ ବିନା ଅସମ୍ଭବ । ତେଣୁ ଏହି ଦିବସ ପାଳନ ଅବସରରେ ସମଗ୍ର ବିଶ୍ୱରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଏହାର ସହଯୋଗୀ ରାଷ୍ଟ୍ରମାନେ ସେବାକର୍ମ୍ମିୀ ମାନଙ୍କୁ ଉତ୍ସାହିତ କରୁଛନ୍ତି । ସେମାନଙ୍କ ସେବା କାର୍ଯ୍ୟକୁ ସମସ୍ତଙ୍କ ଦୃଷ୍ଟିଗୋଚର କରାଇବା ସହିତ ଅକର୍ଷଣର କେନ୍ଦ୍ର କରାଇବା ଆଜିର ଦିନର ଅନୁଚିନ୍ତା ।
ଯାଜପୁର
ମୋ ୯୬୫୮୪୮୨୦୧୪

୯୧ତମ ଶ୍ରୀ ଶ୍ରୀ ମା ହିଙ୍ଗୁଳା ବିଶ୍ୱ ଶାନ୍ତି ମହାମାରୀ ଓ ଚବିଶ ପ୍ରହର ନାମ ଜପ ବନ୍ଦ ପାଇଁ ନିଷ୍ପତି
ଯାଜପୁର – ଆଜି ଶ୍ରୀ ଶ୍ରୀ ମା ହିଙ୍ଗୁଳା ବିଶ୍ୱ ଶାନ୍ତି ମହାଯଜ୍ଞ ଶଙ୍ଖଚିଲ୍ଲା ର ହିଙ୍ଗୁଳା ପୀଠ ରେ ମହାମାରୀ କରୋନା ପାଇଁ ବନ୍ଦ କରାଯାଇଛି ।କେବଳ ପ୍ରଥା ଅନୁଯାଇ ହେଙ୍ଗୁଳା ମାଙ୍କୁ ଷୋଳ ସହ ଉପଚାର ପୂଜା ଯଜ୍ଞ କରାଯାଇ ଅନୁଷ୍ଠାନକୁ ବଂଚାଇ ରଖିବା ପାଇଁ କମିଟି ସଭ୍ୟ ବାବୁଲାଲ ଗୁରୁ ଆଜି ଓ.ଏନ ଏ ଗଣ ମାଧ୍ୟମରେ ସୂଚନା ଦେଇଛନ୍ତି । ଶଙ୍ଖଚିଲାର ମା ହିଙ୍ଗୁଳା ପୀଠ ଯାଜପୁର ଜିଲ୍ଲାର ଏକ ପ୍ରମୁଖ ପୀଠ । ମା ହିଙ୍ଗୁଳାଙ୍କୁ ଯାଜପୁର ଜିଲ୍ଲାର ପ୍ରମୁଖ ଦେବୀଭାବେ ମାନି , ଶ୍ରଦ୍ଧାଳୁମାନେ ରାଜ୍ୟ ଓ ରାଜ୍ୟ ବାହାରୁ ଏଠାକୁ ଆସିଥାନ୍ତି । ପ୍ରତ୍ୟେକ ବର୍ଷ ବିଶ୍ୱ ଶାନ୍ତି ମହାଯଜ୍ଞ ମହା ସମାବେଶରେ ଚାରିଦିନ ବ୍ୟାପୀ ଅନୁଷ୍ଠିତ ହୁଏ । ଏହି ଚାରିଦିନ ଭିତରେ ମା ଉଭା ହୁଅନ୍ତି । ଇଛାମୟୀ ମାଙ୍କର ଅଲୈାକିକ କଥା ଅବର୍ଣ୍ଣନୀୟ । ମା ହିଙ୍ଗୁଳାଙ୍କ ନିକଟରେ ଝୋଟ, ଘିଅ,ପାଟ ବସ୍ତ୍ର, ପଣାହାଣ୍ଡି ରହିହିଥାଏ । ଯଜ୍ଞପରେ ଆହୁତି କରାଯାଏ । କିନ୍ତୁ ଏ ଜିନିଷ ଗୁଡିକରେ ନିଆଁ ଲାଗେନାହିଁ । ଯେଉଁଦିନ ମା ଉଭା ହୁଅନ୍ତି ,ଭକ୍ତମାନେ ଉପବାସ କରି ସେଦିନ ରହିଥାନ୍ତି । କ଼ୁହାଯାଏ ମା ପିଠିଆ ବଳଦ ଉପରେ ବସି ଏଠାକୁ ଆସିଥି ଶଙ୍କଚିଲାର ବଟ ବୃକ୍ଷରେ ଆଶ୍ରୟ ନେଇଥିଲେ । ବାରଖଣ୍ଡ ଗାଁର ଲୋକ ବର୍ଷବର୍ଷଁ ଧରି ବିଶ୍ୱ ଶାନ୍ତି ମହାଯଜ୍ଞ କରି ଆସୁଛନ୍ତି । ହିଙ୍ଗଳାଙ୍କ ନାମରେ ବିଦ୍ୟାଳୟ , ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ଅନୁଷ୍ଠାନ ଗଢିଉଠିଛି । ମା ହିଙ୍ଗୁୂଳାଙ୍କୁ ଶଙ୍କଚିଲେଶ୍ୱରୀ ନାମରେ ଅଭିହିତ କରି ଗଳ୍ପ କବିତା ଲେଖାଯାଏ । ଏହି ଚାରିଦିନରେ ବାର ଖଣ୍ଡ ଗାଁରେ ମହା ସମାବେଶ ହୋଇଥାଏ । ଶଙ୍ଖଚିଲାରେ ଏହା ଏକ ଗଣପର୍ବ ହୋଇଥିଲେ ମଧ୍ୟ କରୋନା ମହାମାରୀ ଯୋଗୁ ଏହା ପାଳନରେ ବାଧକ ସାଜିଛି । ଶ୍ରଧାଳୁ ମାନେ ନିରାଶ ହୋଇଛନ୍ତି । ମହାମାରୀରୁ ରକ୍ଷା ନିମନ୍ତେ ମାଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ।
ଋିପୋଟ – ଅଭିମନ୍ୟୁ ମିଶ୍ର