OnaKhabar

ପରିବା ବ୍ୟବସାୟୀ ସଂଘ ପକ୍ଷରୁ କୋରୋନା ପାଇଁ ରନ୍ଧାଖାଦ୍ୟ ବିତରଣ

ଯାଜପୁର:ଯାଜପୁର କିଆନାଳିଛକସ୍ଥିତ ଆରଏମସି ମାର୍କେଟରେ ଥିବା ପରିବା ବ୍ୟବସାୟୀ ସଂଘ ପକ୍ଷରୁ କୋରୋନା ପାଇଁ ରନ୍ଧାଖାଦ୍ୟ ବିତରଣ କରାଯାଉଛି । ସତ୍ୟାନନ୍ଦ ମିଶ୍ରଙ୍କ ନେତୃତ୍ୱରେ ବହୁ ଦିନ ମଜୁରିଆ,ଗରିବ ଖଟିଖିଆ ଏବଂ ବସ୍ତିରେ ଥିବା ଅସହାୟ ମାନଙ୍କୁ ରନ୍ଧାଖାଦ୍ୟ ବଂଟନ କରାଯାଇଛି । ଏଥିସହିତ ରାସ୍ତାରେ ବୁଲୁଥିବା ପଶୁ ମାନଙ୍କୁ ମଧ୍ୟ ରନ୍ଧା ଖାଦ୍ୟ ବଂଟନ କରାଯାଉଛି । ଯେତେଦିନ ଯାଏ ଲକଡାଉନ ଜାରି ରହିବ ସେତେଦିନ ଯାଏ ରନ୍ଧାଖାଦ୍ୟ ବଂଟନ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଅବସରରେ ପରିବା ବ୍ୟବସାୟୀ ସଂଘ ପକ୍ଷରୁ ମାନସ ପାଣିଗ୍ରାହୀ, ଗୌରାଙ୍ଗ ପଣ୍ଡା ସମେତ ସମସ୍ତ ସଦସ୍ୟ ଉପସ୍ଥିତ ରହି ଖାଦ୍ୟ ବଣ୍ଟନ କରିଥିଲେ ।ଏଭଳି ଅସୁବିଧା ସମୟରେ ବ୍ୟବସାୟୀ ସଂଘର ପଦକ୍ଷେପକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।